Odisha news

ତରିକୁନ୍ଦ କଲେଜ ଟ୍ରାନଜିଟ ପଏଣ୍ଟରେ ୬୩ ଜଣଙ୍କ ସ୍ୱାବ ସଂଗ୍ରହ

0

ଜଗତସିଂହପୁର :ଜଗତସିଂହପୁର ଜିଲ୍ଲାକୁ ଗତ ୧୬ ତାରିଖ ରାତି ସୁଦ୍ଧା ୬୮୪ ଜଣ ପ୍ରବାସୀ ଓଡିଆ ଫେରିଥିବା ବେଳେ ସେମାନଙ୍କୁ ବିଭିନ୍ନ ବ୍ଲକ ଓ ପୌରଞ୍ଚଳକୁ ପଠାଇ ଦିଆଯାଇଛି ।ଗତମାସ ମେ ୧୩ ଓ ୧୪ ତାରିଖରେ ସଂଗୃହିତ ହୋଇଥିବା ସ୍ୱାବ ରିର୍ପୋଟ ମଧ୍ୟରୁ ୨୫୬ଟି ନେଗେଟିଭ ଆସିଥିବା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୁଚନା ଦେଇଛନ୍ତି ।ସଂଗରୋଧରେ ରହିଥିବା ଯେଉଁ ପ୍ରବାସୀ ଓଡିଆ ମାନଙ୍କର ରିର୍ପୋଟ ନେଗେଟିଭ ଆସିଛି  ସେମାନଙ୍କୁ ହୋମ କ୍ୱାରେନଟାଇନରେ ଯିବାକୁ ଜିଲ୍ଲାପାଳ ବିଡିଓ ଓ ସିଏଚସି ସୁପରିଡେଣ୍ଟଟ ମାନଙ୍କୁ ଅନୁମତି ଦେବାକୁ ପରାମର୍ଶ ଦେଇଛନ୍ତି ।

ସେହିପରି ତରିକୁନ୍ଦ କଲେଜରେ ଟ୍ରାନଜିଟ ପଏଣ୍ଟ କରାଯାଇ ନାଜାଲ ସ୍ୱାବ ସଂଗ୍ରହ କରାଯାଇଛି ।   । ଏହି ଟ୍ରାନଜିଟ ପଏଣ୍ଟଆଜି ୬୩ ଜଣ ପ୍ରବାସୀ ଓଡିଆମାନଙ୍କ ସ୍ୱାବ ସଂଗ୍ରହ କରାଯାଇଛି ।ଏହି କାର୍ଯ୍ୟରେ  ରଘୁନାଥପୁର ମେଡିକାଲ ଅଫିସର ତଥା ଆୟୁସ ଡାକ୍ତର ପ୍ରଭାସ ଚନ୍ଦ୍ର ସ୍ୱାଇଁ,ତରିକୁନ୍ଦ ପିଏଚସିର ମେଡିକାଲ ଅଫିସର  ଡାକ୍ତର ପ୍ରଣୀତା ପ୍ରୀୟଦର୍ଶୀନୀ ନାୟକ,ମହିଳା ସ୍ୱାସ୍ଥ୍ୟ କର୍ମୀ କାବେରୀ ରାଉତ,ପି୍ରୟଙ୍କା ପ୍ରିୟଦର୍ଶୀନୀ,ଭାରତଲକ୍ଷ୍ମୀ ମୁଦୁଲିଙ୍କ ସହିତ ଅନଙ୍ଗବାଡୀ ବାଡି ଓ ଆଶା କର୍ମୀ ଉପସ୍ଥିତ ରହିଥିଲେ ।ମୋଟ ଉପରେ ରଘୁନାଥପୁର ସିଏଚସି ପକ୍ଷରୁ ୨୩୩ ପ୍ରବାସୀ ଓଡିଆ ମାନଙ୍କର ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସେଥି ମଧ୍ୟରୁ ୧୭୦ ନେଗେଟିଭ ଆସିଥିବା ବେଳେ ୬୩ ରିପୋର୍ଟ  ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ ବୋଲି ସୁଚନା ମିଳିଛି ।

Leave A Reply