Odisha news

5T ସଚିବଙ୍କ ବେଦବ୍ୟାସ ପୀଠ ପରିଦର୍ଶନ

ତୀର୍ଥ ଯାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ ଯୋଜନା ପନ୍ଦର ଦିନ ମଧ୍ୟରେ ପ୍ରସ୍ତୁତ କରିବେ ଜିଲ୍ଲାପାଳ.

0
ଭୁବନେଶ୍ବର  14/2/23 :  ମୁଖ୍ୟମନ୍ତ୍ରୀ ଶ୍ରୀ  ନବୀନ  ପଟନାୟକ ଙ୍କ  ନିର୍ଦ୍ଦେଶ  କ୍ରମେ  ମୁଖ୍ୟମନ୍ତ୍ରୀ ଙ୍କ  ସଚିବ  5T ଶ୍ରୀ  ଭି କେ  ପାଣ୍ଡିଆନ୍  ଆଜି  ରାଉରକେଲା  ନିକଟସ୍ଥ  ବେଦବ୍ୟାସ  ପୀଠ ପରିଦର୍ଶନ  କରିଥିଲେ l  5T ଉପକ୍ରମ ରେ ପୀଠର ବିକାଶ  ସମ୍ପର୍କରେ  ଟ୍ରଷ୍ଟ ବୋର୍ଡ ର  ସଭ୍ୟ  .ସେବାୟତ  ,ଏବଂ ସ୍ଥାନୀୟ  ଜନସାଧାରଣଙ୍କ  ସହ  ଶ୍ରୀ ପାଣ୍ଡିଆନ୍  ଆଲୋଚନା  କରି ଥିଲେ  l  ପନ୍ଦର ଦିନ  ମଧ୍ୟରେ ଏ  ସମ୍ପର୍କରେ ଏକ  ବିସ୍ତ୍ରୁତ  ଯୋଜନା  ପ୍ରସ୍ତୁତ  କରି  ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନ  ନିମନ୍ତେ  ଉପସ୍ଥାପନ  କରିବାକୁ   ଜିଲ୍ଲା ପାଳ ଙ୍କୁ  ଶ୍ରୀ ପାଣ୍ଡିଆନ୍ କହିଥିଲେ.
ଏହି  ଆଲୋଚନାରେ  ମୁଖ୍ୟତଃ  ସ୍ଵର୍ଗଦ୍ଵାର ର  ବିକାଶ , ନଦୀ ସମୁଖ ଭାଗ ର ଉନ୍ନତିକରଣ, ଯାତ୍ରୀ  ମାନଙ୍କ  ପାଇଁ  ବିଭିନ୍ନ  ଭିତ୍ତିଭୂମି ସୁବିଧା ର  ବିକାଶ ,ଯାତ୍ରୀ  ନିବାସ  ନିର୍ମାଣ  ଏବଂ  light and sound show  ବ୍ୟବସ୍ଥା  ଉପରେ   ଆଲୋକପାତ  କରାଯାଇଥିଲା  l
ବେଦ ବ୍ଯାସ  ଓଡ଼ିଶାର  ଏକ  ପ୍ରମୁଖ  ତୀର୍ଥ  ସ୍ଥାନ  l
ପ୍ରତିଦିନ  ରାଜ୍ୟ  ତଥା  ରାଜ୍ୟ  ବାହାରୁ ଅନେକ  ଯାତ୍ରୀ  ଏ  ପୀଠ କୁ  ଆସିଥାନ୍ତି  , ତେଣୁ  ଏ  ପୀଠର  ସର୍ବାଙ୍ଗୀନ ଉନ୍ନତି  ପାଇଁ  ରାଜ୍ୟ ସରକାର  ନିଷ୍ଠା ର  ସହ  ଉଦ୍ୟମ  ଜାରି  ରଖିଛନ୍ତି  ବୋଲି  ଶ୍ରୀ ପାଣ୍ଡିଆନ୍  ପ୍ରକାଶ  କରିଥିଲେ  l ଏ  ପୀଠର  ରୂପାନ୍ତର  କରି  ଏହାକୁ  ଅଧିକ  ଆକର୍ଷଣୀୟ  କରିବା  ପାଇଁ  ସରକାର ଙ୍କ  ଉଦ୍ୟମ  ଜାରି  ରହିବ  ବୋଲି  ସେ  କହିଥିଲେ  l ଏହି  ପରିଦର୍ଶନ  ସମୟରେ  ସୁନ୍ଦରଗଡ଼  ଜିଲ୍ଲାପାଳ  ଶ୍ରୀ  ପରାଗ  ଗଭାଲି  ଉପସ୍ଥିତ  ଥିଲେ
Nalco
Leave A Reply