ମଶା ମଣିଷ ରକ୍ତ କାହିଁକି ପିଏ ଜାଣନ୍ତି? ଏହାର ଉତ୍ତର ବୌଜ୍ଞାନିକଙ୍କୁ ମିଳିଛି । ପ୍ରାରମ୍ଭରୁ ମଣିଷ ରକ୍ତ ପିଇବା ମଶାର ଅଭ୍ୟାସ ନ ଥିଲା । ଶୁଖିଲା ସ୍ଥାନରେ ରହୁଥିବାରୁ ସେମାନେ ଅନ୍ୟ ଜୀବର ରକ୍ତ ପିଇବା ଆରମ୍ଭ କଲେ । ଯେତେବେଳେ ପାଣିପାଗ ଶୁଖିଲା ଥାଏ କିମ୍ବା ପ୍ରଜନନ ପାଇଁ ପାଣି ମିଳେ ନାହିଁ ଅନ୍ୟର ରକ୍ତ ଶୋଷିବାକୁ ବାଧ୍ୟ ହୁଅନ୍ତି । ନୁ୍ୟ ଜର୍ସିର ପ୍ରିଷ୍ଟନ୍ ୟୁନିଭର୍ସିଟିର ବୌଜ୍ଞାନିକମାନେ ଏଡିସ୍ ଏଜିପଫ ମଶାମାନଙ୍କ ଉପରେ ଅଧ୍ୟୟନ କରିଛନ୍ତି । ଏ ମଶା ଯୋଗୁ ଜିକା ଭାଇରସ୍ ଡେଙ୍ଗୁ ଆଦି ବ୍ୟାପିଥାଏ । ଆଫି୍ରକାରେ ଏଡିସ୍ ପ୍ରଜାତିର ବହୁ ମଶା ଅଛନ୍ତି । ସମେସ୍ତ କିନ୍ତୁ ରକ୍ତ ପିଅନ୍ତି ନାହିଁ । ପାଣି ଜମି ରହିଥିବା ସ୍ଥାନରେ ଏନୋଫିଲିସ୍ ମଶା (ମ୍ୟାଲେରିଆ ମଶା)ଙ୍କର କୌଣସି ଅସୁବିଧା ହୋଇ ନ ଥାଏ । ପାଣି ଥିବା ଯେକୌଣସି ସ୍ଥାନରେ ଏମାନେ ପ୍ରଜନନ କରିପାରନ୍ତି । ମାତ୍ର ଯେମିତି ଜଳୀୟଅଂଶ ଅଭାବ ହୁଏ ସେମାନେ ମଣିଷ ରକ୍ତ ପିଅନ୍ତି ।
