Odisha news

୮ଗୋଟି ଗ୍ରାମର ୮୧ ସ୍ୱଂୟସହାୟକ ଗୋଷ୍ଠି ଙ୍କ ମୁଖ୍ୟମଂତ୍ରୀ ପାଣ୍ଠିକୁ ୮୧ହଜାର ଟଙ୍କା ଦାନ

0

କୁଆଖିଆ ୧୨/୫ : ରସୁଲ ପୁର ବ୍ଲକ ଅଂଚଳର କୋରେଇ ନିର୍ବାଚନ ମଣ୍ଡଳିରେ ସାମିଲ ହୋଇଥିବା ଗନ୍ଧଣ ଗ୍ରାମ ପଂଚାୟତର ୮ଗୋଟି ଗ୍ରାମର ୮୧ ସ୍ୱଂୟସହାୟକ ଗୋଷ୍ଠିର କର୍ମ କର୍ତା ଓ ସଭ୍ୟାମାନେ ସେମାନଙ୍କର ଦୈ÷ନନ୍ଦିନ ଖର୍ଚରୁ କାଟି ମୁଖ୍ୟମଂତ୍ରୀ ଙ୍କ ରିଲିଫ ପାଣ୍ଠିକୁ ସହାୟତାର ହାତ ବଢାଇଛନ୍ତି ।

କୋରେଇର ବିଧାୟକ ଅଶୋକ କୁମାର ବଳଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏକତଳା ବିଲି ଶାସନ ଗ୍ରାମର ୧୫ଗୋଟି ଏସଏଚଜି ଗୋଷ୍ଠିରୁ ୧୫ହଜାର,ତୁଳସି ପୁରର ୧୧ଗୋଟି ସ୍ୱଂୟସହାୟକ ଗୋଷ୍ଠିରୁ ୧୧ହଜାର ଟଙ୍କା,ମସୁରପୁରର ୧୧ଗୋଟି ଏସଏଚଜିରୁ ୧୧ହଜାର ଟଙ୍କା,ଗନ୍ଧଣର ୧୦ଗୋଟି ଗୋଷ୍ଠିରୁ ଆଦାୟ ୧୦ହଜାର ଟଙ୍କା, ପାରିକଇଁଚି ଗ୍ରାମର ୭ଗୋଟି ଗୋଷ୍ଠିରୁ ୭ହଜାର ଟଙ୍କା,ବଂଟରା ଗ୍ରାମର ୧୨ଗୋଟି ଗୋଷ୍ଠିରୁ ୧୨ହଜାର ଟଙ୍କା,ବ୍ରାହ୍ମଣ ନରସିଂହପୁର ଗ୍ରାମର ୮ଗୋଟି ଗୋଷ୍ଠିରୁ ୮ହଜାର ଟଙ୍କା,ଦରକୁଣ୍ଡି ଗ୍ରାମର ୭ଗୋଟି ଗୋଷ୍ଠିରୁ ୭ହଜାର ଟଙ୍କା ସର୍ବମୋଟ ୮୧ହଜାର ଟଙ୍କା ସହାୟତା କରୋଣା ମୁକାବିଲା ପାଇଁ ମୁଖ୍ୟମଂତ୍ରୀ ଙ୍କ ରିଲିଫ ପାଣ୍ଠିକୁ ଅର୍ଥଦାନ କରିଛନ୍ତିି ।

ରସୁଲପୁର ବିଡିଓ ଉମାକାନ୍ତ ପରିଡା ଙ୍କ ଜରିଆରେ ୮୧ ହଜାର ଟଙ୍କା ପ୍ରଦାନ କରବା ସମୟରେ ଗନ୍ଧଣର ପୂର୍ବତନ ସରପଂଚ ଶ୍ରୀଧର ବିଶ୍ୱାଳ ,ପୂର୍ବତନ ସମିତି ସଭ୍ୟ ଅନନ୍ତ ପୁହାଣ, ରସୁଲପୁର ବ୍ଲକ ଶିଶୁବିକାଶ ପ୍ରକଳ୍ପ ଅଧୀକାରିଣୀ ଦିପ୍ତୀମୟୀ ନାୟକ,ଅଙ୍ଗନବାଡି କର୍ମୀ ସବିତା କର ପ୍ରମୁଖ ଉପସ୍ଥିତ ଥିଲେ । ଏହା ଛଡା ସେମାନେ ଏସଏଚଜିରୁ ନିୟମିତ ଭାବରେ ପଂଚାୟତରେ ସେବାସୁବିଧା ଯୋଗାଇଦେଉଛନ୍ତି ।

Leave A Reply