Odisha news

ଭୁବନେଶ୍ୱରଠାରେ୨୩ତମ ଖଣି ପରିବେଶ ଏବଂ ଖଣିଜ ସଂରକ୍ଷଣ ସପ୍ତାହର ସମାପନ ଉତ୍ସବ ଆୟୋଜିତ

0

ଭୁବନେଶ୍ୱର, ୨୭.୦୫.୨୦୨୨: ୨୩ତମ ଖଣି ପରିବେଶ ଏବଂ ଖଣିଜ ସଂରକ୍ଷଣ ସପ୍ତାହ (ଗଋଌଗଉ) ର ସମାପନ ଉତ୍ସବ ଆଜି ଭୁବନେଶ୍ୱରରେଆୟୋଜିତ ହୋଇଯାଇଛି ଜ୍ଝ ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶ୍ରୀଧର ପାତ୍ର ଉକ୍ତ ବିଶେଷ କାର୍ୟ୍ୟକ୍ରମ ତଥା ପୁରସ୍କାର ବିତରଣ ସମାରୋହରେ ମୁଖ୍ୟ ଅତିଥି ଭାବେଯୋଗଦେଇ ଥିଲେ। ଶ୍ରୀ ପି.ଏନ୍. ଶର୍ମା, ଚିଫ୍ କଣ୍ଟ୍ରୋଲର୍ ଅଫ୍ ମାଇନ୍ସ, (ଭାରପ୍ରାପ୍ତ) ଏମ.ଡି.ଆର୍, ଆଇ.ବି.ଏମ୍, ଶ୍ରୀ ବି.କେ. ଦାସ, ନିର୍ଦ୍ଦେଶକ (ଉତ୍ପାଦନ), ନାଲକୋ, ଡ. ୱାଇ.ଜି. କାଲେ, କଣ୍ଟ୍ରୋଲର୍ ଅପ୍ ମାଇନ୍ସ (ପୂର୍ବଞ୍ଚଳ), ଆଇ.ବି.ଏମ୍, ଶ୍ରୀ ବି.ଏଲ୍. ଗୁର୍ଜର୍, ଆର୍.ସି.ଓ.ଏମ୍, ଆଇ.ବି.ଏମ୍, ଭୁବନେଶ୍ୱର ଅଞ୍ଚଳ ଏହି କାର୍ୟ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ ଇଣ୍ଡିଆନ୍ ବ୍ୟୁରୋ ଅଫ୍ ମାଇନ୍ସ,ଭୁବନେଶ୍ୱର ଅଞ୍ଚଳ ଦ୍ୱାରା ୨୨ ରୁ ୨୮ ଫେବୃଆରୀ ୨୦୨୧ ମଧ୍ୟରେ ସପ୍ତାହବ୍ୟାପୀ ଖଣି ପରିବେଶ ଏବଂ ଖଣିଜ ସଂରକ୍ଷଣ ସପ୍ତାହ ପାଳନ କରାଯାଇଥିଲା। କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ) ଦ୍ୱାରା ଉକ୍ତ ୨୩ ତମ ଖଣି ପରିବେଶ ଏବଂ ଖଣିଜ ସଂରକ୍ଷଣ ସପ୍ତାହର ସମାପନ ଦିବସ ତଥା ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହୋଇଥିଲା ଜ୍ଝ ସପ୍ତାହବ୍ୟାପୀ ଏହି କାର୍ୟ୍ୟକ୍ରମରେ କର୍ମଚାରୀ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କ ମଧ୍ୟରେ ଖଣି ପରିବେଶ ଏବଂ ଖଣିଜ ସଂରକ୍ଷଣ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଖଣି ଯାଞ୍ଚ୍ ଏବଂ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା
ବୃକ୍ଷରୋପଣ, ବର୍ଜ୍ୟବସ୍ତୁ ଡମ୍ପିଂ ପରିଚାଳନା, ଉପରସ୍ତର ମୃତ୍ତିକା ପରିଚାଳନା, ଖନନ ଏବଂ ପୁନଃ ବ୍ୟବହାର, ସବ୍ ଗ୍ରେଡ୍ ମିନେରାଲ୍ ପରିଚାଳନା ଏବଂ ଖଣି ଉପଯୋଗିତା ସୁବିଧା, ମନିଟରିଂ, ସ୍ଥାୟିତ୍ୱ ଇତ୍ୟାଦି ଉପରେ ସେମାନଙ୍କର କାର୍ୟ୍ୟଦକ୍ଷତାକୁ ଆଧାର କରି ଯାଞ୍ଚ୍ ଦଳ ବିଭିନ୍ନ ଖଣିର ମୂଲ୍ୟାଙ୍କନ କରିଥିଲେ ଜ୍ଝ

ଏହି ଉତ୍ସବକୁ ପାଳନ କରିବା ପାଇଁ ପରିବେଶ ପରିଚାଳନା ତଥା ଖଣିଜ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ଖଣିର ବ୍ୟକ୍ତିଗତ କର୍ମଚାରୀଙ୍କୁ “ପର୍ୟ୍ୟାବରଣ ବନ୍ଧୁ ପୁରସ୍କାର” ଏବଂ “ଖଣିଜ ସଂରକ୍ଷଣ ବନ୍ଧୁ ପୁରସ୍କାର” ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ପୋଷ୍ଟର ଏବଂ ସ୍ଲୋଗାନ ପାଇଁ ମଧ୍ୟ ସ୍କୁଲ ପିଲାମାନଙ୍କୁ ପୁରସ୍କାରପ୍ରଦାନ କରାଯାଇଥିଲା
କାର୍ୟ୍ୟକ୍ରମ ପ୍ରାରମ୍ଭରେ, ନାଲକୋର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ (ଉତ୍ପାଦନ) ତଥା ଆୟୋଜନ କମିଟିରେ ଉପାଧ୍ୟକ୍ଷ ଶ୍ରୀ ଆମିୟ କୁମାର ସ୍ୱାଇଁ, ସ୍ୱାଗତଭାଷଣ ପ୍ରଦାନ କରିଥିବାବେଳେ,ଆଞ୍ଚଳିକ ଖଣି ନିୟନ୍ତ୍ରକ ତଥା ସଂଯୋଜକ ଶ୍ରୀ ବି.ଏଲ୍. ଗୁର୍ଜର୍, ଏହି ୨୩ତମ ଏମ.ଇ.ଏମ.ସି ସପ୍ତାହ ର ରିପୋର୍ଟ୍ ଉପସ୍ଥାପନ କରିଥିଲେ । ନିରବଚ୍ଛିନ୍ନ ଉତ୍ପାଦନ ପାଇଁ ମହାମାରୀର ସଂକଟପୁର୍ଣ୍ଣ ସମୟରେ ଖଣିଗୁଡ଼ିକ ଦ୍ୱାରା କରାଯାଇଥିବା ଆଦର୍ଶ କାର୍ୟ୍ୟ ଏବଂ ପରିବେଶ ସୁରକ୍ଷା ତଥା ଖଣିଜ ସଂରକ୍ଷଣ ଦିଗରେ ଗ୍ରହଣ କରାଯାଇଥିବା ସର୍ବୋତ୍ତମ ପଦ୍ଧତିସବୁକୁଚିତ୍ରଣ କରଯାଇଥିବା ଏକ ୧୫ ମିନିଟ୍ ର ଭିଡିଓ ପ୍ରଦର୍ଶିତ ହୋଇଥିଲା ଜ୍ଝ ଏହି ଉତ୍ସବରେ ବକ୍ସାଇଟ୍, କ୍ରୋମାଇଟ୍, ଡୋଲୋମାଇଟ୍, ଚୂନ ପଥର, ଲୁହା, ମାଙ୍ଗାନିଜ୍ ଏବଂ ଗ୍ରାଫାଇଟ୍ ଖଣି ସମେତ ମୋଟ ୭୮ ଟି ଖଣି ଅଂଶଗ୍ରହଣ କରିଥିଲେ

 

Leave A Reply

Your email address will not be published.