Odisha news

ଗହଳିରେ ଫସିରହିଲା ୧୦୮ ଅମ୍ବୁଲାନ୍ସ : ସାମାଜିକ ଦୂରତା ମାନୁଛି କିଏ

0

ନିମାପଡା :ନିମାପଡା-ପିପିଲି ରାସ୍ତାର ଖେଲାର ବଜାରରେ ଆଜି ଟ୍ରାଫିକ ସମସ୍ୟା ଜଟିଳ ହୋଇ ପଡିଥିଲା ।ସକାଳେ ରୋଗୀକୁ ନେଇ ଯାଉଥିବା ଏକ ୧୦୮ଆମ୍ବୁଲାନ୍ସ ବଜାରରେ ଲାଗିରହିଥିବା ଗହଳିରେ ଦୀର୍ଘ ସମୟ ଧରି ଫସି ରହିଥିଲା ।ଆଜି ଖେଲାର ହାଟ ଥିବାରୁ ଲୋକେ ପନିପରିବା ଓ ଅନ୍ୟାନ୍ୟ ସାମଗ୍ରୀ କିଣିବା ପାଇଁ ବଜାରରେ ଅସହ୍ୟ ଭିଡ ଜମାଇଥିଲେ ।ଫଳରେ ରାସ୍ତାରେ ବିଭିନ୍ନ ଯାନବାହାନ ଚଳାଚଳ କରିନପାରି ବଜାର ମଧ୍ୟରେ ଅଟକି ରହିଥିଲା ।

ଏହି ସମୟରେ ରୋଗୀକୁ ନେଇ ଏକ ୧୦୮ ଆମ୍ବୁଲାନ୍ସ ଆସିଥିଲା ।ତେବେ ଆମ୍ବୁଲାନ୍ସଟି ଯିବା ପାଇଁ ଯେତେ ସାଇରନ ମାରି ଉଦ୍ୟମ କରିଥିଲେ ମଧ୍ୟ ଗହଳିରୁ ସହଜେ ବାହାରି ନପାରି ଦୀର୍ଘ ସମୟଧରି ତା ଭିତରେ ଫସି ରହିଥିଲା ।ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ବଜାରରେ ସେହି ସମୟରେ ଜଣେ ବି ପୁଲିସ କର୍ମଚାରୀଙ୍କ ଦେଖା ମିଳିନଥିଲା ।ସ୍ଥାନୀୟ ଲୋକେ ଗାଡିଗୁଡିକୁ ଗୋଟିଏ ପରେ ଗୋଟିଏ କରି ଲାଇନ କରି ଛାଡିବା ପରେ ଗହଳି ମଧ୍ୟରେ ଫସି ରହିଥିବା ଆମ୍ବୁଲାନ୍ସଟି ବାହାରି ପାରିଥିଲା ।କରୋନା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ଜାରି କରିଥିବା ବିଭିନ୍ନ କଟକଣାକୁ ନିମାପଡା ଅଂଚଳର ଅନେକ ଲୋକ ଅଣଦେଖା କରିଆସୁଛନ୍ତି ।ହାଟ ଓ ବଜାରରେ  ଲୋକେ ସାମାଜିକ ଦୂରତା ମାନୁନାହାନ୍ତି ।ଅମାନିଆଙ୍କ ଉପରେ ସେଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗ ହେଉଛି ।

Leave A Reply