ପୁଣେ,୯ା୧(ଏଜେନ୍ସି): ପୁନେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଶୁକ୍ରବାର ଭାରତ-ଶ୍ରୀଲଙ୍କା ଟି-୨୦ ଶୃଙ୍ଖଳାର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ ଖେଳାଯିବ । ଇନ୍ଦୋରରେ ଭାରତ ଧମାକାଦାର ବିଜୟ ସହ ୧-୦ରେ ଅଗ୍ରଣୀ ହାସଲ କରିଥିଲା । ଏହି ମ୍ୟାଚରେ ଭାରତ ତା’ର ବେଞ୍ଚଷ୍ଟ୍ରେନ୍ଥ ପରଖିବାର ସୁଯୋଗ ପାଇଛି । ନବାଗତ ସଞ୍ଜୁ ସାମସନ୍ ଓ ମନୀଷ ପାଣ୍ଡେଙ୍କୁ ପୁନେ ମ୍ୟାଚ୍ରେ ଦେଖିବାକୁ ମିଳିପାରେ । ଅଧିନାୟକ ବିରାଟ କୋହଲି ଏହି ନିର୍ଣ୍ଣାୟକ ମ୍ୟାଚ୍ ପାଇଁ ଗୋଟିଏ ଦୁଇଟି ପରିବର୍ତ୍ତନ କରିବାର ସୂଚନା ମିଳିଛି । ପାଣ୍ଡେ ଚଳିତ ଶୃଙ୍ଖଳା ସମେତ ଗତ ତିନିଟି ସିରିଜରେ ମାତ୍ର ଗୋଟିଏ ମ୍ୟାଚରେ ସୁଯୋଗ ପାଇଛନ୍ତି । ଅନ୍ୟପକ୍ଷରେ ନଭେମ୍ବରରେ ବାଂଲାଦେଶ ବିପକ୍ଷ ଶୃଙ୍ଖଳାରେ ପ୍ରତ୍ୟାବର୍ତ୍ତନ କରିଥିବା ସାମସନଙ୍କୁ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ଖେଳିବାର ସୁଯୋଗ ମିଳିନାହିଁ । ସବୁଥର ସାମସନଙ୍କୁ ୱାଟର ବଏ ଭାବେ ପଡ଼ିଆରେ କାର୍ଯ୍ୟରତ ଥିବା ଦେଖିବାକୁ ମିଳିଛି ଅକେଫାବରନେ ଭମ୍ବରରେ ହେବାକୁଥିବା ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ଭାରତ ନିୟମିତ ଭାବେ ନବାଗତଙ୍କୁ ସୁଯୋଗ ଦେଇ ଏକ ସୁଦୃଢ଼ ଦଳ ଗଠନ
ଯୋଜନାରେ ରହିଛି । ଅପରପକ୍ଷରେ ସିନିୟର ଖେଳାଳିଙ୍କ ଅନୁପସ୍ଥିତିରେ ଶର୍ଦ୍ଦୁଲ ଠାକୁର ଓ ନଭଦୀପ ସାଇନିଙ୍କ ପାଇଁ ନିଜକୁ ପ୍ରମାଣିତ କରିବାର ବଢ଼ିଆ ସୁଯୋଗ ରହିଛି । ଦୁହେଁ ଇନ୍ଦୋର ମ୍ୟାଚ୍ରେ ମିଳିତ ଭାବେ ୫ ୱିକେଟ୍ ଅକ୍ତିଆର କରି ଚୟନକର୍ତ୍ତାଙ୍କ ମନ ଜିଣି ପାରିଛନ୍ତି । ୱାଶିଂଟନ୍ ସୁନ୍ଦର ଓ ଆହତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଖେଳୁଥିବା ଶିବମ ଦୁବେଙ୍କୁ ପର୍ଯ୍ୟାପ୍ତ ସୁଯୋଗ ମିଳିଛି । ଇନ୍ଦୋରରେ ମ୍ୟାଚ୍ ଜିତିବା ପରେ ଦଳ ପ୍ରତି ମ୍ୟାଚ୍ରେ ଅଧିକ ଶକ୍ତିଶାଳୀ ହେଉଛି ବୋଲି କୋହଲି କହିଥିଲେ । ଏପରିକି ସେ ସଙ୍କେତ ଦେଇଛନ୍ତି ଯେ ପ୍ରସିଦ୍ଧ କ୍ରିଷ୍ଣା ଅଷ୍ଟ୍ରେଲିଆରେ ହେବାକୁଥିବା ବିଶ୍ୱକପ୍ ପାଇଁ ‘ସରପ୍ରାଇଜ୍ ପ୍ୟାକେଜ୍’ ହୋଇପାରନ୍ତି । ସାମସନ୍ ଓ ପାଣ୍ଡେ ଲଗାତର ବାହାରେ ବସିବା ନେଇ ନିରାଶ ଥିବେ, କି;ୁ ଶୁକ୍ରବାର ଦୁହିଁଙ୍କୁ ସୁଯୋଗ ମିଳିପାରେ । ଏହି ମ୍ୟାଚରେ ପୁଣିଥରେ ସମସ୍ତଙ୍କ ନଜର ଶିଖର ଧାୱନଙ୍କ ଉପରେ ରହିବ ।
Next Post