ନୂଆଦିଲ୍ଲୀ : ଆମେରିକାର ଜଣେ କୋଟିପତି ବ୍ୟବସାୟୀ ଭବିଷ୍ୟବାଣୀ କରିଛନ୍ତି ଯେ ସେ ୧୮୦ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିବେ l ୪୭ ବର୍ଷୀୟ ଡେଵ ଦୀର୍ଘ ଆୟୁ ହାସଲ କରିବା ପାଇଁ କିଛି ଖାସ ଉପାୟ ଖୋଜିଛନ୍ତି ବୋଲି ମଧ୍ୟ ଦାବି କରିଛନ୍ତି l ଲଫାଇଷ୍ଟାଇଲ ଗୁରୁ ଭାବରେ ଜଣାଶୁଣା ଡେଵ କହିଛନ୍ତି କି ଦୀର୍ଘାୟୁ ହେବାପାଇଁ ତାଙ୍କର ଉପାୟ ବହୁତ ଶୀଘ୍ର ଘରେ ଘରେ ଲୋକପ୍ରିୟ ହୋଇଯିବ l ବିଶେଷ ସୂଚନାରୁ ଜଣାପଡିଛି ଯେ ସେ ୨୧୫୩ ପର୍ଯ୍ୟନ୍ତ ଜୀବିତ ରହିବେ ବୋଲି କହିଛନ୍ତି l ଦୀର୍ଘ ଜୀବନ ପାଇବା ପାଇଁ ସେ ଯେଉଁ ଉପାୟ ଅବଲମ୍ବନ କରିଛନ୍ତି ତାହାକୁ ସେ ଵୟୋ ହ୍ୟାକିଂ ନାମ ଦେଇଛନ୍ତି l
ସେ ଦୀର୍ଘ ଜୀବନ ପାଇଁ କୋଲ୍ଡ କ୍ରୟଥେରାପି ଚମ୍ବରର ବ୍ୟବହାର କରୁଛନ୍ତି ଓ କିଛିଦିନ ପାଇଁ ଉପବାସ ମଧ୍ୟ ରହୁଛନ୍ତି l ଏହା ସହିତ ସେ ନିଜର ସ୍ଟେମ ସେଲ୍ସକୁ ବାହାର କରି ଆଉଥରେ ଶରୀରରେ ପୁରାଇବା ପାଇଁ ଅନେକ ପଇସା ଖର୍ଚ କରୁଛନ୍ତି l ଏହି ପ୍ରକ୍ରିୟା ପାଇଁ ପ୍ରତିଥର ପ୍ରାୟ ୧୮ ଲକ୍ଷ ଟଙ୍କା ଖର୍ଚ ହେଉଛି l ତାଙ୍କୁ ପଚରା ଯାଇଥିଲା ଆପଣ ଦୀର୍ଘାୟୁ ହେବାପାଇଁ କଣ ପାଇଁ ଇଛା ରଖିଛନ୍ତି ,ସେ ଉତ୍ତରରେ କହିଥିଲେ ମଣିଷ ଚାହିଁଲେ ଅଧିକ ଦିନ ଦୀର୍ଘାୟୁ ରହି ବହୁତ କିଛି ଠିକ କରି ପାରିବ l ସେ ବର୍ତ୍ତମାନ ସୁଦ୍ଧା ନିଜ ଶରୀରରେ ୭.୩ କୋଟି ଟଙ୍କା ଖର୍ଚ କରି ସାରିଲେଣି l ସେ ନିଜର ଖାଇବା ଓ ଶୋଇବା ଉପରେ ମଧ୍ୟ ଅନେକ ନିୟନ୍ତ୍ରଣ ରଖିଛନ୍ତି l
Comments are closed.