ତିହିଡ଼ି, ୧୫.୦୧(ଯଦୁମଣି ପାଣିଗ୍ରାହୀ): ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ମହରମପୁର ପଞ୍ଚାୟତ ଅଧୀନ ଷାଠିବାଟି ଗାଁର ୧୨୧ ବର୍ଷର ନିଆରା ପରମ୍ପରା । ପରମ୍ପରା ଅନୁଯାଇ ମକର ସଂକ୍ରାନ୍ତିରେ ଏହି ଗାଁର ମିଳିତଭାବେ ଏକଜୁଟ ହୋଇ ଗ୍ରାମବାସୀ ଅସହାୟମାନଙ୍କୁ ଖାଦ୍ୟ ସମେତ ବସ୍ତ୍ର ପ୍ରଦାନ କରିଥାନ୍ତି । ଅନ୍ୟପଟେ ଅସହାୟମାନେ ଗାଁର ପରମ୍ପରାକୁ ଯଥୋଚିତ ସମ୍ମାନ ଦେବା ସହିତ ବିନା ଦ୍ୱିଧାରେ ଗାଁକୁ ଆସି ଏହି ଦିନରେ ଲୋକଙ୍କ ସହାୟତା ଗ୍ରହଣ କରିଥାନ୍ତି । ଆଜିର ସମାଜରେ ଅସହାୟମାନଙ୍କୁ ଚିହ୍ନଟ କରିବା ବଡ଼ ମୁସ୍କିଲି ହୋଇଥିବାବେଳେ ମକର ସଂକ୍ରାନ୍ତୀରେ ଏହି ଗାଁକୁ ଶହଶହ ଅସହାୟମାନେ ଛୁଟି ଆସିଥାନ୍ତି । ଆଉ ଗାଁର ଅଧିବାସୀମାନେ ବଡ଼ ଉକ୍ରଣ୍ଠା ସହିତ ସେମାନଙ୍କୁ ଆପ୍ୟାୟିତ ମ୍ମ କରିଥାନ୍ତି । ସେହିପରି ଏହି ଗାଁର ପରମ୍ପରା ସହିତ ଜଡ଼ିତ ଥିବା ନାଥ ଓ ଭାଟ ବର୍ଗର ଲୋକେ ମକର ସଂକ୍ରାନ୍ତୀର ପୂର୍ବଦିନ ରାତିରେ ଏହି ଗାଁକୁ ଆସିଥାନ୍ତି ଏବଂ ଅତିଥିଭାବେ ରହିଥାନ୍ତି । ବଡି ଭୋରୁ ଉଠି ନିତ୍ୟକର୍ମ ସାରି ଗାଁ ସାରା ବୁଲି ସହାୟତା ଗ୍ରହଣ କରିଥାନ୍ତି । ପ୍ରତି ଘରର ଦୁଆରେ ମହିଳା ମୁରବୀ ଟୋକେଇରେ ·ଉଳ ଧରି ବସିଥାଏ ଏବଂ ଅସହାୟମାନେ ଆସିଲେ ସେମାନଙ୍କୁ ନମସ୍କାର ଜଣାଇ ·ଉଳ, ପୋଡ଼ପିଠା ଆଦି ପ୍ରଦାନ କରିଥାନ୍ତି । ତେବେ ସାଂପ୍ରତିକ ଚଳଣିକୁ ଦୃଷ୍ଟିରେ ରଖି ଅସହାୟମାନଙ୍କୁ କେବଳ ·ଉଳ ଓ ପିଠା ପ୍ରଦାନରେ ସିମିତ ନକରି ଯୁବଗୋଷ୍ଠୀମାନେ ନୂତନ ବସ୍ତ୍ର ଯଥା ଶାଢୀ, ଧୋତି, ଗାମୁଛା, ପୋଷାକ ଓ କମ୍ବଳ ପ୍ରଦାନ କରିଛନ୍ତି । ବିଶିଷ୍ଟ ଶିକ୍ଷାବିତ୍ ଭାଗିରଥି ଆ·ର୍ଯ୍ୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ସହାୟତା ପ୍ରଦାନ ଉତ୍ସବରେ ଅତିଥିଭାବେ ସାମ୍ବାଦିକ ରାମନାରାୟଣ ନାୟକ ଓ ସାମ୍ବାଦିକ ପ୍ରଭାତ କୁମାର ରାଉଳ ଯୋଗଦେଇ ମକର ସଂକ୍ରାନ୍ତୀର ମାହାତ୍ମ୍ୟ ପ୍ରସଙ୍ଗରେ ବକ୍ତବ୍ୟ ରଖିବା ସହିତ ଅସହାୟମାନଙ୍କୁ ଉକ୍ତ ସହାୟତା ପ୍ରଦାନ କରିଥିଲେ । ସମାଜସେବୀ ହରେକୃଷ୍ଣ ବେହେରା, ହରେକୃଷ୍ଣ ପାତ୍ର, ନିରଂଜନ ବେହେରା, ଅଶୋକ ଆଚାର୍ଯ୍ୟ, ଭକ୍ତହରି ବେହେରା, ବସନ୍ତ ସେଠୀ, ଦେବାଶୀଷ ସେଠୀ, ହରେକୃଷ୍ଣ ଆଚାଚର୍ଯ୍ୟ, ବିଭୂତି ଭୂଷଣ ଦାସ, ଦେବାଶିଷ ପଣ୍ଡା, ରାଜେନ୍ଦ୍ର ଦାସ, ରବିନାରାୟଣ ପାତ୍ର ପ୍ରମୁଖ ଗାଁର ସମସ୍ତ ଯୁବଗୋଷ୍ଠୀ ସହଯୋଗ କରିଥିଲେ ।