ଅନୁଗୋଳ ୨୫ା୫ ଗତ କାଲି ସଂଧ୍ୟାରେ ଅଙ୍ଗାରବନ୍ଧ ମହିମା ଧାମଠାରେ ସନ୍ଥ କବି ଭୀମ ଭୋଇଙ୍କ ଚରିତ୍ର ସଂହାର କଲାଭଳି ଜନୈକ ଲେଖକ କେଦାର ମିଶ୍ର ତାଙ୍କର ଏକ ପୁସ୍ତକରେ ଟିପଣୀ ଦେଇଥିବାରୁ ଅଲେଖ ମହିମା ଧାମ ପରିଚାଳନା କମିଟି ଓ ଅଲେଖ ମହିମା ସାମାଜିକ ଉନ୍ନୟନ ପରିଷଦ ତରଫରୁ ମିଳିତ ଭାବେ ଏକ ଅଭିନବ ଚିନ୍ତାଧାରାରେ ପ୍ରତିବାଦ କରାଯାଇଅଛି ।
ମହିମା ଧର୍ମ ଅହିଁସାକୁ ବିଶ୍ୱାସ କରୁଥିବାରୁ ଲେଖକ କେଦାର ମିଶ୍ରଙ୍କୁ ଅଲେଖ ବ୍ରହ୍ମ ସଦ୍ବୁଦ୍ଧି ପ୍ରଦାନ କରନ୍ତୁ ଓ ତାଙ୍କ ମନରେ ଥିବା ସମସ୍ତ କୁଚିନ୍ତାକୁ ତାଙ୍କ ମନରୁ ହଟାଇ ଓଡିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିଥିବା ମହିମା ପ୍ରଚାରକ ଭାବେ ସାରା ବିଶ୍ୱରେ ଖ୍ୟାତି ଲାଭ କରିଥିବା ସନ୍ଥ କବି ଭୀମ ଭୋଇଙ୍କ ଚରିତ୍ର ସଂହାର କାର୍ଯ୍ୟରୁ ମିବୃତ ରହି ତାଙ୍କ ସାହିତ୍ୟର ସଠିକ ମୂଲ୍ୟାଙ୍କନ କରିବା ପାଇଁ ତାଙ୍କୁ ଶକ୍ତି ପ୍ରଦାନ କରନ୍ତୁ ବୋଲି ଅଖଣ୍ଡଦୀପ ପ୍ରଜ୍ଜୋଳନ ସହ ଘୃତାହୂତୀ ପ୍ରଦାନ କରାଯାଇଥିଲା ।
ଏହି ପ୍ରତିବାଦ ସଭାରେ ଧାମର ବାବା ମୁରଲୀଧର ଦାସ, ବାବା ସୁରେନ୍ଦ୍ର ଦାସ, ବାବା ବିଦ୍ୟାଧର ଦାସ, ଧାମ ପରିଚାଳନା କମିଟିର ସଂପାଦକ କୃଷ୍ଣ ଚନ୍ଦ୍ର ପ୍ରଧାନ, ଅଲେଖ ମହିମା ସାମାଜିକ ଉନ୍ନୟନ ପରିଷଦର ଉପଦେ୍ଦଷ୍ଟା ଆଡ୍ଭୋକେଟ ଗୋପାଳ ଚନ୍ଦ୍ର ନାଥ, ସଂଗଠନ ସଂପାଦକ ବିଜ୍ଞାନୀ କୁମାର ବେହେରା, ଅଜୟ ଦେହୁରୀ, କବି ଅଲେଖ ବେହେରା, କରୁଣାକର ସାହୁ ଓ ଗୁବୁରୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।