ରାୟଗଡା,୧୦ ।୬(Rabindra patkhandal)- ରାୟଗଡା ଜିଲ୍ଲାରୁ ଆଜିି ୪ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨ ମହିଳା, ୨ ପୁରୁଷ ଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଛି । ଜଣେ ୩୪ ବର୍ଷର ଜାତୀୟ ସ୍ୱାସ୍ଥ୍ୟ ମିଶନର କର୍ମଚାରୀ କରୋନା ପଜେଟିଭ୍ ଆସିବା ପରେ ବର୍ତମାନ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ କର୍ମଚାରୀ ଜଣଙ୍କ କାହା ସଂସ୍ପର୍ଶରେ ଆସିଥିଲେ ତାହା ନେଇ ଏବେ ତନାଘନା ଚାଲିଥିବା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ପ୍ରକାଶ କରିଛନ୍ତି ।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟୁ ସାନିଟାଇଜ୍ କରାଯାଉଛି । ସିଡିଏମଓ, ଏଡିଏମଓ, ଡିପିଏମ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନର ସମସ୍ତ କର୍ମଚାରୀଙ୍କୁ ନିଜ ନିଜ ଘରେ ସଙ୍ଗରୋଧରେ ରହିବା ପାଇଁ ନିର୍ଦେଶ ଦିଆଯାଇଛି । ରାୟଗଡା ସହରର ରେଭେନ୍ୟୁ କଲୋନୀର କିଛି ଅଂଚଳ ଏବଂ ମିନି ମେଡିକାଲ କଲୋନୀକୁ ନିଷିଧାଚଂଳ ଘୋଷଣା କରାଯାଇଛି । ସେହିପରି ଅନ୍ୟ ୩ ଆକ୍ରାନ୍ତ ପ୍ରଥମ କରୋନା ଆକ୍ରାନ୍ତ ଯୁବତୀଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି । ସମସ୍ତେ ଦିଲ୍ଲୀରୁ ଗୋଟିଏ ଗାଡିରେ ଫେରିଥିଲେ । ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ସଙ୍ଗରୋଧ କେନ୍ଦ୍ରରେ ଥିବା ବେଳେ ଜଣେ ନିଜ ଘରେ ସଙ୍ଗରୋଧରେ ରହୁଥିଲେ । ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣଙ୍କ ଘର କାଶିପୁର ବ୍ଲକର ହୋଇଥିବା ବେଳେ ଜଣଙ୍କ ଘର କୋଲନରା ବ୍ଲକର ବୋଲି ଜଣାପଡିଛି ।
୩ ଜଣ ବ୍ୟକ୍ତି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିଲେ । ତେବେ ସଙ୍ଗରୋଧ ସାରି ଯୁବକ ଜଣକ ନିଜ ଘରେ ସଙ୍ଗରୋଧରେ ରହୁଥିଲେ । ପୁଣି ଥରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଯୁବକଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣାଯାଇଥିଲା । ସମସ୍ତଙ୍କ ସ୍ୱାବ ନମୁନା ସଂଗ୍ରହ ପରେ ପରୀକ୍ଷା ପାଇଁ ଭୂବନେଶ୍ୱର ପଠାଯାଇଥିଲା । ୩ ଜଣଙ୍କ ସ୍ୱାବ ପଜେଟିଭ ଆସିଥିବା ଜିଲ୍ଲାପାଳ ବେହେରା ସୂଚନା ଦେଇଛନ୍ତି । ୩ କୋରାନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କଲୋନରା ସେବାଶ୍ରମରେ ଥିବା ବେଳେ ଅନ୍ୟ ଦୁଇଜଣ କାଶିପୁର ବ୍ଲକ ଡଙ୍ଗାସିଲ ପଂଚାୟତ ଅନ୍ତର୍ଗତ ଅନାଗାର ଗ୍ରାମରେ ଥିବା ବେଳେ ଅନ୍ୟ ଜଣେ କାଶିପୁର ହାଇସ୍କୁଲରେ ଥିଲେ । ଏହି ସମସ୍ତ ଅଂଚଳକୁ ନିଷିଧାଚଂଳ ଜୋନ ଭାବେ ଘୋଷଣା କରାଯାଇଛି । ଉକ୍ତ ୪ଜଣ ଆକ୍ରାନ୍ତଙ୍କୁ ସ୍ୱାସ୍ଥ୍ୟ ନିଦେ୍ର୍ଦଶକଙ୍କ ପରାମର୍ଶ କ୍ରମେ ଗଜପତି ସ୍ଥିତ କୋଭିଡ଼ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।