Odisha news

୨୬୭ ନିୟମ କଣ ? ଯାହା ରାଜ୍ୟସଭାରେ ବିପକ୍ଷଙ୍କ ହତିଆର ହେବ

0

ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇ ଯାଇଛି, ଏବଂ ହଂଗାମା ଧୀରେ ଧୀରେ ଆରମ୍ଭ ହେଉଛି l  ଶୁକ୍ରବାର ଦିନ ମଧ୍ୟ ଗୃହ ଚାଲିପାରିଲା ନାହିଁ l ରାଜ୍ୟସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରକେ ଷୋମବାର ଦିନ ସ୍ଥଗିତ କରିବାକୁ ପଡିଲା l ସଭାପତି ଜଗଦୀପି ଧନଖଡ଼ କହିଥିଲେ ବିପକ୍ଷ ଦଳ ସାମାନ୍ୟ କାର୍ଯ୍ୟରେ ବାଧା ସୃଷ୍ଟି କରିବା ପାଇଁ ନିୟମ ୨୬୭ କୁ ଗୋଟିଏ ଅସ୍ତ୍ର ଭାବରେ ବ୍ୟବହାର କରୁଛି l ନିୟମ ୨୬୭ ରାଜ୍ୟସଭା ର କାର୍ଯ୍ୟବାହୀ ଖୁବ ମହତ୍ଵପୁର୍ଣ ଅଟେ l ଯଦି ଏହି ନିୟମ ଅନୁସାରେ ଚର୍ଚା ର ପ୍ରସ୍ତାବ ସ୍ୱୀକାର କରାଯାଏ ତେବେ ଗୃହ ର ଅନେକ କାର୍ଯ୍ୟ ଉପରେ ରୋକ ଲାଗି ଯାଇଥାଏ l

ନିୟମ ୨୬୭ କଣ ?
ନିୟମ ୨୬୭ ରାଜ୍ୟସଭା ସଦସ୍ୟ ଙ୍କ ସଭାପତି ଙ୍କ ମଞ୍ଜୁରୀ ଦ୍ୱାରା ଗୃହ ର ପୂର୍ବ ନିର୍ଧାରିତ ଏଜେଣ୍ଡା କୁ ନିଲମ୍ବନ କରିବାକୁ ବିଶେଷ ଶକ୍ତି ଦେଇଥାଏ l ନିୟମ ୨୬୭ ଅନୁସାରେ କୌଣସି ଚର୍ଚା ସଂସଦ ରେ ଏଥିପ[ଆଇନ ମହତ୍ଵପୁର୍ଣ ଅଟେ କାହିଁକିନା ଏହା ରାଷ୍ଟ୍ରୀୟ ମହତ୍ୱ ପାଇଁ ଚର୍ଚା କରାଯାଇଥାଏ l ଯଦି କୌଣସି ମୁଡା ର ନିୟମ ୨୬୭ ଅନୁସାରେ ସ୍ୱୀକାର କରାଯାଏ ତେବେ ଏହା ଦର୍ଶାଇଥାଏ ଯେ ଏହା ଆଜିର ସବୁଠୁ ମହତ୍ଵପୁର୍ଣ ରାଷ୍ଟ୍ରୀୟ ମୁଦା ଅଟେ l

ରାଜ୍ୟସଭାର ନିୟମ ପୁସ୍ତକରେ କୁହାଯାଇଛି ଯେ ‘ ଯେ କୌଣସି ସଦସ୍ୟ ସଭାପତି ଙ୍କ ସହମତି ଅନୁସାରେ ଏହା ପ୍ରସ୍ତାବ କରିପାରିବ l ଏବଂ ପ୍ରସ୍ତାବ ଆଣିପାରିବ କି ସେହିଦିନ ଗୃହ ରେ ଶୁଚିବଧ ଏଜେଣ୍ଡା କୁ ନିଲମ୍ବନ କରାଯିବ l  ଯଦି ପ୍ରସ୍ତାବ ପାରିତ ହୋଇଯାଏ ତେବେ ବିଚାରାଧୀନ ନିୟମ କୁ କିଛି ସମୟ ପାଇଁ ନିଲମ୍ବିତ କରିଦିଆ ଯାଏ l ବିଗତ ୩୬ ବର୍ଷରେ ନିୟମ ୨୬୭ କୁ କେବଳ ୬ଟି ଅବସରରେ ଅନୁମତି ଦିଆଯାଇଛି l

Leave A Reply