Odisha news

ନାବାଳିକା ଦୁଷ୍କର୍ମକାରିକୁ ଜୋରିମାନା ସହ ୧୦ ବର୍ଷ ସଶ୍ରମ କାରା ଦଣ୍ଡାଦେଶ

0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ବେଲଘରରେ ହୋଇଥିବା ନାବାଳିକା ଦୁଷ୍କର୍ମକାରୀ କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ, ସାଙ୍ଗକୁ ୧୦ ହଜାର ଟଙ୍କା ଜୋରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତ ଜଣକ ବେଲଘର ଥାନା ଅଞ୍ଚଳର ଶଙ୍କର ପ୍ରଧାନୀ। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଫୁଲବାଣୀ ପୋକସୋ କୋର୍ଟ ସ୍ୱତନ୍ତ୍ରଜର୍ଜ ସମର ବିଳାସ ବେହେରା  ଉପରୋକ୍ତ ରାୟ ଶୁଣାଇଛନ୍ତି। ଜୋରିମାନା ଅନାଦେୟ ହେଲେ ଅଧିକ ଛମାସ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି l ମାନ୍ୟବର ସ୍ଵତନ୍ତ୍ର ଜର୍ଜ ।ପ୍ରକାଶ ଯେ,ଗତ 2014 ମସିହା ଜାନୁୟାରୀ ମାସ 14 ତାରିଖ ଦିନ  ବେଲଘର ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଘରୁ ଡାକି ନେଇ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ଶଙ୍କର ପ୍ରଧାନୀ। ଏନେଇ ବେଲଘର ଥାନା ପୋଲିସ ୨/୧୪ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶଙ୍କର ପ୍ରଧାନୀକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Leave A Reply