ରାୟଗଡା (Rabindra patkhandal): କେରଳର ଆଲେପି ଠାରୁ ସମ୍ବଲପୁର ଯାଏଁ ଟ୍ରେନ ନଂ ୬୧୧୪ରେ ଅବିଭକ୍ତ କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର,ଗଜପତି ଏବଂ ଗଂଜାମର ୧୦୭୪ ଜଣ ପ୍ରବାସୀ ଶ୍ରମିକ ସକାଳ ୫ଟା ସମୟରେ ରାୟଗଡା ରେଳ ଷ୍ଟେସନରେ ଓହ୍ଲାଇଛନ୍ତି । ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ଶ୍ରମିକ ମାନେ ଆସୁଥିବା ନେଇ ପ୍ରଶାସନକୁ ଆଗୁଆ ସୂଚନା ଦିଆଯାଇଥିଲା । ଏଥି ନିମନ୍ତେ ପ୍ରଶାସନ ତରଫରୁ ଗଜପତି ଛକ ଠାରୁ ହୋଟଲ ସାଇ ଇଂଟରନ୍ୟାସନାଲ ଛକ ଯାଏଁ ୧୪୪ ଧାରା ଜାରୀ କରାଯାଇ ୪ ଜଣରୁ ଉଦ୍ଧ୍ୱର୍ ବ୍ୟକ୍ତି ଗୋଟିଏ ସ୍ଥାନରେ ଏକତ୍ରିତ ନ ହେବା ପାଇଁ ବାରଣ କରାଯାଇଥିଲା ।
ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ପିଡି, ଡିଆରଡିଏ ଅମୃିତ ଋତୁରାଜ, ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଆଚଂଳିକ ପରିବହନ ଅଧିକାରୀ ଦିଲ୍ଲୀପ କୁମାର ଦଳେଇ, ପୌର ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥି, ଉପଖଣ୍ଡ ପୋଲିସ ଅଧିକାରୀ ତପନ ନାରାୟଣ ରଥ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୃସିଂହ ପଟ୍ଟନାୟକ ଏବଂ ପଡୋଶୀ ଜିଲ୍ଲାର ନୋଡାଲ ଅଧିକାରୀ ମାନେ ଶ୍ରମିକ ମାନଙ୍କୁ ସ୍ୱାଗତ କରିବା ନିମନ୍ତେ ଷ୍ଟେସନରେ ଉପସ୍ଥିତ ଥିଲେ । ପ୍ରବାସୀ ଫେରାନ୍ତ ମାନଙ୍କ ପଂଜିକରଣ କରିବା ସହ ଦେହର ତାପମାତ୍ରା ସ୍କ୍ରିିନିଂ କରାଯାଇଥିଲା । ଏତେ ଶ୍ରମିକ ରାୟଗଡାରେ ଓହ୍ଲାଉଥିବାରୁ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବନେ୍ଦାବସ୍ତ କରାଯାଇଥିଲା । ଏହି ସ୍ୱତନ୍ତ୍ର ଟ୍ରେନରେ ନବରଙ୍ଗପୁର ଜିଲ୍ଲାର ୨୯୭, କୋରାପୁଟର ୨୯୨, ରାୟଗଡାର ୭୬, ଗଜପତିର ୨୫, କଳାହାଣ୍ଡିର ୭୯ ଏବଂ ଗଂଜାର ଜିଲ୍ଲାର ୧୮୪ ଜଣ ଶ୍ରମିକ ଆସିଥିଲେ । ଶ୍ରମିକ ମାନଙ୍କୁ ନିଜ ନିଜ ଜିଲ୍ଲାର ନୋଡାଲ ଅଧିକାରୀ ମାନଙ୍କୁ ହସ୍ତାନ୍ତର କରାଯାଇଥିଲା । ରାୟଗଡା ଜିଲ୍ଲାର ବିଷମକଟକ ବ୍ଲକର ୬, ଚନ୍ଦ୍ରପୁର ୬, ଗୁଡାରୀର ଜଣେ, କଲୋନରା ବ୍ଲକର ୨ ଜଣ, କଲ୍ୟାଣସିଂହପୁର ବ୍ଲକର ଜଣେ, ରାୟଗଡା ବ୍ଲକର ୪ ଜଣ ଏବଂ ମୁନିଗୁଡା ବ୍ଲକର ୫୩ ଜଣ ଥିଲେ ।