ଆମେରିକାର ଟେକ୍ସାସରେ ରହୁଥିବା ୧୭ ବର୍ଷୀୟା ମ୍ୟାକି କରିନ୍ ସବୁଠୁ ଲମ୍ବା ଗୋଡ଼ ଥିବା ଯୋଗୁ ଗିନିଜ୍ ବିଶ୍ୱ ରେକର୍ଡ଼ ହାସଲ କରିଛନ୍ତି । ମ୍ୟାକିଙ୍କ ବାମ ଗୋଡ଼ ୧୩୫.୨୬୭ ସେମି ଓ ଡାହାଣ ଗୋଡ଼ ୧୩୪.୩ ସେମି ଲମ୍ବା । ନିଜ ଉଚ୍ଚତା ୬ ଫୁଟ ୧୦ ଇଞ୍ଚ ହୋଇଥିବାରୁ ସେ ଗର୍ବ ଅନୁଭବ କରନ୍ତି । ମ୍ୟାକିଙ୍କ ଉଚ୍ଚତାର ୬୦% ତାଙ୍କ ଗୋଡ଼ । ସେ କହିଛନ୍ତି, ‘ଲମ୍ବା ଗୋଡ଼ ଯୋଗୁ କେବେ ମୋତେ ପରିହାସ କରାଯାଇନାହିଁ କିନ୍ତୁ ସମସ୍ତଙ୍କଠାରୁ ଡେଙ୍ଗା ହୋଇଥିବାରୁ ଲୋକେ ମୋର ମଜାକ ଉ ଡ଼ । ଇ ଛ ; ି । ୨୦୧୮ରେ ପ୍ରଥମ ଥର ଅନୁଭବ ହେଲା କି ମୋ ଗୋଡ଼ ଲମ୍ବା । ମୁଁ ଆଶା କରୁଛି ଦୀର୍ଘକାୟ ମହିଳା ବୁଝିପାରିବେ ତାଙ୍କ ଉଚ୍ଚତା ଏକ ସୁନ୍ଦର ଉପହାର ଯାହାକୁ ହୃଦୟରୁ ଆପଣାଇବା ଉଚିତ ।’ ଏତେ ହାଇଟ୍ ଯୋଗୁ କାର୍ରେ ବସିବା, ଘରର ସିଲିଙ୍ଗ୍ରେ ମୁଣ୍ଡ ବାଜିବା ଆଦି ସମସ୍ୟା ହୋଇଥାଏ । ଲଣ୍ଡନରୁ ପାଠପଢ଼ା ସରିବା ପରେ ଦୁନିଆର ସବୁଠୁ ଡେଙ୍ଗା ପ୍ରଫେସନାଲ ମଡେଲ ଭାବେ ରେକର୍ଡ଼ କରିବାକୁ ଆଶା ରଖିଛନ୍ତି ।
