Odisha news

୨୬ ବର୍ଷ ପରେ ପାଣିରୁ ବାହାରିଲା ଗାଁ

0

ଇଟାଲି : ଇଟାଲିର ଗୋଟିଏ ଗାଁ ‘ଫ୍ରେବ୍ରିସ୍‌ ଡି କେରିନ୍‌’ ୨୬ ବର୍ଷ ପରେ ହ୍ରଦରୁ ବାହାରିଛି । ଏହାକୁ ଦେଖି ଇଟାଲି ସରକାର ଆଶା ପ୍ରକଟ କରିଛନ୍ତି ଚଳିତବର୍ଷ ଶେଷ ସୁଦ୍ଧା ନଚେତ ଆସନ୍ତାବର୍ଷ ପ୍ରାରମ୍ଭରେ ଏହି ଐତିହାସିକ ଗାଁକୁ ପର୍ଯ୍ୟଟକମାନେ ଦେଖିବାର ସୁଯୋଗ ପାଇବେ । ୭୩ ବର୍ଷ ପର୍ଯ୍ୟନ୍ତ ଗାଁ ହ୍ରଦ ଭିତରେ ବୁଡ଼ି ରହିଥିଲା । ଲୋକେ କହନ୍ତି ଏ ଗାଁରେ ଦୁଷ୍ଟ ଆତ୍ମା ଓ ଭୂତ ଥିବାରୁ ଏହାକୁ ହ୍ରଦ ଭିତରେ ବୁଡେଇ ଦିଆଗଲା । ପାଣିରେ ବୁଡ଼ି ରହିଥିବା ଏ ଗାଁ ମାତ୍ର ଚାରିଥର ୧୯୫୮, ୧୯୭୪, ୧୯୮୩ ଓ ୧୯୯୪ରେ ଦୃଷ୍ଟିଗୋଚର ହୋଇଛି । ଏବେ ୨୬ ବର୍ଷ ପରେ ହ୍ରଦର ପାଣି କମିବାରୁ ପୁଣି ଥରେ ବାହାରକୁ ବାହାରିଛି ।

Leave A Reply

Your email address will not be published.