Odisha news

ପୁରୀରେ ୧୭ଜଣ ନୂଆ କରୋନା ପଜିଟିଭ ଚିହ୍ନଟ

0

ପୁରୀ : ପୁରୀ ଜିଲ୍ଲାରେ  ୧୭ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ନୂତନ ଭାବେ ଚିହ୍ନଟ ପଜିଟିଭଙ୍କ ମଧ୍ୟରେ କାକଟପୁରର ବ୍ଳକର୧୧ଜଣ, କଣାସ ବ୍ଲକର ୪ଜଣ ଓ ଅସ୍ତରଙ୍ଗ ବ୍ଲକର ୨ଜଣ ଅର୍ନ୍ତଭୁକ୍ତ । ୧୭ଜଣ ପଜିଟିଭ ଚିହ୍ନଟ ହେବା ବର୍ତ୍ତମାନ ସୁଦ୍ଧା ପୁରୀ ଜିଲ୍ଲାରେ ସବୁଠାରୁ ବଡ ସଂକ୍ରମଣ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂପ୍ରକାଶ କରିଛନ୍ତି । ସେ କହିଛନ୍ତିଯେ, ଗୁଜୁରାଟରୁ ଆସିଥିବା ୧୧ଜଣ, ପଶ୍ଚିମବଙ୍ଗରୁ ଆସିଥିବା ୪ଜଣ, ଆନ୍ଧ୍ରପ୍ରଦେଶରୁ ଆସିଥିବା ୨ଜଣ କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ ।

କିଛି ତାମିଲନାଡୁ ଫେରନ୍ତା ମଧ୍ୟ କ୍ୱାରେଣ୍ଟାଇନରେ ରହୁଥିଲେ । ସେମାନଙ୍କ ନମୁନା ପରୀକ୍ଷଣରୁ ୧୭ଜଣ ପଜିଟିଭ ଥିବା ଜଣାପଡିଛି । ସେମାନଙ୍କୁ ଭୁବନେଶ୍ୱର କୋଭିଡ-୧୯ ହସ୍ପିଟାଲକୁ ପଠାଯାଇଛି । ସେମାନଙ୍କ ନିକଟରେ କୌଣସି ଲକ୍ଷଣ ପରିଲକ୍ଷିତ ହୋଇନଥିଲା ଏପର୍ଯ୍ୟନ୍ତ ପୁରୀ ଜିଲ୍ଲାରେ ୬୨ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୮ଜଣ  ସକ୍ରୀୟ ସଂକ୍ରମିତ । ବର୍ତ୍ତମାନ ସୁଦ୍ଧା ୪ଜଣ ସୁସ୍ଥ ହୋଇଥିବା ଜିଲ୍ଲାପାଳ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ।

Leave A Reply