ନୂଆଦିଲ୍ଲୀ, ୧୬ ଜୁନ୍ : ପୂର୍ବ ଲଦାଖର ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରେ ବିବାଦକୁ ଶେଷ କରିବା ପାଇଁ ଚୀନ୍ ସହ ସାମରିକ କଥାବାର୍ତା ଚାଲିଥିବା ବେଳେ ସୋମବାର ବିଳମ୍ବିତ ରାତିରେ ଗାଲଭାନ୍ ଉପତ୍ୟକାରେ ଦୁଇ ଦେଶର ସୈନ୍ୟ ବାହିନୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଏହି ସମୟ ମଧ୍ୟରେ ଚୀନ୍?ରୁ ଗୁଳି ବିନିମୟରେ ଭାରତୀୟ ସେନାର ଜଣେ କର୍ଣ୍ଣେଲ ଏବଂ ତିନିଜଣ ଜବାନ ପ୍ରାଣବଳୀ ଦେଇଛନ୍ତି ।ଅନ୍ୟ ପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସିଡିଏସ୍ ବିପିନ ରାୱତ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ସେନା ମୁଖ୍ୟ ଜେନେରାଲ୍ ଏମ୍ ନରୱାଣେଙ୍କ ସହ ଏ ସମ୍ପର୍କରେ ବୈଠକ କରିଥିବା ଜଣା ପଡିଛି ।
ଆର୍ୟୁବେଦ ଦ୍ୱାରା କରୋନା ଚିକିତ୍ସା ହେବା ପ୍ରଚାର କଲେ ହେବ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ, ୧୬ ଜୁନ୍ (ହି.ସ.) – ଆୟୁର୍ବେଦ କିମ୍ବା ଆୟୁଷ ଚିକିତ୍ସା ପ୍ରଣାଳୀ ଦ୍ୱାରା କରୋନା ଚିକିତ୍ସା କରିବାକୁ ଭୁଲ ଦାବି କରୁଥିବା ବ୍ୟକ୍ତିଙ୍କ ଉପରେ ଆୟୁଷ ମନ୍ତ୍ରଣାଳୟ କଡା ଆଭିମୁଖ୍ୟ ପ୍ରଦର୍ଶନ କରିଛି । ଆୟୁଷ ମନ୍ତ୍ରଣାଳୟ ସମସ୍ତ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ଏକ ଚିଠି ଲେଖି ଏ ଦିଗରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ।
ଯଦି କୌଣସି ବ୍ୟକ୍ତି ଆୟୁଷ ପଦ୍ଧତି ଦ୍ୱାରା କରୋନା ଭଲ ହେଉଥିବା ନେଇ ଦାବି କରନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆୟୁଷ ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ କହିଛନ୍ତି । ଡ୍ରଗ୍ କେଂଟ୍ରାଲର୍ ଏବଂ ଆନୁଷଙ୍ଗିକ ବିଭାଗ ଏଭଳି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ । ଏହିପରି ମିଛ ପ୍ରଚାର କରୁଥିବା ଲୋକଙ୍କୁ ଚେତାବନୀ ଦେବା ସହ ପ୍ରାଥମିକ ଏଫଆଇଆର ଦାଖଲ କରାଯାଇପାରିବ ବୋଲି ମନ୍ତ୍ରଣାଳୟ କହିଛନ୍ତି ।