ହୋଲିକା ଦହନ ସମୟରେ ରାହୁ ଗ୍ରହ ଉଗ୍ର ରୂପରେ ରହି ଥାଆନ୍ତି । ରାହୁ ଯେଉଁ ଜାତକରେ ଉଗ୍ର ରୁହନ୍ତି ଜୀବନ ରେ ଅନେକ ଅସୁବିଧା ଆସିଥାଏ । ଯାହା ଜୀବନ କୁ ବ୍ୟତି ବ୍ୟସ୍ତ କରି ଦେଇଥାଏ । ଶାରିରୀକ , ମାନସିକ , ଆର୍ଥିକ ସମସ୍ତ ପ୍ରକାର ସମସ୍ୟା ର ସମାଗମ ହୋଇଥାଏ ।
ରାହୁଙ୍କ ପ୍ରଭାବରୁ ବ୍ୟକ୍ତି ବିଭିନ୍ନ ପ୍ରକାର କୁକର୍ମ ରେ ଲିପ୍ତ ରହିଥାଏ , ଯେପରିକି ଚୋରି କରିବା , ଅନ୍ୟର ନିନ୍ଦା କରିବା , ଅନ୍ୟକୁ ଖରାପ ବ୍ୟବହାର କରିବା ଇତ୍ୟାଦି ବିଭିନ୍ନ ପ୍ରକାର ର କୁକର୍ମ ରେ ଲିପ୍ତ ରୁହେ । ରାହୁ ଙ୍କ ପ୍ରଭାବ ରେ ମଦ୍ୟ ପାନ ଓ ଜୁଆ ଖେଳିବା ବ୍ୟକ୍ତି ଆରମ୍ଭ କରିଥାଏ ।
ରହୁଙ୍କ କୋପ ଦୃଷ୍ଟିରୁ ଚର୍ମ ରୋଗ ସମସ୍ୟା ଦେଖା ଯାଇଥାଏ । ଏହାଛଡା ରାହୁ ଯଦି ଅସନ୍ତୁଷ୍ଟ ରୁହନ୍ତି ତେବେ ଅଯଥା ଖର୍ଚ୍ଚ ବୃଦ୍ଧି ପାଇଥାଏ । ଯେପରିକି ଅଯଥାରେ ଯାତ୍ରା କରିବା , ପୋଲିସ କେଶ୍ ରେ ପଇସା ବ୍ୟଯାପ୍ତି କରିବା ଇତ୍ୟାଦି । ଆହୁରି ମଧ୍ୟ ରାହୁ ଙ୍କ ପ୍ରଭାବ ରୁ ବ୍ୟକ୍ତି ମାନସିକ ରୋଗ ର ଶିକାର ହୋଇପାରେ ।
ରାହୁ ଙ୍କ ପ୍ରଭାବ ରୁ ରକ୍ଷା ପାଇବା ପାଇଁ :-
* ନିୟମିତ ସ୍ନାନ ପରେ ମସ୍ତକ ରେ ଗଙ୍ଗାଜଳ ସହିତ ଚନ୍ଦନ ଘୋରି ଲଗାନ୍ତୁ । ଏହା ରାହୁ ଙ୍କ ପ୍ରଭାବ କୁ କମ୍ କରିଥାଏ । ଏହାଛଡା କିଛିଟା ତୁଳସୀ ପତ୍ର ଖାଆନ୍ତୁ ।
* ଶାସ୍ତ୍ର ଅନୁସାରେ ଭଗବାନ ଗଣେଶ ଙ୍କୁ ପୂଜା କରିବା ଦ୍ୱାରା ରାହୁ ସନ୍ତୁଷ୍ଟ ହୋଇ ଥାଆନ୍ତି । ତେଣୁ ଯଦି ଆପଣଙ୍କ ଜାତକ ରେ ରାହୁ ଙ୍କ ପ୍ରଭାବ ରହିଛି ଗଣେଶ ଙ୍କ ନିକଟରେ ଦୁବ ଓ ଅକ୍ଷତ ଅର୍ପଣ କରନ୍ତୁ ।
* ରାହୁ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ସୂର୍ଯ୍ୟ ଦେବଙ୍କ ଆରାଧନା କରନ୍ତୁ । ଏହାଛଡା ଘରେ ଗାୟତ୍ରୀ ସ୍ତୋତ୍ର ପାଠ କରନ୍ତୁ । ଏହା ରାହୁ ଙ୍କ ପ୍ରଭାବ କୁ କମାଇବ ।
* ରାହୁ ଙ୍କ ପ୍ରଭାବ ରୁ ରକ୍ଷା ପାଇବା ପାଇଁ ଗାଈ କୁ ଦୁବ ଘାସ ଓ ଅରୁଆ ଚାଉଳ ଖାଇବାକୁ ଦିଅନ୍ତୁ । ଏହା ରାହୁ ଙ୍କ ପ୍ରକୋପ କୁ କମ୍ କରିଥାଏ ।
* ଏହାଛଡା ନିୟମିତ ରାତିରେ ବିଛଣା କୁ ଯିବା ପୂର୍ବରୁ ନିଜର ଗୋଡ ଧୋଇ ଗଣେଶ ଙ୍କୁ ଧ୍ୟାନ କରି ଶୋଇବା ଆବଶ୍ୟକ । ଯାହା ଆପଣଙ୍କୁ ମାନସିକ ଚିନ୍ତା ଠାରୁ ଦୂରେଇ ରଖିବ ଓ ମନକୁ ଶାନ୍ତ ରଖିବ ।
