Odisha news

ହାଇକୋର୍ଟ ନିର୍ଦ୍ଦେଶର ଅବମାନନା ଓ କ୍ରୋମ ଖଣିରେ ସ୍ପେସାଲ୍ ଲୋଡ଼ିଂକୁ ବିରୋଧ କରି ଚଣ୍ଡିଖୋଲ ଟ୍ରକ୍ ମାଲିକ ସଂଘର ଧାରଣା

0
ଚଣ୍ଡିଖୋଲ :  ଓଡିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଫାଷ୍ଟ କମ୍ ଫାଷ୍ଟ ଲୋଡିଂ ନିର୍ଦ୍ଦେଶକୁ ଅବମାନନା କରି ଖଣିରୁ କ୍ରୋମାଇଟ ପରିବହନ ବେଳେ ୩୦ ପ୍ରତିଶତ ଗାଡିକୁ ସ୍ପେଶାଲ ଲୋଡିଂ ଆଳରେ ଗୁଣ୍ଡାଗିରି କରିବା ଓ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳଙ୍କ ନିଷ୍ପତିକୁ ଅବମାନନା କରାଯିବା ପ୍ରତିବାଦରେ ଗୁରୁବାର ଦିନ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଟ୍ରକ୍ ମାଲିକ ସଂଘ ପକ୍ଷରୁ ୧୬ ନମ୍ୱର୍ ଜାତୀୟ ରାଜପଥରେ ଧାରଣା ଓ ପ୍ରତିବାଦ ସଭା ଆରମ୍ଭ ହୋଇଛି! ଚଣ୍ଡିଖୋଲର ଶାନ୍ତିଲତା ପେଟ୍ରୋଲ ପମ୍ପ ସମ୍ମୁଖରେ ଚଣ୍ଡିଖୋଲ ଟ୍ରକ ମାଲିକ ସଂଘ ସଭାପତି ପୁଷ୍ପରାଜ ନାୟକ,ସମ୍ପାଦକ କୀର୍ତ୍ତିରlଜ୍ ସ୍ବାଇଁଙ୍କ ନେତୃତ୍ବରେ ଶତାଧିକ ଟ୍ରକ୍ ମାଲିକ ଧାରଣା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି! ମାଲିକ ମାନଙ୍କ ଅଭିଯୋଗ ଅନୁଯାୟୀ ସୁକିନ୍ଦା କ୍ରୋମ୍ ଭେଲ୍ଲିରେ ୨୦୧୯ ମସିହାରେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ ଟ୍ରକ ଗୁଡିକ ଫାଷ୍ଟ୍ କମ୍ ଫାଷ୍ଟ ଲୋଡିଂ ଅନୁଯାଇ ଲୋଡିଂ ପାଉଥିଲେ! ମାତ୍ର ଗତ ଅକ୍ଟୋବର ୪ ତାରିଖ ଠାରୁ  ହଠାତ ଏଥିରେ ବ୍ୟତିକ୍ରମ ହୋଇ ସ୍ଥାନୀୟ ମୁଷ୍ଟିମେୟ ଗାଡ଼ି ମାଲିକ ମାନେ ଫାଷ୍ଟକମ୍ ଫାଷ୍ଟ ଲୋଡିଂକୁ ଉଲଘଂନ କରି ଶତକଡା ୩୦% ଗାଡିକୁ ସ୍ପେସାଲ୍ ଲୋଡ୍ ଦେଇ ଆସୁଛନ୍ତି! ଯେଉଁଥି ପାଇଁ ସୁକିନ୍ଦା ବାହାରର ଗାଡି ମାଲିକ ମାନେ ସଠିକ ଭାବେ ଲୋଡିଂ ନପାଇ କ୍ଷତିଗ୍ରସ୍ତ ହେଉଛନ୍ତି! ଏହି ସମସ୍ୟାର ସମାଧାନ ପାଇଁ କ୍ଷତିଗ୍ରସ୍ତ ଗାଡ଼ି ମାଲିକ ମାନେ ଜିଲ୍ଳା ପ୍ରଶାସନର ଦ୍ଵାରସ୍ତ ହେବାପରେ ଗତ ଡ଼ିସେମ୍ବର ୨୧ ତାରିଖରେ ଏକ ଉଚ୍ଚ ସ୍ତରୀୟ ବୈଠକ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା! ସ୍ପେଶାଲ ଲୋଡିଂକୁ ବୈଠକରେ ବାରଣ କରାଯାଇ ଉଚ୍ଚ ନ୍ୟାୟାଳୟଙ୍କ ପୂର୍ବ ନିର୍ଦ୍ଦେଶ କଡ଼ାକଡ଼ି ଭାବେ ପାଳନ କରାଯିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ! ଏହି ବୈଠକର ଦୁଇ ଚାରିଦିନ ପରେ ପୁନର୍ବାର ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ସ୍ଥାନୀୟ ଗାଡ଼ି ମାଲିକ ମାନେ ବେଖାତିର୍ କରିବା ସହିତ ଖଣି କର୍ତ୍ତୃପକ୍ଷଙ୍କୁ ହାତକରି ପୁନର୍ବାର ଯୋର ଜବରଦସ୍ତ ୩୦ ପ୍ରତିଶତ ଗାଡିକୁ ସ୍ପେସାଲ୍ ଲୋଡ୍ ଦେଉଛନ୍ତି! ଫଳରେ କ୍ରୋମ ପରିବହନ ଉପରେ ନିର୍ଭର କରୁଥିବା ଚଣ୍ଡିଖୋଲ, ବ୍ରାହ୍ମଣୀ ବ୍ରିଜ,ଯାଜପୁର ରୋଡ଼ ଗlଡିମାଲିକ ମାନେ ଲୋଡିଂରୁ ବଞ୍ଚିତ ହୋଉଥିବା ଅଭିଯୋଗ କରିଛନ୍ତି! ଏହାର ପ୍ରତିବାଦରେ ଚଣ୍ଡିଖୋଲ ଟ୍ରକ ମାଲିକ ସଂଘ ଆହ୍ୱାନରେ ଯାଜପୁରରୋଡ, ବ୍ରାହ୍ମଣୀବ୍ରିଜର ଗାଡିମାଲିକ ମାନେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଏହି ଧାରଣା ଆରମ୍ଭ କରିଛନ୍ତି! ଚଣ୍ଡିଖୋଲ ସହିତ ବ୍ରାହ୍ମଣୀ ବ୍ରିଜ ନିକଟରେ ମଧ୍ୟ ଅନୁରୁପ ଭାବେ ଟ୍ରକ ମାଲିକ ମାନେ ଧାରଣା ଚଳାଇଛନ୍ତି! ଖଣି ଅଂଚଳରୁ କ୍ରୋମାଇଟ ଲୋଡ୍ କରି ଆସୁଥିବା ଗାଡ଼ି ଗୁଡ଼ିକୁ ଅଟକ ରଖିଯିବ ବୋଲି ମାଲିକମାନେ ନିଷ୍ପତ୍ତି ନେବା ସହିତ ଉପଯୁକ୍ତ ନ୍ୟାୟ ନ ମିଳିବି ପର୍ଯ୍ୟନ୍ତ ଧାରଣା ଓ ପ୍ରତିବାଦ ସଭା ଚାଳୁ ରହିବ ବୋଲି ସଂଘ ପକ୍ଷରୁ ଘୋଷଣା କରାଯାଇଛି! ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ଦର୍ପଣ ତହସିଲଦାର୍ ମାନସରଞ୍ଜନ ତ୍ରିପାଠୀ ଓ ବଡଚଣା ଥାନାଧିକାରୀ ଅସିତ୍ କୁମାର ବଳବନ୍ତରାୟ ଧାରଣା ସ୍ଥଳରେ ପହଞ୍ଚି ଟ୍ରକ ମାଲିକ ମାନଙ୍କୁ ବୁଝାସୁଝାକରି ଯାଜପୁର ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମସ୍ୟାର ସ୍ତାୟି ସମାଧାନ ପାଇଁ ବୈଠକ ବସିବ ଓ ସେଥିରେ ସମସ୍ତେ ଯୋଗଦେବିକୁ ଘୋଷଣା କରିବା ପରେ ଧାରଣାକୁ ସାମୂହିକ ଭାବେ ସ୍ତଗିତ ଘୋଷଣା କରାଯାଇଥିବା ଜଣାପଡିଛି!
Leave A Reply