Odisha news

ତିହିଡି ବ୍ଳକକୁ ଆସି ସାରିଲେଣି ୨୬୯ ଜଣ ପ୍ରବାସୀ, ସମସ୍ତେ ଏବେ କ୍ୱାରେଣ୍ଟାଇନ୍‍ରେ

0

ତିହିଡି :ତିହିଡି ବ୍ଲକର ୩୧ ପଞ୍ଚାୟତ ମଧ୍ୟରୁ ୨୪ ପଞ୍ଚାୟତକୁ ଆଜି ସୁଦ୍ଧା ଆସି ସାରିଲେଣି ୨୬୯ ଜଣ ପ୍ରବାସୀ । ଏମାନେ ସବୁ କେରଳ, ଗୁଜୁରାଟ ଆଦି ବିଭିନ୍ନ ସ୍ଥାନରୁ ପର୍ଯ୍ୟାୟ କ୍ରମେ ଆସି ଏଠାରେ ପହଞ୍ଚିବା ପରେ ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଶ୍ରମଜୀବୀ ହୋଇଥିବା ବେଳେ ଆଉ କେତେକ ଛାତ୍ରଛାତ୍ରୀ ମଧ୍ୟ ରହିଛନ୍ତି । ପୂର୍ବରୁ ମୋଟ ୧୭୪ ଜଣ ଆସିଥିଲା ବେଳେ ଗତକାଲି ୫୦ ଜଣ ଓ ଆଜି ୫୦ ଜଣ ଆସି ପହଞ୍ଚିଛନ୍ତି ।

ବିଭିନ୍ନ ପଞ୍ଚାୟତରେ ଖୋଲା ଯାଇଥିବା କ୍ୱାରେଣ୍ଟାଇନ କେନ୍ଦ୍ରରେ ଏମାନଙ୍କୁ ରଖାଯାଇଥିବା ବେଳେ ଅଙ୍ଗନଓ୍ୱାଡି ଓ ଆଶା କର୍ମୀ ତଥା ମନିଟରିଂ କମିଟିର କର୍ମଚାରୀ ମାନେ ସେମାନଙ୍କ ରହିବା ଆଉ ଖାଇବା ପିିଇବାର ଆନୁଷଙ୍ଗିକ ବ୍ୟବସ୍ଥା କରାଇବା ସହ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝୁଛନ୍ତି ।

ଏମାନେ ଭଣ୍ଡାରିପୋଖରୀ ଠାରେ ପହଞ୍ଚିବା ପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ସେମାନଙ୍କୁ ନିଜ ନିଜ ପଞ୍ଚାୟତର କ୍ୱାରେଣ୍ଟାଇନକୁ ପଠାଇ ଦେବାର ବ୍ୟବସ୍ଥା କରାଯାଉଛି । ଆଗାମୀ ଦିନରେ ଆହୁରି ଅନେକ ପ୍ରବାସୀ ଫେରିବାର ଥିବାରୁ ବ୍ଲକ ପ୍ରଶାସନ ପକ୍ଷରୁ ସେମାନଙ୍କ ରହିବାର ସମସ୍ତ ବନ୍ଦୋବସ୍ତ କରାଯାଇଛି

Leave A Reply