Odisha news

ଫନିକୁ ପୁରିଲା ବର୍ଷେ ,ଏବେବି ଗୁହାଳ ଘରେ ରହୁଛନ୍ତି ବୃଦ୍ଧ ଦମ୍ପତ୍ତି

0

ଗୋପ (ଏନ୍.ଏନ୍.ଏସ୍): ଗୋପ ବ୍ଲକ୍ ଅଧିନ ନୂଆଖୋଲମରା ପଞ୍ଚାୟତ ସ୍ଥିତ ନନ୍ଦିଗୋରଡ଼ା ଗ୍ରାମରେ ଜୈବିକ ଦିବ୍ୟାଙ୍ଗ ବୃଦ୍ଧ ଦମ୍ପତ୍ତି ଫଣି ପରଠାରୁ ଭଙ୍ଗା ଦଦରା ଗୁହାଳ ଘରେ ଜୀବନ ବିତାଉଥିବାବେଳେ ସେମାନଙ୍କ ନିକଟରେ ପ୍ରଶାସନିକ ଅଧିକାରୀ ପହଞ୍ଚô ପାରିନାହାନ୍ତି । ଫଣିକୁ ଏକ ବର୍ଷ ବିତିଥିଲେ ମଧ୍ୟ ଏଯାବତ୍ ଏହି ଦମ୍ପତ୍ତିଙ୍କୁ ସରକାରୀ ଭାବେ କୌଣସି ସହାୟତା ମିଳିପାରିନଥିବାବେଳେ ଲକ୍ ଡ଼ାଉନ୍ ଯୋଗୁଁ ଭୋକ ଉପାସରେ କାଳାତିପାତ କରୁଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ଗୋପ ବ୍ଲକ୍ ଅଧିନ ନୂଆଖୋଲମରା ଗ୍ରାମର ଦିବ୍ୟାଙ୍ଗ ପ୍ରଫୁଲ୍ଲ କୁମାର ମହାନ୍ତି (୬୩), ପନôୀ ସୁକାନ୍ତି ମହାନ୍ତି (୬୦) ଏକ କଚ୍ଚା ଘରେ ବସବାସ କରୁଥିବାବେଳେ ଫଣି ତାଙ୍କ ଘରକୁ ସଂପୂର୍ଣ୍ଣ ଭାବେ ମାଟିରେ ମିଶାଇ ଦେଇଥିଲା । କିଛିଦିନ ଏଣେ ତେଣେ ରହିବା ପରେ ଘରକୁ ସଜାଡ଼ି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଭଙ୍ଗା କୁଡ଼ିଆ ଭିତରେ ରହୁଥିବାବେଳେ ଏହିଠାରେ ମଧ୍ୟ ଦୁଇଟି ଗୃହପାଳିତ ପଶୁ ରହୁଥିବା ଦେଖିବାକୁ ମିଳିଛି । ପ୍ରଶାସନିକ ଅଧିକାରୀମାନେ ତଦନ୍ତ କରି ସହାୟତା ମିଳିବା ଲାଗି ପ୍ରତିଶୃତି ଦେଇଥିବାବେଳେ ଏଯାବତ୍ ଦିବ୍ୟାଙ୍ଗ ବୃଦ୍ଧ ଦମ୍ପତ୍ତିଙ୍କୁ ସହାୟତା ମିଳିପାରିନାହିଁ । ତଦନ୍ତ ସମୟରେ ତଦନ୍ତକାରୀ ଅଧିକାରୀମାନେ ସରକାରୀ ସହାୟତା ମିଳିବା ଲାଗି ପ୍ରତିଶୃତି ଦେଇଥିଲେ ମଧ୍ୟ ପ୍ରତିଶୃତିରେ ହିଁ ସୀମିତ ରହିଛି ।

ତେବେ ଏଯାବତ୍ ସେମାନଙ୍କ ନିକଟରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚô ନଥିବାବେଳେ ୫୦୦ ଟଙ୍କା ଭତ୍ତା ଓ ୧୦ କେ.ଜି. ଚାଉଳରେ ଘରେ ଚୁଲି ଜଳୁଛି । କୌଣସି ମୁହୂର୍ତ୍ତରେ କୁଡ଼ିଆଟି ଭୁସୁଡ଼ି ଯିବାର ଆଶଙ୍କା ରହିଥିବାବେଳେ ପ୍ରଶାସନିକ ସ୍ତରରେ ତଦନ୍ତ କରାଯାଇ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି । ସେହିପରି ବେଦପୁର ପଞ୍ଚାୟତ ସ୍ଥିତ ଭଇରିପୁର ଗ୍ରାମର ପୂର୍ଣ୍ଣିମା ଅଧିକାରୀଙ୍କ ଘର ସଂପୂର୍ଣ୍ଣ ଭାବେ ଭୁସୁଡ଼ିପଡ଼ିଥିବାବେଳେ ଏଯାବତ୍ ସରକାରୀ ସହାୟତା ମିଳିପାରିନାହିଁ । ସେହିପରି ଗୋପ ବ୍ଲକ୍ରେ ଶତାଧିକ ଅସହାୟ ହିତାଧିକାରୀ ଏଭଳି ଦୟନୀୟ ଅବସ୍ଥାରେ ରହିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ସରକାରୀ ଅଧିକାରୀମାନେ ତଦନ୍ତ ସମୟରେ ଏଭଳି ଅସହାୟ ବ୍ୟକ୍ତିଙ୍କୁ କିପରି ଉପେକ୍ଷା କଲେ ନା ଏହା ପଛରେ ଅନ୍ୟ କ’ଣ କାରଣ ରହିଛି ତାହା ଏବେ ତଦନ୍ତ ସାପେକ୍ଷ ହୋଇପଡ଼ିଛି ।

ଗୋପ ବ୍ଲକ୍ର ଗୋଟିଏ ଗୋଟିଏ ପଞ୍ଚାୟତରେ ଶତାଧିକ ହିତାଧିକାରୀଙ୍କ ସଂପୂର୍ଣ୍ଣ ଘର ଭାଙ୍ଗିଥିବା ଦର୍ଶାଯାଇ ସରକାରୀ ସହାୟତା ହାତେଇଥିବାବେଳେ ଗୋଟିଏ ଗୋଟିଏ ପରିବାରର ଏକାଧିକ ବ୍ୟକ୍ତି ମଧ୍ୟ ସହାୟତା ହାତେଇଛନ୍ତି । ଏହା ଉପରେ ଭିଜିଲାନ୍ସ ତଦନ୍ତ ହେବା ଲାଗି ବିଭିନ୍ନ ସମୟରେ ଦାବି ହେଉଥିବାବେଳେ ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ନିଆଯାଉନାହିଁ । ତେବେ ଅସହାୟ ବ୍ୟକ୍ତିମାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ଲାଗି ବିଭିନ୍ନ ମହଲରେ ଦାବି ହୋଇଛି । ଏ ସଂପର୍କରେ ଗୋପ ବିଡ଼ିଓ ଦୀପ୍ତିରାଣୀ ଦାସଙ୍କୁ ପଚାରିବାରେ ସେ କୁହନ୍ତି, ଏହା ଉପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Leave A Reply