Odisha news

୮୦ବର୍ଷରୁ ବୃଦ୍ଧ ଓ ବୃଦ୍ଧା ହିତାଧିକାରୀ ମାନଙ୍କୁ ଘରେ ଭତ୍ତା ପ୍ରଦାନ ପାଇଁ ଦାବି

0

କୋଣାର୍କ – କୋଣାର୍କ ଥାନା ଅଧିନସ୍ଥ କାଦୁଆନୂଆଗାଁ ଗ୍ରାମପଞ୍ଚାୟତର ୮୦ବର୍ଷରୁ ଉର୍ଦ୍ଧ୍ବ ବୃଦ୍ଧ ଓ ବୃଦ୍ଧା ଭତ୍ତା ହିତାଧିକାରୀ ମାନଙ୍କୁ ନିଜ ସ୍ବଗୃହକୁ ଯାଇ ଗ୍ରାମପଞ୍ଚାୟତ ଦାୟିତ୍ବରେ ଥିବା ଅଧିକାରୀ ଭତ୍ତା ପ୍ରଦାନ କରିବା ପାଇଁ ବରିଷ୍ଟ ସାମ୍ବାଦିକ ତଥା କାଦୁଆନୂଆଗାଁ ଗ୍ରାମପଞ୍ଚାୟତର ସାମାଜିକ କର୍ମୀ ଭାଗୀରଥୀ ସ୍ଵାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ, ୫ଟିସଚିବ, ବିଭାଗୀୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ପୁରୀ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି। ଖବରରୁ ପ୍ରକାଶ ଯେ କୋଣାର୍କ ଥାନା ଅଧିନସ୍ଥ କାଦୁଆନୂଆଗାଁ ଗ୍ରାମପଞ୍ଚାୟତର ୩୦ରୁ ଊର୍ଦ୍ଧ୍ବ ୮୦ବର୍ଷୀୟ ବୃଦ୍ଧ ଓ ବୃଦ୍ଧା ବୟସାଧିକ କାରଣରୁ ଚଳ ପ୍ରଚଳ କରି ପାରୁ ନ ଥିବା ବେଳେ ଅନ୍ୟ କେତେକ ଶଯ୍ୟାଶାୟୀ ହୋଇ ଘରେ ପଡି ରହିଛନ୍ତି। ରାଜ୍ୟ ସରକାରଙ୍କ ସାମାଜିକ କଲ୍ୟାଣ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସେମାନଙ୍କୁ ପ୍ରଦତ୍ତ ୭୦୦ ଟଙ୍କା ପାଇବାରୁ ବଞ୍ଚିତ ହେଉଛନ୍ତି। ଏହି ଗ୍ରାମପଞ୍ଚାୟତର ଅଧିକାଂଶ ୮୦ବର୍ଷରୁ ଉର୍ଦ୍ଧ୍ବ ଭତ୍ତା ହିତାଧିକାରୀ ମାନଙ୍କ ବ୍ଯାଙ୍କ ଜମା ଖାତା ନ ଥିବା ବେଳେ ବାର୍ଦ୍ଧକ୍ୟ ଅବସ୍ଥାରେ ସରକାରୀ ଭତ୍ତା ପାଇବା ସେମାନଙ୍କ ନିମନ୍ତେ ସାତସପନ ପାଲଟିଛି। ରାଜ୍ୟ ସରକାର ସାଧାରଣ ଜନତାଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ବ୍ୟବସ୍ଥା କରୁଥିବା ବେଳେ ଏହି ଗ୍ରାମପଞ୍ଚାୟତର ୮୦ବର୍ଷରୁ ଉର୍ଦ୍ଧ୍ବ ବୟସର ବୃଦ୍ଧ ଓ ବୃଦ୍ଧା ଭତ୍ତା ହିତାଧିକାରୀ ମାନଙ୍କୁ ନିଜ ସ୍ବଗୃହରେ ଗ୍ରାମ ପଞ୍ଚାୟତ ଦାୟିତ୍ବରେ ଥିବା ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକ ମାନଙ୍କ ମାଧ୍ୟମରେ ଭତ୍ତା ପ୍ରଦାନ କରିବା ପାଇଁ ସୁବ୍ୟବସ୍ଥା କରିବା ପାଇଁ ଏକ ସ୍ବତନ୍ତ୍ର ନିର୍ଦେଶନାମା ପ୍ରଣୟନ କରିବା ପାଇଁ ସାମାଜିକ କର୍ମୀ ତଥା ସାମ୍ବାଦିକ ଭାଗୀରଥୀ ସ୍ଵାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ୫ଟିସଚିବ ପ୍ରମୁଖଙ୍କୁ ନିବେଦନ କରିଛନ୍ତି। ଏହି ଅସହାୟ ବୃଦ୍ଧ ଓ ବୃଦ୍ଧାଙ୍କୁ ଗତ ଫେବୃୟାରୀ ଓ ମାର୍ଚ୍ଚ ମାସରେ ଭତ୍ତା ପ୍ରଦାନ କରା ଯାଇ ନ ଥିବାରୁ ସେମାନେ ଦୟନୀୟ ଅବସ୍ଥାରେ କାଳାତିପାତ କରୁଥିବା ଦେଖିବାକୁ ମିଳିଛି। ଏହି ସମ୍ବେଦନଶୀଳ ଘଟଣା ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ୫ଟିସଚିବ, ବିଭାଗୀୟ ମନ୍ତ୍ରୀ, ସଚୀବ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ପୁରୀ ଜିଲ୍ଲାପାଳ ପ୍ରମୁଖ ଦୃଷ୍ଟି ଦେଇ ସେମାନଙ୍କୁ ଗତ ଦୁଇ ମାସର ଭତ୍ତା ଟଙ୍କା ପ୍ରଦାନ ପୂର୍ବକ ସ୍ବଗୃହକୁ ଯାଇ ଭତ୍ତା ପ୍ରଦାନର ବ୍ୟବସ୍ଥା କରିବା ପାଇଁ କାଦୁଆନୂଆଗାଁ ଗ୍ରାମପଞ୍ଚାୟତର ବରିଷ୍ଠ ସାମ୍ବାଦିକ ତଥା ସାମାଜିକ କର୍ମୀ ଭାଗୀରଥୀ ସ୍ଵାଇଁ ୮୦ବର୍ଷୀୟ ଭତ୍ତା ହିତାଧିକାରୀ ମାନଙ୍କ ପକ୍ଷରୁ ଦାବି କରିଛନ୍ତି।

Leave A Reply