Odisha news

ହାଇ ୟୁରିକ ଏସିଡରେ ପ୍ରଭାବିତ ରହିଥିଲେ, ସେବନ କରନ୍ତୁ ଏହିସବୁ ଜିନିଷ

0

ଶରୀରରେ ହାଇ ୟୁରିକ ଏସିଡ ଦେଖାଦେବା ଦ୍ୱାରା ହାଡ଼ ଜନିତ ବିଭିନ୍ନ ସମସ୍ୟା ଦେଖା ଦେଇଥାଏ l ଯେତେବେଳେ ଆମ ଶରୀରରୁ ବର୍ଜ୍ୟ ବସ୍ତୁ ବାହାରିବାରେ ବାଧକ ସାଜିଥାଏ ସେତେବେଳେ ହାଇ ୟୁରିକ ଏସିଡ ଦେଖା ଦେଇଥାଏ l ତେଣୁ ପ୍ରତିଦିନ ବାଲାନ୍ସ ଡାଏଟ ଖାଇବା ନିହାତି ଆବଶ୍ୟକ l ୟୁରିକ ଏସିଡ ନିଜ ଶରୀରରେ ନିୟନ୍ତ୍ରଣ କରିବା ପାଇଁ ନିମ୍ନ ଲିଖିତ ଜିନିଷ ଗୁଡିକ ସେବନ କରିବା ନିହାତି ଆବଶ୍ୟକ l

* ଚେରୀ –
ଚେରୀରେ ଏଂଥୋସାୟନିନ ନାମକ ଆଣ୍ଟି ଏଂଫ୍ଲାମେଟୋରି ଗୁଣ ରହିଛି l ଯାହା ୟୁରିକ ଏସିଡ ସ୍ତରକୁ କମ କରିବାରେ ସାହାଯ୍ୟ କରିଥାଏ l ଅର୍ଥରାଇଟିସ ଓ ରାମୋଟୋଲୋଜି ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ ମିଳିଥିଲା ଯେ ଯେଉଁ ଲୋକମାନେ ଚେରୀ ସେବନ କରି ଥାଆନ୍ତି ସେମାନଙ୍କ ଶରୀରରେ ୟୁରିକ ଏସିଡ ସମସ୍ୟା ଦେଖା ଯାଇ ନଥାଏ l ଯାହାକି ୟୁରିକ ଏସିଡ ପାଇଁ ହାଡ଼ ଜନିତ ବିଭିନ୍ନ ସମସ୍ୟା ରୁ ରକ୍ଷା କରିଥାଏ l

* ସେଓ –
ସେଓ ରେ ହାଇ ଡାୟଟାରି ଫାଇବର ରହିଥାଏ l ଯାହାକି ୟୁରିକ ଏସିଡ ସ୍ତରକୁ କମାଇବାରେ ସାହାଯ୍ୟ କରିଥାଏ l ଏହି ଫାଇବର ରକ୍ତ ସଂଚାଳନ ଦ୍ୱାରା ଏସିଡ କୁ ଅବଶୋସିତ କରିଥାଏ ଓ ଆପଣଙ୍କ ଶରୀରର ଅତିରିକ୍ତ ୟୁରିକ ଏସିଡ କୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ l

* କଦଳୀ –
ଯଦି ୟୁରିକ ଏସିଡ ଦ୍ୱାରା ଆପଣଙ୍କ ଶରୀରରେ ହାଡ଼ ଫୁଲିବା ଭଳି ସମସ୍ୟା ଦେଖା ଯାଉଛି ତେବେ ଏହାକୁ କମାଇବା ପାଇଁ ନିୟମିତ କଦଳୀ ଗୋଟିଏ ଲେଖାଏଁ ଖାଇବା ଆବଶ୍ୟକ l କଦଳୀ ରେ ପ୍ୟୁରିନ ମାତ୍ରା ରହିଥିବା କାରଣରୁ ୟୁରିକ ଏସିଡ କୁ ନଷ୍ଟ କରିବା ପାଇଁ ସାହାଯ୍ୟ କରିଥାଏ l

* ଗ୍ରୀନ ଟି –
ଅଧିକାଂଶ ଅଧ୍ୟୟନ ରୁ ଜଣା ପଡିଛି ଯେ ଗ୍ରୀନ ଟି ଶରୀରରେ ୟୁରିକ ଏସିଡ ଉତ୍ପାଦନ କୁ କମ କରିଥାଏ l ତେଣୁ ହାଇ ୟୁରିକ ଏସିଡ ରେ ପ୍ରଭାବିତ ବ୍ୟକ୍ତିଙ୍କ ପାଇଁ ଗ୍ରୀନ ଟି ଖୁବ ହିତକର ଅଟେ l

Leave A Reply