Odisha news

୩୦ ବର୍ଷ ପରେ ଏହିସବୁ ଜିନିଷକୁ ଖାଆନ୍ତୁ ନାହିଁ : ତେବେ ଯାଇ ରହିବେ ସୁସ୍ଥ ଓ ସୁନ୍ଦର

ଆମର ଖାଦ୍ୟପେୟ ଆମର ଜୀବନଶୈଳୀ ସବୁକିଛି ଆମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ l ତେଣୁ ଆମେ ନିଜ ଶରୀର ପାଇଁ ଉପଯୋଗୀ କଣ ତାହା ପ୍ରଥମେ ଜାଣି ରଖିବା ଆବଶ୍ୟକ l କିଛିଟା ଖାଦ୍ୟ ପଦାର୍ଥ ଏପରି ରହିଛି ଯାହାକୁ ଗୋଟିଏ ନିର୍ଦ୍ଧିଷ୍ଟ ଆୟୁ ସୀମା ପରେ ଖାଇବା ,ମଧ୍ୟ ଠିକ ନୁହେଁ l ବିଶେଷଜ୍ଞ ମାନଙ୍କ ମତରେ ଏହିସବୁ ଖାଦ୍ୟର ଅଧିକ ଖରାପ ପ୍ରଭାବ ଆମର ଶରୀର ଉପରେ ପଡିଥାଏ l ସେଥିପ୍ରତି ବିଶେଷ ଭାବରେ ସଚେତନ ହେବା ଆବଶ୍ୟକ l

– ବଜାରର ଏନର୍ଜି ଡ୍ରିଙ୍କ : ଆଜିକାଲି ଆମେ ପ୍ରାୟ ଦେଖୁଛୁ ବଜାରରେ ବିଭିନ ପ୍ରକାରର ଏନର୍ଜି ଡ୍ରିଙ୍କ ମିଳୁଛି l ଆମେ ତାହାକୁ ଉତ୍ସୁକତା ର ସହିତ ପିଇବାକୁ ଇଛା କରିଥାଉ l କିନ୍ତୁ ଏହିସବୁ ଏନର୍ଜି ଡ୍ରିଙ୍କ ରେ ପ୍ରଚୁର ମାତ୍ରାରେ ସୁଗାର ଥାଏ ,ଯାହା ଆମ ଶରୀର ପାଇଁ କ୍ଷତି କାରକ l ଏହାଦ୍ୱାରା ଆପଣଙ୍କ ତ୍ୱଚା ଓ ଦାନ୍ତ ଉପରେ ଗଭୀର ପ୍ରଭାବ ପକାଇଥାଏ l

– ବର୍ଗର : ଏଥିରେ ସୋଡିୟମ ଓ ଓମେଗା ୬ ଫ୍ୟାଟି ଏସିଡ ଅଧିକ ପରିମାଣରେ ରହିଥାଏ l ଯାହା ହାର୍ଟ ଉପରେ ଗଭୀର ପ୍ରଭାବ ପକାଇଥାଏ ଓ ହାର୍ଟ ଆଟାକ ର କାରଣ ହୋଇଥାଏ l ତେଣୁ ଏହାକୁ ୩୦ ବର୍ଷ ପରେ ଖାଇବା ଉଚିତ ନୁହେଁ l

– ରେଡ ମିଟ : ରେଡ ମିଟ ରେ ପ୍ରଚୁର ପରିମାଣରେ ଚର୍ବି ରହିଥାଏ l ଏଥିରେ ସୋଡିୟମ ର ମାତ୍ରା ଅଧିକ ରହିଥିବା କାରଣରୁ ରକ୍ତଚାପ ର କାରଣ ହୋଇଥାଏ l ତେଣୁ ଏହାଦ୍ୱାରା ମୋଟାପଣ ଓ ହାର୍ଟ ଆଟାକ ସମସ୍ୟା ଦେଖାଦିଏ l ଏହାକୁ ଖୁବ ସ୍ୱଳ୍ପ ପରିମାଣରେ ଖାଇବା ଆବଶ୍ୟକ l

– ସୋଢା ଡ୍ରିଂକ୍ସ : ଏଥିରେ ସୁଗାର ଓ କାଫିନ ମାତ୍ରା ଅଧିକ ଥିବା କାରଣରୁ ଶରୀର ପକ୍ଷରେ କ୍ଷତି କାରକ ହୋଇଥାଏ l ଏହା ଆର୍ଥ୍ରାଇଟିଜ ଓ ଥାଇରଏଡ ମଧ୍ୟ କାରଣ ହୋଇଥାଏ l ତେଣୁ ଏହିସବୁ ଖାଦ୍ୟ ଠାରୁ ଦୁରେଇ ରହିବା ଆବଶ୍ୟକ l

Shares