Odisha news

ଲିଭର୍ କୁ କ୍ଷତିଗ୍ରସ୍ତ କରିଥାଏ ଏହିସବୁ ଜିନିଷ : ତୁରନ୍ତ ନିଜ ଠାରୁ ଦୂରେଇ ଦିଅନ୍ତୁ

0
ଲିଭର୍ ଆମ ଶରୀରର ଗୋଟିଏ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ । ଲିଭର୍ ରକ୍ତରେ ଥିବା କେମିକାଲ କୁ ମେଣ୍ଟେନ୍ କରିଥାଏ । ଏହା ଆମ ଶରୀରର ସବୁଠୁ ବଡ଼ ଅର୍ଗାନ ଅଟେ, ଯଦି ଲିଭର୍ ରେ କିଛି ଅସୁବିଧା ହୁଏ ଏହାର ପ୍ରଭାବ ସମ୍ପୂର୍ଣ୍ଣ ଶରୀର ଉପରେ ପଡିଥାଏ । ଆମ ଖାଦ୍ୟ ପେୟ ରେ ସାମାନ୍ୟ ଅସୁବିଧାର ପ୍ରଭାବ ଲିଭର୍ ଉପରେ ପଡିଥାଏ । ଆମର କିଛିଟା ଖରାପ୍ ଅଭ୍ୟାସ ର ପ୍ରଭାବ ଆମ ଲିଭାର୍ ଉପରେ ପଡିଥାଏ । ତେଣୁ ଆମର ପ୍ରଥମ କାର୍ଯ୍ୟ ହେଉଛି ଲିଭର୍ କୁ ସୁସ୍ଥ ରଖିବା ।
କେଉଁ ସବୁ ଖାଦ୍ୟ ପଦାର୍ଥ ଲିଭର୍ କୁ ଅସୁସ୍ଥ କରିଥାଏ -:
ସ୍ବାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଲିଭର୍ ପାଇଁ ସବୁଠୁ ବଡ଼ ବିପଦ ହେଉଛି ମୋଟାପଣ ଓ ମାଦକ ଦ୍ରବ୍ୟ । ଏହାଛଡା କିଛିଟା ଖାଇବା ଜିନିଷ ଯାହା ଲିଭର୍ କୁ ଅସୁସ୍ଥ ରଖିଥାଏ । ତେଣୁ ଏପରି କିଛି ଖାଦ୍ୟ ପଦାର୍ଥ ରହିଛି ଯାହାକୁ ତୁରନ୍ତ ନିଜ ଖଦ୍ୟାରୁ ହଟାଇ ଦେବା ଉଚିତ୍ ।
୧- ଚିନି : ଅଧିକ ଚିନି ଲିଭର୍ ପାଇଁ ସମସ୍ୟା ସୃଷ୍ଟି କରିଥାଏ । ଚିନି ମୋଟାପଣ ବଢ଼ାଇବା ସହିତ ଲିଭର୍ କୁ ମଧ୍ୟ କ୍ଷତିଗ୍ରସ୍ତ କରାଇ ଥାଏ । ଚିନି ଲିଭର୍ ର କାର୍ଯ୍ୟ ଉପରେ ମଧ୍ୟ ପ୍ରଭାବ ପକାଇ ଥାଏ ।
୨- ମଇଦା -: ଅଧିକ ମଇଦା ସେବନ କରିବା ସମ୍ପୂର୍ଣ୍ଣ ଶରୀର ପାଇଁ କ୍ଷତିକାରକ । ମଇଦା ଗୋଟିଏ ପ୍ରସେସେଡ ଫୁଡ୍ ହୋଇଥିବା କାରଣରୁ ଆମ ଶରୀର ଭିଟାମିନ, ମିନେରାଲ ସବୁଥିରୁ ବଞ୍ଚିତ ହୋଇଥାଏ । ମଇଦା ମଧ୍ୟ ଫ୍ୟାଟି ଲିଭର୍ ର ଗୋଟିଏ କାରଣ ଅଟେ । ମଇଦା ଅଧିକ ଖାଇବା କାରଣରୁ ବ୍ଲଡ଼ ସୁଗର୍ ସ୍ତର ମଧ୍ୟ ବୃଦ୍ଧି ହୋଇଥାଏ ।
୩- ରେଡ୍ ମୀଟ:- ମିଟ୍ ଅଧିକ ଖାଇବା ଦ୍ବାରା ଶରୀରରେ ପ୍ରୋଟିନ ସ୍ତର ବୃଦ୍ଧି ପାଇଥାଏ । ରେଡ୍ ମିଟ୍ ରେ ପ୍ରୋଟିନ ସ୍ତର ଅଧିକ ରହିଥିବାରୁ
୪- ପେନ୍ କିଲାର୍ – : କିଛି ଲୋକ ଏଭଳି ଥାଆନ୍ତି ସାମାନ୍ୟ ମାତ୍ର ଯନ୍ତ୍ରଣା ହେବା ମାତ୍ରକେ ତୁରନ୍ତ ପେନ୍ କିଲର ସେବନ କରି ଦିଅନ୍ତି । କିନ୍ତୁ ଏହା ଠିକ୍ ନୁହେଁ , ପେନ୍ କିଲର ଲୀଭର ଉପରେ ପ୍ରଭାବ ପକାଇ ଥାଏ । ତେଣୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ପେନ୍ କିଲର ସେବନ କରିବା ଉଚିତ୍।
୫- ଅଧିକ ଭିଟାମିନ ଏ ସେବନ କରନ୍ତୁ ନାହିଁ -: ଗୋଟିଏ ପକ୍ଷରେ ଭିଟାମିନ ଏ ଶରୀର ପାଇଁ ଖୁବ୍ ଉପଯୋଗୀ । ଏହା ଆଖି ସମସ୍ୟା କୁ ଠିକ୍ କରିଥାଏ । କିନ୍ତୁ ଭିଟାମିନ ଏ ର ସପ୍ଲିମେଣ୍ଟ ଶରୀର ପାଇଁ କ୍ଷତିକାରକ ଅଟେ । ସେହି ସ୍ଥାନରେ ଆମେ ଭିଟାମିନ ଏ ଯୁକ୍ତ ପନିପରିବା ଓ ଫଳମୂଳ ସେବନ କରିବା ଉଚିତ୍ ।
Leave A Reply