ବନ୍ତଳା: ଅନୁଗୁଳ ଜିଲ୍ଲା ଶରଧାପୁର ପଚାଂୟତର ସଙ୍ଗରୋଧ ରୁ ଚୋରୀ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଅନୁଗୁଳ ଜିଲ୍ଲା ଶରଧାପୁର ପଚାଂୟତରେ ୩ଟି ସଙ୍ଗରୋଧ ଗୃହ ଖୋଲା ଯାଇଥିବା ବେଳେ ସେଥି ମଧ୍ୟରୁ ବାଲି ଜେରେଙ୍ଗ ଗ୍ରାମର ପ୍ରାଥମିକ ବଦ୍ୟାଳୟରେ ପ୍ରସ୍ତୁତି କାର୍ଯ୍ୟ ଚାଲିଛି ।
ବୁଧବାର ରାତି ସମୟରେ ସ୍କୁଲ ପରିସରରୁ ପାଣି ମୋଟର, ପାଇପ, ତାର ଚୋରୀ ନେଇ ବନ୍ତଳା ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଶରଧାପୁର ସରପଚଂ ବ୍ରହ୍ମାନନ୍ଦ ସାହୁ ପ୍ରକାଶ କରିଛନ୍ତି । ତେବେ ବର୍ତମାନ ସାରା ଦେଶରେ କରୋନା ଭୂତାଣୁ ର କାୟା ବିସ୍ତାର କରିଥିବାରୁ ରାଜ୍ୟ ସରକାରଙ୍କ ନିଦେ୍ର୍ଦଶକ୍ରମେ ପ୍ରତ୍ୟେକ ପଚାଂୟତ ମାନଙ୍କରେ ଅସ୍ଥାୟୀ ସଙ୍ଗରୋଧ ଗୃହ ଖୋଲା ଯାଇଛି ।
ଯାହାକି ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ ରହିବା, ଖାଇବା ବ୍ୟବସ୍ଥା କରାଯାଇଛି । କିନ୍ତୁ କିଛି ଅସାଧୁ ବ୍ୟକ୍ତିଙ୍କ ଶିବିରରେ କାର୍ଯ୍ୟ ଚାଲିଥିବା ସମୟରେ ଚୋରୀ କରିବାକୁ ବୁଦ୍ଧିଜୀବୀ ମାନେ ଘୋର ନିନ୍ଦା କରିଛନ୍ତି ।