Odisha news

ସେଫ୍‌ ମାନୁଷୀ

0

ସମଗ୍ର ପୃଥିବୀ କରୋନାଭାଇରସ୍‌ରେ ଆତଙ୍କିତ । ଏଭଳି ଏକ ସମୟରେ ଡାକ୍ତରମାନଙ୍କ ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ପୂର୍ବତନ ମିସ୍‌ ୱାଲïର୍ ମାନୁଷୀ ଛିଲ୍ଲରଙ୍କ ମା’ ଡାକ୍ତର ନିଲମ୍‌ ଛିଲ୍ଲର ଦିଲ୍ଲୀରେ ମେଡିକାଲ୍‌ ଡୁ୍ୟଟିରେ ଅଛନ୍ତି । ସେଥିପାଇଁ ମାନୁଷୀ ଓ ତାଙ୍କ ବାପା ଘରେ ରହୁଛନ୍ତି । ମା’ ହସପିଟାଲ୍‌ ଡୁ୍ୟଟିରେ ଥିବାରୁ ଘରର ଭଲ ମନ୍ଦ ସବୁ ବାପା ସମ୍ଭାଳୁଥିବା ମାନୁଷୀ ତାଙ୍କ ଇନଷ୍ଟାଗ୍ରାମ୍‌ ପୋଷ୍ଟ୍‌ରେ ଜଣାଇଛନ୍ତି । ବାପାଙ୍କୁ ସରପ୍ରାଇଜ୍‌ ଦେବା ପାଇଁ ସେଫ୍‌ ସାଜିଛନ୍ତି ମାନୁଷୀ । ନିଜେ ରୋଷେଇ କରି ବାପାଙ୍କୁ ଖାଇବାକୁ ଦେବାର ଫଟୋ ସୋସାଲ ମିଡିଆରେ ସେୟାର୍‌ କରିଛନ୍ତି । କେବଳ ଏତିକି ନୁହେଁ କୋଭିଡ୍‌-୧୯ ପ୍ରତି ସମସ୍ତଙ୍କୁ ସଜାଗ ରହିବାକୁ ଅନୁରୋଧ କରିଛନ୍ତି ମାନୁଷୀ ।

Leave A Reply