ମାତ୍ର ୨୩ ବର୍ଷରେ ମହିଳା ହେଲେ ୧୧ ଟି ଛୁଆଙ୍କ ମା : ଚାହୁଁଛନ୍ତି ୧୦୦ ଟି ଛୁଆ
ନୂଆଦିଲ୍ଲୀ : ରୁଷରେ ରହୁଥିବା ଜଣେ ୨୩ ବର୍ଷୀୟା ମହିଳା କ୍ରିଷ୍ଟିନାଙ୍କୁ ଛୋଟ ଛୁଆ କିଛି ଅଧିକ ଭଲ ଲାଗିଥାନ୍ତି l ତେଣୁ କରି ସେ ଅଟେ କମ ବୟସରୁ ୧୧ ଟି ଛୁଆଙ୍କର ଜନନୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି l ତାଙ୍କର ଏହି ପାଗଳାମି ଏଠାରେ ସାରି ନାହିଁ ,ସେ ଆଗକୁ ମଧ୍ୟ ଅନେକ ଶିଶୁଙ୍କ ଜନନୀ ହେବାର ଆଶା ରଖିଛନ୍ତି l କ୍ରିଷ୍ଟିନା ଗଣମାଧ୍ୟମକୁ କହିଛନ୍ତି ଯେ ମୁଁ ୬ ବର୍ଷ ପୂର୍ବରୁ ଗୋଟିଏ ଝିଅକୁ ଜନ୍ମ ଦେଇଥିଲି l ଏହା ପରେ ମୁଁ କୌଣସି ସନ୍ତାନ ପ୍ରସବ କରି ନାହିଁ କିନ୍ତୁ ସରୋଗେସି ଉପାୟ ଦ୍ୱାରା ଅନ୍ୟ ଶିଶୁ ଗୁଡିକ ଜନ୍ମ ହୋଇଛନ୍ତି l ଏହି ସମସ୍ତ ଛୁଆ ମଧ୍ୟ ଆମ ଜେନେଟିକର ଅଟନ୍ତି l ଆମେ ଅନେକ ଗୁଡିଏ ଛୁଆ ଜନ୍ମ କରିବାକୁ ଚାହୁଁଛୁ l ଏହି ଦମ୍ପତି ସାମାଜିକ ଗଣମାଧ୍ୟମରେ କହିଛନ୍ତି ଯେ ଆମେ ୧୦୫ ଟି ଛୁଆର ପିତାମାତା ହେବାକୁ ଚାହୁଁଛୁ l
ଏହି କଥାକୁ ନେଇ ତାଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିବାରୁ ସେ କହିଥିଲେ ୧୦୫ ଟି ପିଲାଙ୍କର ପିତାମାତା ନହୋଇ ପାରିଲେ ମଧ୍ୟ ୧୧ ଟି ସନ୍ତାନରେ ଆମେ ସନ୍ତୁଷ୍ଟ ନୁହଁ l ଏହି ଦମ୍ପତି ଜର୍ଜିଆର ବାତୁମି ସହରରେ ରହୁଛନ୍ତି ,ଏହି ସହରରେ ସରୋଗେସି ନିୟମ ବିରୁଦ୍ଧ ନୁହେଁ ଓ ମହିଳା ମାନଙ୍କୁ ସରୋଗେସି ପାଇଁ ବ୍ୟବହାର କରିବା ମଧ୍ୟ କୌଣସି ଆପତ୍ତି ନାହିଁ l ଜର୍ଜିଆରେ ସରୋଗେସି ଦ୍ୱାରା ପିଲା ଜନ୍ମ କଲେ ଥରକୁ ୭ ଲକ୍ଷ ଟଙ୍କା ଖର୍ଚ ହୋଇଥାଏ l ଯଦି ଏହି ପରିବାର ୧୦୦ ଟି ଛୁଆ ଚାହାନ୍ତି ତେବେ ପାଖାପାଖି ୭୦ କୋଟି ଟଙ୍କା ଖର୍ଚ ହେବ l କ୍ରିଷ୍ଟିନା କହିଛନ୍ତି ଆମେ ସରୋଗେସି ପାଇଁ ଯେଉଁ ଡାକ୍ତର ଖାନାକୁ ଯାଇଥାଉ ସେମାନେ ଆମପାଇଁ ସରୋଗେଟ ମହିଳାଙ୍କୁ ଚୟନ କରିଥାନ୍ତି ,ଯାହା ଆମପାଇଁ ସୁବିଧା ହୋଇଥାଏ l
Comments are closed.