ଛତ୍ରପୁର 28/4:କରୋନା ଭାଇରସକୁ ମୁକାବିଲା କରିବା ଲାଗି ସାରା ଦେଶ ଏବେ ଲକ୍ ଡାଉନ । ଏଭଳି ସ୍ଥିତିରେ ଯେଉଁ ବ୍ୟକ୍ତି ଯେଉଁଠି ଅଛନ୍ତି ସେ ସେଇଠି ରହିବା ଲାଗି କେନ୍ଦ୍ର ଓ ପ୍ରତ୍ୟେକ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରୀ କରାଯାଇଛି । ତେବେ ଓଡିଶା ରାଜ୍ୟରୁ ମଧ୍ୟ ଲକ୍ଷାଧିକ ବ୍ୟକ୍ତି ଅନ୍ୟ ରାଜ୍ୟରେ ଫସି ରହିଛନ୍ତି । ଲକ୍ ଡାଉନ ଯୋଗୁଁ ନିଜ ଘରକୁ ଫେରିବା ସମ୍ଭବପର ହେଉପାରୁନାହିଁ । ତେବେ କିଛି ବ୍ୟକ୍ତି ପ୍ରାଣ ପଣେ ଉଦ୍ୟମ କରି ନିଜ ପରିବାର ନିକଟ ଓ ନିଜ ଗାଁରେ ପହଞ୍ଚିବାକୁ । ଏବେ କିଛି ଦିନ ହେଲା ଲୋକ ଜଳ ପଥ ଦ୍ୱାରା ବିଭିନ୍ନ ରାଜ୍ୟରୁ ବିପଦ ସଙ୍କୁଳ ଅବସ୍ଥାରେ ବୋଟ୍ ସାହାର୍ଯ୍ୟରେ ଫେରୁଥିବା ଦେଖିବାକୁ ମିଳିଥିବା ବେଳେ ସୋମବାର ବିଳମ୍ବିତ ରାତିରେ ଚେନ୍ନାଇରୁ 33 ମତ୍ସ୍ୟଜିବୀ ସମ୍ପ୍ରଦାୟ ର ବ୍ୟକ୍ତି ମାନେ ସମୁଦ୍ରରେ ଏକ ବୋଟ ସାହାର୍ଯ୍ୟରେ ଛତ୍ରପୁର ନିକଟ ଆର୍ଯ୍ୟପଲ୍ଲୀ ମାଛଧରା ଜେଟି ନିକଟ ସମୁଦ୍ର କୂଳରେ ପହଁଚିଥିଲେ । ଏମାନେ ଏକ ବୋଟ 1ଲକ୍ଷ 80 ହଜାର ଦେଇ କିଣିଲା ପରେ ଚେନ୍ନାଇ ରୁ ଗତ 24ତାରିଖ ରୁ ବାହାରିଥିଲେ l ଏଥି ନିମନ୍ତେ ବୋଟ ରେ ଖାଦ୍ୟ ସାମଗ୍ରୀ ଓ ଡିଜେଲ ଆଣିଥିଲେ l ବୋଟ ର ଦୁଇଟି ଇଂଜିନ ମଧ୍ୟ ରୁ ଗୋଟିଏ ଆନ୍ଧ୍ର ସୀମା ପରେ ଖରାପ ହୋଇଯାଇଥିଲେ ତଥାପି ଗୋଟିଏ ଇଂଜିନ ସାହାଯ୍ୟ ରେ ସେମାନେ ଆର୍ଯ୍ୟପଲ୍ଲୀ ମାଛ ଧରା ଜେଟି ପଯ୍ୟନ୍ତ ଆସିପାରିଥିଲେ l ବୋଟ ଟି ପହଁଚିବା ପୂର୍ବରୁ ସେମାନଙ୍କ ଆତ୍ମୀୟଆସି ଜେଟି ନିକଟରେ ପହଁଚି ଥିଲେ l ବହୁ ଗ୍ରାମବାସୀ ତାଙ୍କୁ ଦେଖି ଖୁସି ଜାହିର କରିଥିଲେ l ପୂର୍ବ ଯୋଜନା ମୁତାବକ ଜେଟି କୁଳ ରେ ଆପେକ୍ଷାରତ କୌଣସି ଆତ୍ମୀୟଙ୍କୁ ସେମାନଙ୍କ ସହ ଭେଟିବାକୁ ଦିଆଯାଇନଥିଲା l ବୋଟ ଟିକୁ କୁଳ ରେ ଲାଗିବା ପରେ ପୁଲିସ ଓ ପ୍ରଶାସନ ପହଁଚି ଥିଲେ l ପୂର୍ବରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆର୍ଯ୍ୟ ପଲ୍ଲୀ ଉଚ୍ଚ ବିଦ୍ୟାଳୟ ରେ ସେମାନଙ୍କୁ ରଖିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା l ଜେଟି ର ନିକଟ ସମୁଦ୍ର କୂଳରେ ବୋଟ ଟି ପହଁଚିବା ପରେ ଡାକ୍ତରୀ ଟିମ ପହଁଚି ଜଣ ଜଣ କରି ପରୀକ୍ଷା କରିଥିଲେ l ସେମାନଙ୍କ ନାମ ଓ ଠିକଣା ଲେଖାଯିବା ପରେ ସେମାନଙ୍କୁ କ୍ଵାର ଣ୍ଟlଇନ ରଖିବା ନିମନ୍ତେ ଆର୍ଯ୍ୟପଲ୍ଲୀ ଉଚ୍ଚ ବିଦ୍ୟାଳୟ କୁ ପଠାଯାଇଥିଲା l ସେଠାରେ ମଧ୍ୟ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଜନ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ, ଇନ୍ଫ୍ରାରେଡ଼ ଥର୍ମାମିଟର ଗନ ଦ୍ୱାରା ଶରୀର ର ତାପମାତ୍ରା ଦେଖିଲେ l ତାଙ୍କୁ ସୁପ୍ରଭାଇଜର କ୍ରିଷ୍ଣା ଚନ୍ଦ୍ର ଜେନା, ପୂର୍ଣ୍ଣ ଚନ୍ଦ୍ର ବେହେରା ଏବଂ ରୁପେଶ ପାଣିଗ୍ରାହୀ ପରୀକ୍ଷାନିରୀକ୍ଷା କରିବା ରେ ସହଯୋଗ କରିଥିଲେ l ସମୁଦ୍ରକୁଳ ନିକଟରେ ପ୍ରଶାସନ ପକ୍ଷ ରୁ ଛତ୍ରପୁର ବିଡ଼ିଓ ଅମ୍ବିକା ପ୍ରସାଦ ଦାଶ, ତହସିଲଦାର ନୀଳ ମାଧବ ଭୋଇ, ଛତ୍ରପୁର ଏସଡିପିଓ ଗୌତମ କିଷାନ, ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅଧିକାରୀ ଶର୍ମିଷ୍ଠା ପ୍ରଧାନ,ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ, ଚମାଖଣ୍ଡି ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧତା ରହିଥିବା ବେଳେ ଏମ. ଗୁମାଲି, ବି. ଭୀମସେନ, ପି. ରାମବାବୁ, କେ. ଦାଶରଧି, ପି. ବାବାଜୀ, ଏନ. ଦୀନବନ୍ଧୁ ଙ୍କ ସମେତ ଛତ୍ରପୁର ବ୍ଲକ କର୍ମଚାରୀ, ପୁଲିସ କର୍ମଚାରୀ, ତଟ ରକ୍ଷୀ ବାହିନୀ ର କିଛି କର୍ମଚାରୀ ଏବଂ ଆର୍ଯ୍ୟପଲ୍ଲୀ ପଂଚାୟତ ବହୁ ଜନସାଧାରଣ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ରେ ସହ ଯୋଗ କରିଥିଲେ l ଏହି 33ଜଣ ମତ୍ସ୍ୟଜିବୀ ମାନେ ଚେନ୍ନାଇର କାଶୀମେଡୁ ଫିସିଙ୍ଗ୍ ହେରବର ରେ ଗତ 4 ମାସ ହେଲା କାମ କରିଆସୁଥିଲେ । ତେବେ କରୋନା ଯୋଗୁଁ ମାଛ ଧରା ବନ୍ଦ ହୋଇଯିବା ଫଳରେ ଖାଇବା ପିଇବାକୁ ନ ପାଇ ବହୁ କଷ୍ଟରେ ଦିନ କାଟୁଥିଲେ । ତେବେ ଏମାନେ 1ଲକ୍ଷ 80 ହଜାର ଟଙ୍କାରେ ଏକ ବୋଟ କିଣି ଗତ ଶୁକ୍ରବାର ଅର୍ଥାତ 24ତାରିଖରେ ଚେନ୍ନାଇରୁ ବାହାରିଥିଲେ l ବୋଟ ରେ ଆସିଥିବା 33ଜଣଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ର ସାନ ଆର୍ଯ୍ୟପଲ୍ଲୀ ଗାଁର 21ଜଣ, ନୋଳିଆ ନୂଆଗାଁ ଜଣେ, ମାର୍କଣ୍ଡି ଅଂଚଳ ର 5ଜଣ, ସୁନାପୁର ଅଂଚଳ ର ଜଣେ, ରାମେୟାପାଟଣା ଅଂଚଳ ର ଜଣେ, ଗୋଳାବନ୍ଧ ଅଂଚଳ ର ଜଣେ, ପୁରୀ ଜିଲ୍ଲାର ଜଣେ, ଆନ୍ଧ୍ରପ୍ରଦେଶର ଢାକୁରୁ ଅଂଚଳ ର ଦୁଇ ଜଣ ମତ୍ସ୍ୟଜିବୀ ସମ୍ପ୍ରଦାୟ ର ବ୍ୟକ୍ତି ମାନେ । ମଙ୍ଗବାର ପୂର୍ବାହ୍ନ ରେ ସ୍ୱାସ୍ଥ୍ୟ ବିଭାଗ ର ଏକ ଟିମ ପହଁଚି ପୁଣି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ l ସେମାନଙ୍କ ତାପମାତ୍ର ଚେକ କରି ସେଥି ମଧ୍ୟ ରୁ 4ଜଣ ଙ୍କ ରକ୍ତ ନମୁନା ପଠାଯାଇଥିବା ସୂଚନା ମିଳିଛି l ଏହା ସହ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ଓ ଛତ୍ରପୁର ଉପଜ଼ିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି ଆର୍ଯ୍ୟପଲ୍ଲୀ ଅଂଚଳ ପରିଦର୍ଶନ କରି ବିଭିନ୍ନ କାଯ୍ୟ ସମ୍ପର୍କ ରେ ଅନୁଧ୍ୟାନ କରିଛନ୍ତି l