ଦେଶରେ ଏମିତି ଅନେକ ସ୍ଥାନ ଅଛି ଯେଉଁଠାକୁ ଯିବା ଉପରେ ପ୍ରତିବନ୍ଧ ଅଛି । ସ୍ଥାନୀୟ ନାଗରିକଙ୍କୁ ଛାଡ଼ି ଅନ୍ୟ ଜାଗାରୁ ଆସିଥିବା ପର୍ଯ୍ୟଟକଙ୍କ ପାଇଁ ବିଶେଷ ଅନୁମତି (ଇନର୍ ଲାଇନ୍ ପରମିଟ୍) ନେବାକୁ ପଡ଼ିଥାଏ । ଏହି ଅନୁମତି ନିର୍ଦ୍ଧାରିତ ସମୟସୀମା ଓ କିଛି ଲୋକଙ୍କ ପାଇଁ ମାନ୍ୟ ହୋଇଥାଏ । ଉତ୍ତର-ପୂର୍ବ ରାଜ୍ୟ ନାଗାଲାଣ୍ଡର ରାଜଧାନୀ କୋହିମା ଅଙ୍ଗାମି ନାଗା ଜନଜାତିଙ୍କ ଭୂମି । ଏହା ଏସିଆର ସ୍ୱିଜରଲାଣ୍ଡ୍ ନାମରେ ଜଣାଶୁଣା । ପାହାଡ଼ ଉପରେ ଥିବା କୋହିମାକୁ ଯିବା ପାଇଁ ଇନର ଲାଇନ୍ ପରମିଟ୍ର ଆବଶ୍ୟକତା ରହିଛି । ଲୋକତକ ହ୍ରଦର ଅନେକ ସ୍ଥାନରେ ଭୂଖଣ୍ଡର କିଛି ଅଂଶ ଭାସମାନ ନଜର ଆସିଥାଏ । ଏଥିରେ ପାଣି ଭରପୂର ଥାଏ । ଏହି ଅଂଶକୁ ଫୁମଦି ବୋଲି କୁହାଯାଏ ଯାହା ମାଟି, ଗଛ ଓ ଜୈବିକ ପଦାର୍ଥ ମିଶି କଠୋର ସଂରଚନାରେ ତିଆରି । ସିMିମର ପ୍ରମୁଖ ଟୁରିଷ୍ଟ ଡେଷ୍ଟିନେଶନ୍ ଚାଙ୍ଗୁ ଲେକ୍ । ଏହି ସୁନ୍ଦର ଜାଗା ଦେଖିବା ପାଇଁ ବିଶେଷ ପରମିଶନର ଆବଶ୍ୟକତା ରହିଛି । ଅରୁଣାଚଳ ପ୍ରଦେଶର ଜିରୋ ଉପତ୍ୟକା ଯିବା ପାଇଁ ଇନର୍ ଲାଇନ୍ ପରମିଟ୍ ଆବଶ୍ୟକ । ମିଜୋରାମ ରାଜଧାନୀ ଆଇଜୋଲରେ ସୁନ୍ଦର ପର୍ଯ୍ୟଟନ ସ୍ଥାନ ରହିଛି । ଏଥିରେ ମୁ୍ୟଜିୟମ୍, ହିଲ ଷ୍ଟେଶନ୍ ଓ ଭାରତୀୟଙ୍କ କଳାକୃତି ରହିଛି ।
