Odisha news

୩୩ ତମ ସର୍ବ ଭାରତୀୟ ୱାଇ ଏମ ସି କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଇଷ୍ଟ କୋଷ୍ଟ ରେଳୱେ ଖୋର୍ଦ୍ଧା ବିଜୟୀ                    

0

ନୂଆପଡ଼ା- ୧୦/୧ (ସୁରେନ୍ଦ୍ର ତିୱାରୀ) ଜିଲ୍ଲା ସଦର ମହକୁମା ସ୍ଥିତ ମିନି ଷ୍ଟାଡିୟମ ଠାରେ ଚାଲିଥିବା ୩୩ ତମ ସର୍ବ ଭାରତୀୟ ୱାଇଏମସି କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପଞ୍ଚମ ଦିବସ ରେ ଝାରସୁଗୁଡ଼ା ଏବଂ ଇଷ୍ଟ କୋଷ୍ଟ ରେଳୱେ ଖୋର୍ଦ୍ଧା  ମଧ୍ୟରେ ଖେଳ ହୋଇଥିଲା । ଇଷ୍ଟ କୋଷ୍ଟ ରେଳୱେ ଖୋର୍ଦ୍ଧା  ୪ ୱିକେଟ ରେ ବିଜୟୀ ହୋଇଛି।ଝାରସୁଗୁଡ଼ା  ପ୍ରଥମେ ବ୍ୟାଟିଙ୍ଗ କରି  ୨୪ ଓଭର ୨ ବଲ ରେ ୧୦ ୱିକେଟ ବିନିମୟରେ ୧୨୫ ରନ ର ଲକ୍ଷ ଦେଇଥିଲେ। ଏହାର ଜବାବ ରେ ଇଷ୍ଟ କୋଷ୍ଟ ରେଳୱେ ଖୋର୍ଦ୍ଧା ୨୨ ଓଭର ୧ ବଲ  ରେ ୬ ୱିକେଟ ହରାଇ ୧୨୮ ରନ ସଂଗ୍ରହ କରିଥିଲେ।  ୪ ୱିକେଟ  ରନ ରେ ଇଷ୍ଟ କୋଷ୍ଟ ରେଳୱେ ଖୋର୍ଦ୍ଧା  ବିଜୟୀ ହୋଇଛି। ଆଜି ଖେଳ ର  ଅତିଥି ରୂପେ ନେସନାଲ କଲେଜ ଅଧ୍ୟକ୍ଷ ଡ଼ ହିତେଶ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ବିଜେପି ଜିଲ୍ଲା ଯୁବ ସଭାପତି  ଅଭିନନ୍ଦନ ପଣ୍ଡା, ଯୁବ ନେତା ହରିଶ୍ଚନ୍ଦ୍ର ପଣ୍ଡା, ଖେଳାଳି ଗୁଲାମ ସତ୍ତାର ପ୍ରମୁଖ ଯୋଗ ଦେଇଥିଲେ। ଆଜିର ମେଚ ରେ ସ୍କୋରର ଅଂଶୁମାନ ଗୁପ୍ତା ଓ ଶୈଳେଶ ଶତପଥୀ କରିଥିବା ବେଳେ  ଧାରା ବିବରଣୀ  ଶୁଣାଇ ଥିଲେ ପୁନିତ ରାଉତ, ମୁକେଶ ସହିଶ ଓ ଜୟକିଶାନ ସୁନାନୀ ।

Leave A Reply