Odisha news

୩୩ ତମ ସର୍ବ ଭାରତୀୟ ୱାଇଏମସି କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଶେରସା ବିଲାସପୁର ଚମ୍ପିୟାନ

0

ନୂଆପଡା -୧୩/୧(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ମିନି ଷ୍ଟାଡିୟମ ଠାରେ ଗତ ଛ ଦିନ ରୁ  ଚାଲିଥିବା  ୩୩ ତମ ସର୍ବ ଭାରତୀୟ ୱାଇ ଏମ ସି କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର  ଫାଇନାଲ୍ ଖେଳ ରେ ଶେରସା ବିଲାସପୁର  ଚମ୍ପିୟାନ ହୋଇଥିବା ବେଳେ ଆୟୋଜକ ୱାଇ ଏମ ସି ନୂଆପଡ଼ା ରନର୍ସ ଅପ ହୋଇଛି।  ୱାଇ ଏମ ସି ନୂଆପଡ଼ା ପ୍ରଥମେ ବ୍ୟାଟିଙ୍ଗ କରି  ୨୧ ଓଭର ରେ  ସମସ୍ତ ୱିକେଟ ହରାଇ ୯୮ ରନ ସଂଗ୍ରହ କରିଥିଲେ । ଏହାର ଜବାବ ରେ  ଶେରସା ବିଳାସପୁର ୧୧ ଓଭାର ୧ ବଲ ଖେଳି ୨ ୱିକେଟ ହରାଇ ୧୦୧ ରନ ସଂଗ୍ରହ କରିଥିଲେ। ୮ ୱିକେଟ ରେ ଶେରସା ବିଳାସପୁର ବିଜୟୀ ହୋଇ ଟୁର୍ଣ୍ଣାମେଣ୍ଟର ଚମ୍ପିୟାନ ହୋଇଛି। ଆଜିର ଫାଇନାଳ ଖେଳରେ ମୁଖ୍ୟ ଅତିଥି ରୂପେ କଳାହାଣ୍ଡି ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା, ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ଓସିଏ ର ପୂର୍ବତନ ଉପସଭାପତି  ସରୋଜ କୁମାର ସାହୁ ନୂଆପଡ଼ା ନଗର ଅଧ୍ୟକ୍ଷ ଆଦମ ଖାନ, ଖରିଆର ରୋଡ ଏନଏସି ଅଧ୍ୟକ୍ଷା ଡ଼ ସୋନିଆ ଜୈନ, ଖଡିଆଳ ନଗର ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା,ଯୋଗ ଦେଇଥିବା ବେଳେ ଜିଲ୍ଲା କ୍ରିକେଟ ଏସୋସିଏସନ ସଭାପତି ପ୍ରକାଶ ଚନ୍ଦ୍ର ସାହୁ, ବରିଷ୍ଠ ଆଇନଜିବୀ ସୁଶାନ୍ତ ପତି ପ୍ରମୁଖ ମଞ୍ଚାଷୀନ ଥିଲେ। ମୋହିତ ରାଉତ ମେନ୍ ଅଫ ଦ ମ୍ୟାଚ ଓ ଏମଡି ନୋମାନ ମ୍ୟାନ ଅଫ ଦ ସିରିଜ ପୁରସ୍କାର ପାଇଥିଲେ।ବିଜୟୀ ଦଳକୁ  ଚମ୍ପିୟାନ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିବା ବେଳେ ରନର୍ସ ଦଳ କୁ ମଧ୍ୟ  ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଓସିଏ ପ୍ୟାନେଲ ଆମ୍ଫିୟାର ଅମିୟ ସାହୁ ଓ ବିଶ୍ବମ୍ବର ମହାକୁଡ ଖେଳ ପରିଚାଳନା କରିଥିଲେ । ସ୍କୋରର ରୁପେ ଶୈଳେଶ ଶତପଥୀ ଓ ଆୟୁଷ୍ମାନ ଗୁପ୍ତା କାର୍ଯ ତୁଳାଲାଇଥିବା ବେଳେ ଧାରା ବିବରଣୀ ଶୁଣାଇ ଥିଲେ ଜୟ କିଶନ ସୁନାନୀ ଓ ମୁକେଶ ସହିସ।

Govt
Leave A Reply