ନୂଆପଡା : ରାଜ୍ୟ ଏବଂ କେନ୍ଦ୍ର ସରକାର ମାଗଣା ଚିକିତ୍ସା ଯୋଗାଇଦେବା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏଥିରେ ୧୦୮ ଆମ୍ବୁଲାନ୍ସ ସେବା ମଧ୍ୟ ଅନ୍ୟତମ । ହେଲେ ଏହି ସେବାରୁ ନୂଆପଡା ଜିଲ୍ଲାବାସୀ ବ ôତ ହେଉଥିବା ନେଇ ଅଭିଯୋଗ କରିଛନ୍ତି । ଜିଲ୍ଲାର ୫ ଗୋଟି ବ୍ଲକ ଖଡିଆଳ, କୋମନା, ବୋଡେନ, ନୂଆପଡା ଓ ସିନାପାଲି ସହ ୩ ଗୋଟି ବିଜ୍ଞାପିତ ଅ ଳ ପରିଷଦ ଖଡିଆଳ, ନୂଆପଡା ଏବଂ ଖରିଆରରୋଡ ରହିଥିବା ବେଳେ ଜିଲ୍ଲା ପାଇଁ ୧୦ ଗୋଟି ୧୦୮ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଇଛି । ବିଶେଷ କରି ଦୁର୍ଘଟଣା ଏବଂ ଗୁରୁତର ଥିବା ବ୍ୟକ୍ତିଙ୍କୁ ଏହି ସେବା ମାଗଣାରେ ଯୋଗାଇ ଦେବା ପାଇଁ ସରକାରଙ୍କ ପକ୍ଷରୁ ଯୋଗାଣ ହୋଇଥିବା ବେଳେ ଏହି ସେବାର ଉପଯୁକ୍ତ କାର୍ଯ୍ୟରେ ଆସୁନଥିବା ଜଣାପଡିଛି । ଜିଲ୍ଲାର ଯେକୌଣସି ସ୍ଥାନରୁ ୧୦୮ ଆମ୍ବୁଲାନ୍ସ ସେବା ସହିତ ଯୋଗାଯୋଗ କଲେ ଠିକ୍ ଉ ର ମିଳି ପାରୁନଥିବା ସହ ଘ । ଘ । ଧରି ଏହି ଆମ୍ବୁଲାନ୍ସ ପହ ô ନଥିବାରୁ ରୋଗୀ ହଇରାଣ ସହ ବେଳେ ବେଳେ ମୃତ୍ୟୁମୁଖରେ ପଡୁଥିବା ନଜିର ରହିଛି । ଲୋକଙ୍କ ଚିିକିତ୍ସାରେ ସହାୟତା ଏବଂ ଶୀଘ୍ର ଆରୋଗ୍ୟ ପାଇଁ ସରକାର ଏହି ଯୋଜନା କାର୍ଯ୍ୟକାରୀ କରିଥିବା ବେଳେ ଲୋକେ ଏହାର ଫାଇଦା ପାଇପାରୁ ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେଇ ୧୦୮ ଆମ୍ବୁଲାନ୍ସ ସେବାର ସୂଚାରୁରୂପେ କାର୍ଯ୍ୟକାରୀ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।