Odisha news

୧୧୮ ବର୍ଷ ହେଲାଣି ପାକିସ୍ତାନରେ ଗିରଫ ହୋଇ ରହିଛି ଏହି ଗଛ : ଜାଣନ୍ତୁ କଣ ରହିଛି କାରଣ

0

ନୂଆଦିଲ୍ଲୀ : ଆପଣ ଜାଣିଥିବେ ବା ଦେଖିଥିବେ ମଣିଷ ଓ ଜୀବଜନ୍ତୁଙ୍କୁ ବନ୍ଧା ଯାଇ ବନ୍ଦୀ କରାଯାଇଥାଏ ,କିନ୍ତୁ ଆମେ ଆଜି ଆପଣଙ୍କୁ ଗୋଟିଏ ଗଛ ବିଷୟରେ କହିବାକୁ ଯାଉଛୁ ଯାହାକୁ ୧୦୦ ବର୍ଷରୁ ଉର୍ଧ ହେଲାଣି ବନ୍ଧା ଯାଇ ବନ୍ଦୀ ଭାବରେ ରଖ ଯାଇଛି l ଏପରି ଗୋଟିଏ ଗଛ ୧୧୮ ବର୍ଷ ହେଲାଣି ପାକିସ୍ତାନର ଲାଣ୍ଡିକୋଟାଲ ଆର୍ମିରେ ଲଗା ଯାଇଛି l ଏହାକୁ ବନ୍ଦୀ କରିବା ପଛରେ ଅତି ରହସ୍ୟମୟୀ କାହାଣୀ ରହିଛି l ବର୍ତ୍ତମାନ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବା ଯେ ଗଛ କୁ କାହିଁକି ଗିରଫ କରାଯାଇଛି ?ଅଧିକ ଅସୁବିଧାର ସମ୍ମୁଖୀନ ହେଲେ ଗଛଟିକୁ କାଟି ଦିଆଯାଏ l କିନ୍ତୁ ଜଣେ ଇଂରେଜ ଜେଲରଙ୍କର ଜିଦି କାରଣରୁ ଏହି ଗଛଟିକୁ ଗିରଫ କରାଯାଇଥିଲା ଓ ଝଞ୍ଜିରରେ ବନ୍ଧା ଯାଇଥିଲା l

୧୮୯୮ର ଘଟଣା –

ଏହି କଥା ସେହି ସମୟର ଯେତେବେଳେ ପାକିସ୍ତାନ ଭାରତର ଗୋଟିଏ ଅଂଶ ଥିଲା ଓ ସୁନାର ଚଢେଇ କୁହାଯାଉଥିବା ଏହି ଦେଶ ଇଂରେଜ ମାନଙ୍କର ଗୋଲାମ ଥିଲା l ୧୮୯୮ ରେ ଜଣେ ଇଂରେଜ ଅଫିସର ଜେମ୍ସ ସ୍କୋଏଡ଼ ବୁଲୁଥିଲେ l ସେ ନିଶାରେ ନିଘୋଡ଼ ହୋଇ ପାର୍କରେ ବୁଲୁଥିବା ସମୟରେ ଗୋଟିଏ ବରଗଛ ନିକଟତର ଦେଇ ଯାଉଥିବା ସମୟରେ ତାଙ୍କୁ ଅନୁଭବ ହୋଇଥିଲା ଗଛଟି ତାଙ୍କ ଆଡକୁ ଆସୁଛି l ଏତେବଡ଼ ବିଶାଳକାୟ ଗଛକୁ ନିଜଆଡକୁ ମାଡି ଆସୁଥିବା ଦେଖି ଜେମ୍ସ ସୈନିକ ମାନଙ୍କୁ ଆଦେଶ ଦେଇଥିଲେ ଗଛଟିକୁ ଗିରଫ କରିବା ପାଇଁ l

ସୈନିକ ମାନେ ଜେମ୍ସଙ୍କ କଥା ମାନି ଗଛଟିକୁ ବାନ୍ଧି ଦେଇଥିଲେ ,ଯାହା ଆଜିପର୍ଯ୍ୟନ୍ତ ଗଛଟି ବନ୍ଦୀ ହୋଇ ରହିଛି l ସମୟ ଗଡି ଚାଲିଲା ଭାରତ ଓ ପାକିସ୍ତାନ ସ୍ୱାଧୀନତା ପରେ ଅଲଗା ହୋଇ ଗଲେ ଓ ଲୋକମାନେ ମଧ୍ୟ ଆଜିପର୍ଯ୍ୟନ୍ତ ଗଛରୁ ଝଞ୍ଜିରକୁ କାଢି ନାହାନ୍ତି କିନ୍ତୁ ତା ସହିତ ସେମାନେ ଗଛରେ ଗୋଟିଏ ବୋର୍ଡ଼ରେ ଲେଖି ଲଗାଇଛନ୍ତି “ମୁଁ ଗିରଫ ହୋଇଛି ” l ଆଜି ପର୍ଯ୍ୟନ୍ତ ଏଥିପାଇଁ ଝଞ୍ଜିର କଢ଼ା ଯାଇନାହିଁ କାରଣ ଇଂରେଜ ଶାସନର କ୍ରୁରତାକୁ ଦର୍ଶାଉଛି ଏହି ପର୍ଯ୍ୟଟନ ସ୍ଥଳୀ l

Leave A Reply