Odisha news

ସାପ କାମୁଡାରେ ନାବାଳିକା ମୃତ

0

ଦଶପଲ୍ଲା ୯/୮  : ଦଶପଲ୍ଲା ଥାନା ଅନ୍ତର୍ଗତ ଭୋଗ ବାଡ଼ି ଗ୍ରାମ ୫ନମ୍ବର ୱାର୍ଡ଼ ରେ ସାପ କାମୁଡ଼ାରେ ଜଣେ ଶିଶୁ ର ମୃତ୍ୟୁ ଘଟିଛି। ସୋମବାର ଦିନ ବିଳମ୍ବିତ ରାତିରେ ଶିଶୁ କନ୍ୟା ନିଜର ପିତାଙ୍କ ସହ ସୋଇଥିଲେ। ସୋଇଥିବା ଅବସ୍ଥାରେ ଚୀତି ସାପ ଶିଶୁ କନ୍ୟାକୁ କାମୁଡ଼ି ଥିଲା। ସାପ କାମୁଡ଼ି ଯିବା ସମୟରେ ଘର ଲୋକ ଦେଖିଥିଲେ ଏବଂ ସାପଟିକୁ ବାଡେଇଥିଲେ। ମୃତ ଶିଶୁ କନ୍ୟା ହେଲେ ଧନୁ ଖିଲାର ଙ୍କ କନ୍ୟା ଶିବାନୀ ଖିଲାର। ବୟସ ଆଠ ବର୍ଷ। ସକାଳ ସମୟରେ ଦଶପଲ୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଂକୁ ମୃତ ଘୋଷଣା କରିଥିଲେ ଏବଂ ଶବ ବ୍ୟବଚ୍ଛେଦ କରିବା ପାଇଁ ପଠାଇଥିଲେ। ଖବର ପାଇବା ପରେ ପରିବାର ଲୋକେ ଏବଂ ସାଙ୍ଗ ସାଥି , ଆତ୍ମୀୟ ଶୋଜନ ଓ ଗ୍ରାମବାସୀ ଙ୍କ ମଧ୍ୟରେ ଶୋକାକୁଳ ପରିବେଶ ଉପୁଜିଥିଲା। ଧନୁ ଖିଲାର ପେଶାରେ ଜଣେ ଦିନ ମଜୁରୀଆ ଭାବେ କାମ କରନ୍ତି । ତେଣୁ ଧନୁ ଖିଲାର ଙ୍କ ପରିବାର କୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Nalco
Leave A Reply