Odisha news

୫ଟି କମିଶନ ଙ୍କ ଆଗମନ ପାଇଁ ତପ୍ତର ପ୍ରଶାସନ : ଦଶପଲ୍ଲା ଏନ ଏ ସି ପକ୍ଷରୁ ମହିଳା ଗୋଷ୍ଠୀ ଙ୍କୁ ଡାକି ଦିଆଗଲା ସୂଚନା ।

0

ଦଶପଲ୍ଲା ୧୪/୭ :ରାଜ୍ୟ ୫ଟି କମିଶନ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପ୍ରମୁଖ ସଚିବ ଭି. କେ ପାଣ୍ଡିଆନ ଆସନ୍ତା ୨୦ ଓ ୨୧  ତାରିଖରେ ନୟାଗଡ଼ ଜିଲ୍ଲା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଏଥି ମଧ୍ୟରେ ୨୧ ତାରିଖ ଦିନ ଦଶପଲ୍ଲା ରେ ଶ୍ରୀଯୁକ୍ତ ପାଣ୍ଡିଆନ ଏକ ସାଧାରଣ ସଭାରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ଏହାକୁ ନେଇ ପ୍ରଶାସନ ଓ ବିଜେଡି ଦଳ ମଧ୍ୟରେ ତପ୍ତରତା ପ୍ରକାଶ ପାଇଛି । ଗତ ବୁଧବାର ଦିନ ନୟାଗଡ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଦଶପଲ୍ଲା ଆସି ସଚିବ ଙ୍କ ଗ୍ରସ୍ତ କାର୍ଯ୍ୟକ୍ରମ ସମ୍ପର୍କ ରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଙ୍କ ସହ ଆଲୋଚନା କରି ଫେରିଥିବା ବେଳେ ଦଶପଲ୍ଲା ପଂଚାୟତ ସମିତି ସଭାଗୃହରେ  ବିଧାୟକ ଙ୍କ ନେତୃତ୍ୱରେ ଏକ ସଭା ଅନୁଷ୍ଠିତ ହୋଇ ଯାଇଛି । ଏପରିକି ବିଜେଡି ଦଳ ପକ୍ଷରୁ ଦଳୀୟ କର୍ମୀ ମାନଙ୍କୁ ନେଇ ବିଭିନ୍ନ କମିଟି ଗଠନ କରାଯାଇ ଦାଇତ୍ୱ ବଣ୍ଟନ କରାଯାଇଛି ।  ସଚିବ ଙ୍କ ଗସ୍ତ ସମୟ ରେ ଦଶପଲ୍ଲା ର ବିକାଶ ସମ୍ବନ୍ଧରେ ଅବଗତ କରାଯିବା ସହ ଆଗକୁ କିଭଳି ଦଶପଲ୍ଲା ର ଅଧିକ ବିକାଶ ହୋଇପାରିବ ସେ ନେଇ ଏକ ପତ୍ର ଦଶପଲ୍ଲା ଜନ ସାଧାରଣ ଙ୍କ ପକ୍ଷରୁ ସଚିବ ଙ୍କୁ ପ୍ରଦାନ କରାଯିବା ପାଇଁ ପ୍ରସ୍ତୁତି ହୋଇଛି । ବିଶେଷ ଭାବେ ଦଶପଲ୍ଲା କୁ ସବଡିଭିଜନ ମାନ୍ୟତା ପାଇଁ ସଚିବ ଙ୍କ ନିକଟରେ ଦାବି କରାଯିବ । ଅନ୍ୟ ପାର୍ଶ୍ୱରେ ଶୁକ୍ରବାର ଦିନ ଦଶପଲ୍ଲା ଏନ ଏ ସି ପକ୍ଷରୁ ଦଶପଲ୍ଲା ଏନ ଏ ସି ଥିବା ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ  ମାନଙ୍କୁ ଡକାଯାଇ ସଚିବ ଙ୍କ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିଆଯାଇଛି । ବିଶେଷ ଭାବେ ସଚିବ ଙ୍କ ଗସ୍ତ କୁ ସଫଳ କରିବା ପାଇଁ ଉଭୟ ପ୍ରଶାସନ ଓ ବିଜେଡି ଦଳ ଲାଗି ପଡିଥିବା ବେଳେ ଦଶପଲ୍ଲା ଗସ୍ତ ସମୟ ରେ ସଚିବ ଦଶପଲ୍ଲା ପାଇଁ କଣ ଘୋଷଣା କରୁଛନ୍ତି ତାହା ଦେଖିବାକୁ ବାକି ରହିଛି ।

Nalco
Leave A Reply