Odisha news

ରାୟଗଡା ଜିଲ୍ଲାର ବିଭିନ୍ନା ସଙ୍ଗରୋଧ କେନ୍ଦ୍ରରେ କ୍ୱାରେଣ୍ଟାଇନ କେନ୍ଦ୍ରରୁ ମୁକ୍ତ ହେଲେ ୪୬୧ ଜଣ

0

ରାୟଗଡା,୨୮ ।୪(Rabindra Patkhandal)- ରାୟଗଡା ଜିଲ୍ଲାର ବିଭିନ୍ନା ସଙ୍ଗରୋଧ କେନ୍ଦ୍ରରେ ଥିବା ଓଡିଶାର ୧୩ ଗୋଟି ଜିଲ୍ଲାର ୪୬୧ ଜଣଙ୍କୁ କ୍ୱାରେଣ୍ଟାଇନ କେନ୍ଦ୍ରରୁ ମୁକ୍ତ କରାଯାଇଛି । ଲକ ଡାଉନ ଯୋଗୁଁ ଘର ମୁହାଁ ହେଉଥିବା ଶ୍ରମିକ ମାନଙ୍କୁ ରାୟଗଡା ଠାରେ ଅଟକ ରଖାଯାଇ ଜିଲ୍ଲାରେ ଥିବା ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା । ପାଖା ପାଖି ଏକ ମାସ ଧରି ଏମାନେ ସଙ୍ଗରୋଧ କେନ୍ଦ୍ରରେ ରହିିଥିବେ ବେଳେ ଏମାନଙ୍କ ନିକଟରେ କୌଣସି କରୋନା ଭୂତାଣୁ ସଂକ୍ରମଣ ଦେଖା ଦେଇନଥିଲା । ପ୍ରଶାସନ ପକ୍ଷରୁ ଆଜି ପ୍ରଥମ ପର୍ଯ୍ୟାୟରେ ପ୍ରବାସୀ ଓଡିଶା ମାନଙ୍କୁ ନିଜ ନିଜ ଘରକୁ ଯିବା ପାଇଁ ଅନୁମତି ମିଳିଥିଲା ।

ଏଥି ନିମନ୍ତେ ପ୍ରଶାସନ ତରଫରୁ ୧୮ ଗୋଟି ବସ ଏବଂ ୨୦ ଗୋଟି ବୋଲେର ଗାଡିର ବ୍ୟବସ୍ଥା କରାଯାଇଥିଲା । ଘରମୁହାଁ ହେବା ବେଳକୁ ମଧ୍ୟ ଶ୍ରମିକ ମାନଙ୍କୁ ସାମାଜିକ ଦୂରତା ପାଳନ କରିବା ସହ ମୁହଁରେ ମାସ୍କ ବାନ୍ଧିବା ପାଇଁ କୁହାଯାଇଥିଲେ । ନବରଙ୍ଗପୁର ଜିଲ୍ଲାର ସର୍ବାଧିକ ୨୮୮ ଜଣ ଥିବା ବେଳେ ବରଗଡ ଜିଲ୍ଲାର ୨, ବଲାଙ୍ଗିର ୯, କଟକ ୧, ଗଜପତି ୪, ଗଂଜାମ ୩୩, କଳାହାଣ୍ଡି ୬୨, କୋରାପୁଟ ୨୬, ମାଲକାନଗିରି ୭, ମୟୁରଭଂଜ ୨, ନୟାଗଡ ୩, ନୂଆପଡା ୨୧ ଏବଂ ସୋନପୁର ଜିଲ୍ଲାର ୩ ଜଣ ଥିବା ସୂଚନା ରହିଛି । ସଙ୍ଗରୋଧ କେନ୍ଦ୍ରରେ ବାହାର ରାଜ୍ୟର ଥିବା ପ୍ରବାସୀ ମାନଙ୍କୁ ଛଡା ଯିବାର ବ୍ୟବସ୍ଥା କରାଯାଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ।

Leave A Reply