Odisha news

୭୪ ଚକିଆ ଟ୍ରକ୍‌

0

୨୦୧୯ ଜୁଲାଇ ୧୯ ତାରିଖ ଦିନ ଏ ଟ୍ରକ୍‌ ବାହାରିଥିଲା ମହାରାଷ୍ଟ୍ରର ନାସିକରୁ । ଟ୍ରକ୍‌ରେ ଲାଗିଛି
୭୪ ଚକ । ଡାଲାରେ ଥିଲା ୭୦ ଟନ୍‌ ଓଜନର ଏରୋସ୍ପେସ୍‌ ମେଶିନ ଯାହା ମହାକାଶ ବିଜ୍ଞାନ
ସମ୍ବନ୍ଧୀୟ ଉପକରଣ ନିର୍ମାଣ ପାଇଁ ଉଦ୍ଦିଷ୍ଟ । କେରଳର ତିରୁଅନନ୍ତପୁରମ୍‌ରେ ରବିବାର ଜୁଲାଇ ୧୯ ୨୦୨୦ରେ ପହଞ୍ଚିଛି । ଅର୍ଥାତ୍‌ ଦିନକୁ ଏହାର ଗତି ବେଗ ଥିଲା ମାତ୍ର ୫ କିଲୋମିଟର ।
ଥିରୁଅନନ୍ତପୁରମ୍‌ସ୍ଥିତ ବିକ୍ରମ ସରାଭାଇ ସ୍ପେସ୍‌ ସେଣ୍ଟର ପାଇଁ ଯାଉଥିଲା ମାଲ୍‌ । ୪ଟି ରାଜ୍ୟ ଅତିକ୍ରମ କରିବାକୁ ପଡ଼ିଲା । ଟ୍ରକ୍‌ର ୩୨ ଷ୍ଟାଫ୍‌ ସହ ପୋଲିସ ଟିମ୍‌ ମଧ୍ୟ ଏ ମେଶିନ୍‌କୁ ଏସ୍କଟ କରୁଥିଲେ । ଖାସ୍‌ ଏହି ଟ୍ରକ୍‌ ଯିବା ଲାଗି ବାଟରେ ବହୁ ସ୍ଥାନରେ ସଡ଼କ ମରାମତି କରିବାକୁ ପଡ଼ିଥିଲା – କେଉଁଠି ରାସ୍ତା ଚଉଡ଼ା କରିବାଲାଗି ଗଛ କାଟିବାକୁ ପଡ଼ିଥିଲା ତ ଆଉ କେଉଁଠି ବିଜୁଳି ଖୁଣ୍ଟ ହଟାଇବା ଦରକାର ଥିଲା । ସାଧାରଣତଃ ନାସିକରୁ ତୁରଅନନ୍ତପୁରମ୍‌ ଯିବା ଲାଗି ଯେକୌଣସି ଟ୍ରକ୍‌କୁ ୫ରୁ ୬ ଦିନ ସମୟ ଲାଗିଥାଏ । କିନ୍ତୁ ଅତ୍ୟଧିକ ଓଜନର ମେଶିନ ଲଦା ହୋଇଥିବାରୁ
ଏ ଟ୍ରକ୍‌ ଦିନକୁ ୫ କିମି ଯାତ୍ରା କରୁଥିଲା । ମେଶିନ୍‌ର ଅଧିକ ଉଚ୍ଚତା ଏବଂ କେତେକ ବୈଷୟିକ କାରଣ ଯୋଗୁ ତାହାକୁ ପାଣିଜାହାଜ ବା ଉଡ଼ାଯାହାଜରେ ନେବା ସମ୍ଭବ ନ ଥିଲା ।

Leave A Reply