ନୂଆଦିଲ୍ଲୀ :ଭାଲେଣ୍ଟାଇନ ଡେ ଅବସରରେ ଗୋଟିଏ ରୋଚକ ଘଟଣା ଘଟିଛି l ପ୍ରେମରେ ବୟସ ଦେଖାଯାଏ ନାହିଁ l ଏହାକୁ ଦେଖାଇଛନ୍ତି କେରଳର ଜଣେ ବୟସ୍କ ଯୋଡି ,ଏହି କାହାଣୀଟି ସରସ୍ବତୀ ଓ ରାଜନଙ୍କର ଅଟେ ଲଂ ଯେଉଁ ୨ଜଣ ଫେବୃଆରୀ ୧୪ ତାରିଖ ଦିନ ଅଡ଼ୁର ଵୃଦ୍ଧାଶ୍ରମରେ ବିଭାହ କଲେ l ବୟସର ଅପରାହ୍ନରେ ପହଂଚି ଉଭୟ ଭାବୁଥିଲେ ଯେ ସେମାନେ ଆଗକୁ ମଧ୍ୟ ଏକାକୀ ଜୀବନ ବିତାଇବେ ,କିନ୍ତୁ ଯାହା ହେବାର ଅଛି ତାହାକୁ କିଏ ଅଟକାଇବ l
ରାଜନଙ୍କ ବୟସ ୫୮ ବର୍ଷ ଓ ସରସ୍ବତୀଙ୍କ ବୟସ ୬୫ ବର୍ଷ l ରାଜନ ମୂଳ ତାମିଲନାଡୁର ବାସିନ୍ଦା ଅଟନ୍ତି ,ସେ ବିଭାହ କରି ନାହାନ୍ତି ,ତାଙ୍କ ରୋଜଗାରର ଯାହା ବି ପାଆନ୍ତି ତାହା ନିଜ ସମ୍ପର୍କୀୟ ମାନଙ୍କୁ ପଠାନ୍ତି l ସେ ପେସାରେ ଜଣେ ରୋଷେଇଆ l କରୋନା କାରଣରୁ ଗତ କିଛି ମାସ ହେଲା ରାଜନଙ୍କର କିଛି କାମଧନ୍ଦା ନଥିଲା ,ତେଣୁ ତାଙ୍କୁ ପ୍ରଶାସନ ଵୃଦ୍ଧାଶ୍ରମ (ମହାତ୍ମା ଭବନ )କୁ ପଠାଇ ଦେଇଥିଲା l ବର୍ତ୍ତମାନ ରାଜନ ସେଠାରେ ତାଙ୍କ ଠାରୁ ଅଧିକ ବୟସର ବ୍ୟକ୍ତି ମାନଙ୍କର ଦେଖାଶୁଣା କରିବା ସହିତ ରୋଷେଇ ମଧ୍ୟ କରୁଛନ୍ତି l
ସରସ୍ବତୀ ମଧ୍ୟ ଏହି ଵୃଦ୍ଧାଶ୍ରମରେ ରହୁଛନ୍ତି ,ତାଙ୍କର ମାତାପିତା ନାହାନ୍ତି ଓ ସେ ବିଭାହ ମଧ୍ୟ କରିନାହାନ୍ତି l ସରସ୍ବତୀ ମଧ୍ୟ ଏଠାରେ ରୋଗୀ ମାନଙ୍କର ସେବା କରିଥାନ୍ତି l ଉଭୟଙ୍କର ଏହି ଵୃଦ୍ଧାଶ୍ରମରେ ପ୍ରେମ ହେଲା ଓ ସେମାନେ ଏହି ଜନସେବା କେନ୍ଦ୍ରର ଚେୟାରମ୍ୟାନଙ୍କୁ ନିଜ ବିଷୟରେ କହିଲେ l ଚେୟାରମ୍ୟାନଙ୍କ ଅନୁମତି କ୍ରମେ ଉଭୟ ରବିବାର ୧୪ ଫେବୃଆରୀ ଦିନ ବିଭାହ ବନ୍ଧନରେ ଆବଦ୍ଧ ହେଲେ l
Comments are closed.