ଆରଡି :ସମସ୍ତ ବାପା-ମାଙ୍କ ଶେଷ ଇଛା ଯେ ମୃତ୍ୟì ବେଳକୁ ପୁଅ ଅନ୍ତିମ ସଂସ୍କାରରେ ମୁଖାଗ୍ନି ଦେବା ସହ ଅନ୍ତେଷ୍ଟିକ୍ରିୟା କରାଇବ । ହେଲେ ବିଧିର ବିଧାନ ଏପରି ବାପର ମୃତ୍ୟì ଖବର ପାଇ ମଧ୍ୟ ନିକଟରେ ପହଁଞ୍ଚି ପାରିଲେନି ପୁଅମାନେ । ଏପରି ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ଭଦ୍ରକ ଜିଲା ‘ାନ୍ଦବାଲି ବ୍ଲକ ଆରଡି ପଞ୍ଚାୟତ ସାନପଙ୍କି ଗାଁରେ ।
ଉକ୍ତ ଗାଁର ନବଘନ ସାହୁ(୬୫) ଦୀର୍ଘ ଏକମାସ ହେବ ରୋଗରେ ପୀଡିତ ଥିବା ବେଳେ ଗତ ସୋମବାର ବିଳମ୍ବିତ ରାତିରେ ମୃତ୍ୟì ଘଟିଥିଲା । ହେଲେ ତାଙ୍କର ୩ପୁଅ ବାଙ୍ଗାଲୋରରେ ଏକ ଘରୋଇ କମ୍ପାନୀରେ କାମ କରୁଥିବାରୁ ଦୀର୍ଘ ଦେଢମାସ ହେବ କରୋନା ନାମକ ମହାମାରୀ ପାଇଁ ସାରା ଦେଶରେ ଲକଡାଉନ ଜାରି କରାଯାଇ ଥିବାରୁ ବାପାଙ୍କର ମୃତ୍ୟì ଖବର ପାଇ ମଧ୍ୟ ୩ ପୁଅ ଆସି ପାରିନନଥିଲେ । ଶେଷରେ ନବଘନଙ୍କ ପଡୋଶୀ ଅନ୍ତିମ ସଂସ୍କାର କରିଥିଲେ