ଦଶପଲ୍ଲା ୨୭/୪ : ଦଶପଲ୍ଲା ଥାନା ଅନ୍ତର୍ଗତ ତ୍ରିନାଥ ବଜାର ନିକଟରେ ଥିବା ସାଇ ଲଜ ରେ ଜଣେ ମହିଳା ଙ୍କୁ ବଳାତ୍କାର ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଉକ୍ତ ମହିଳା ଙ୍କ ଘର ନୟାଗଡ ରେ ବୋଲି ପୋଲିସ ସୂତ୍ର ରୁ ଜଣା ପଡ଼ିଛି । ଶୁକ୍ରବାର ରାତିରେ ଉକ୍ତ ମହିଳା ଙ୍କୁ ଦଶପଲ୍ଲା ପାଟଣା ଅଞ୍ଚଳ ର ଦୁଇ ଜଣ ଯୁବକ ଆଣି ସାଇ ଲଜ ରେ ରଖିଥିଲେ । ପରେ ଉକ୍ତ ମହିଳାଙ୍କୁ ସେହି ଯୁବକ ମାନେ ବଳାତ୍କାର କରିଥିଲେ । ଏହାକୁ ନେଇ ଉଭୟ ଙ୍କ ମଧ୍ୟରେ ବଚସା ହୋଇଥିବା ବେଳେ ଅର୍ଥ କାରବାର କୁ ନେଇ ଉଭୟ ଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ମହିଳା ଜଣକ ଦଶପଲ୍ଲା ଥାନାରେ ଅଭିଯୋଗ କରିବା ପରେ ପୋଲିସ ସାଇ ଲଜ କୁ ଯାଇ ସି ସି ଟିଭି ଫୁଟେଜ କୁ ଯାଞ୍ଚ କରିବା ସହ ତଦନ୍ତ ଜାରି ରଖିଛି । ମାତ୍ର ଖବର ଲେଖାଯିବା ସୁଦ୍ଧା ପୋଲିସ ଏହି ଘଟଣା ରେ କାହାକୁ ଗିରଫ କରି ନଥିବା ଜଣାପଡ଼ିଛି ।