Odisha news

ଶୀତଋତୁ ରେ କାହିଁକି ଅଧିକ ପାଚନ ସମସ୍ୟା ସହିତ ବ୍ରେନ ଷ୍ଟ୍ରୋକ ସମସ୍ୟା ଅଧିକ ଦେଖାଯାଇ ଥାଏ ?  କଣ କହୁଛି ରିସର୍ଚ୍ଚ

0

ଶୀତଋତୁ ଆସିବା ମାତ୍ରକେ ଥଣ୍ଡା ର ପ୍ରକୋପ ରୁ ଆମର ଜୀବନଶୈଳୀ ସମ୍ପୂର୍ଣ ବଦଳି ଯାଇଥାଏ l  ସର୍ବ ପ୍ରଥମେ ଶୀତ ପ୍ରକୋପ ରୁ ଆମକୁ ଅଳସୁଆ ଲାଗିଥାଏ, ଏହାଛଡା ଆମେ ଥଣ୍ଡା ପ୍ରକୋପ ରୁ କୌଣସି କାର୍ଯ୍ୟ କରିବାକୁ ଇଛା ମଧ୍ୟ କରିନଥାଉ, ସେହିଭଳି ଥଣ୍ଡା ଦିନରେ ଆମେ ପାଣି ମଧ୍ୟ ପିଇବାକୁ ଇଚ୍ଛା କରୁ ନାହିଁ l ଯାହାକି ଶରୀର ପାଇଁ ଅନେକ ରୋଗକୁ ଟାଣିଆଣି ଥାଏ l ସେ ଯେଉଁ ଋତୁ ହେଉନା କାହିଁକି ଶରୀର ରେ ଜଳୀୟ ଅଂଶ କମକରିବା ଉଚିତ ନୁହେଁ l ପାଣି ପିଇବା ଦ୍ୱାରା ଶରୀର ହାଇଡ୍ରେଟ ରହିଥାଏ ବୋଲି ଗବେଷଣା କହୁଛି l

ଅଧ୍ୟୟନ ଅନୁସାରେ କମ ପାଣି ପିଇବା ଦ୍ୱାରା ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡିଥାଏ l ଏବଂ ମସ୍ତିଷ୍କ ସମ୍ବନ୍ଧୀୟ ବିଭିନ୍ନ ରୋଗର କାରଣ ହୋଇଥାଏ l  ତେବେ ଆସନ୍ତୁ ଜାଣିବା କଣ କହୁଛି ଅଧ୍ୟୟନ l

* ଗବେଷକ ଙ୍କ ମତରେ କମ ପାଣି ପିଇବା ଦ୍ୱାରା ମୁଣ୍ଡ ବିନ୍ଧା ସମସ୍ୟା ଦେଖା ଯାଇଥାଏ l ଏହା ଏଥିପାଇଁ ହୋଇଥାଏ କାହିଁକି ନା କମ ପାଣି ପିଇବା ଦ୍ୱାରା ଶରୀର ର ହାଇଡ୍ରେସନ ସ୍ତର ହ୍ରାସ ପାଇଥାଏ l ଏବଂ ମୁଣ୍ଡ ବିନ୍ଧା ସମସ୍ୟା ଦେଖାଯାଇ ଥାଏ l

* ଶୀତଋତୁ ରେ କିମ୍ବା ଅନ୍ୟ କୌଣସି ଋତୁ ରେ ପାଣି କମ ପିଇବା ଦ୍ୱାରା ଡି ହାଇଡ୍ରେସନ ହେବାର ବିପଦ ବଢି ଯାଇଥାଏ, ଯାହାର ସିଧାସଳଖ ପ୍ରଭାବ ମସ୍ତିଷ୍କ ଉପରେ ପଡିଥାଏ l ଏପରି ସ୍ଥିତିରେ ସ୍ମରଣ ଶକ୍ତି ବା ମନେରଖିବା ଶକ୍ତି ହ୍ରାସ ପାଇଥାଏ l ଏବଂ ଆମେ ଖୁବ ଶୀଘ୍ର ସବୁକଥା ଭୁଲିବାକୁ ଲାଗିଥାଉ l

* ଚିକିତ୍ସକ ଙ୍କ ମତରେ ଶୀତଋତୁ ରେ ଅଧିକ ବ୍ରେନ ଷ୍ଟ୍ରୋକ ର ବିପଦ ବଢ଼ିଯାଇ ଥାଏ l  ଯାହାର ଗୋଟିଏ ନୁହେଁ ଅନେକ କାରଣ ରହିଥାଏ l ଏଥିମଧ୍ୟରୁ ଗୋଟିଏ ହେଉଛି କମ ପାଣି ପିଇବା l  ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଶୀତଋତୁ ରେ ଲୋକ ଙ୍କୁ କମ ଶୋଷ ଲାଗିଥାଏ l ଏହି କାରଣରୁ ବଡି ଡି – ହାଇଡ୍ରେସନ ହୋଇଯାଇ ଥାଏ l ଏହି କାରଣରୁ ମସ୍ତିଷ୍କ ରେ ବ୍ଲଡ଼ କ୍ଳଟ ହେବାର ସମ୍ଭାବନା ରହିଥାଏ ଓ ଷ୍ଟ୍ରୋକ ସମସ୍ୟା ହୋଇଥାଏ l

* ସାଧାରଣ ଭାବରେ ଲୋକେ ଭାବି ଥାଆନ୍ତି ଗରମ ଦିନ ତୁଳନାରେ ଶୀତଋତୁ ରେ କମ ପାଣି ପିଇବା ଜରୁରୀ l କିନ୍ତୁ ଗବେଷକ ଙ୍କ ମତରେ ଏହା ଭୁଲ ଅଟେ l ଗବେଷଣା କହୁଛି ଯେ ଶୀତଋତୁ ରେ ନିହାତି ୩ରୁ୪ ଲିଟର ପାଣି ପିଇବା ଆବଶ୍ୟକ l

Leave A Reply