Odisha news

ରାସ୍ତାକଡ଼ ଲାଇବ୍ରେରୀ

0

ମିଜୋରାମ୍‌ ରାଜଧାନୀ ଆଇଜଲ୍‌ ରାସ୍ତାକଡ଼ରେ ଏକ ଛୋଟିଆ ଲାଇବ୍ରେରି
ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ପରବୀନ କସୱାନ୍‌ ନାମକ ଜଣେ ଆଇଏଫ୍‌ଏସ୍‌
ଅଫିସର ଏହାର ଫଟୋ ସୋସାଲ୍‌ ମିଡ଼ିଆରେ ସେୟାର୍‌ କରି ଲେଖିଛନ୍ତି, ‘ଏହାକୁ
ପ୍ରତ୍ୟେକ ସହର ଆପଣାଇବା ଦରକାର ।’ ଆଇଜଲରେ ଏଭଳି ଦୁଇଟି ଲାଇବ୍ରେରି
ରହିଛି । ଦେଶ ନିର୍ମାଣରେ ଲାଇବ୍ରେରୀ ହେଉଛି ସବୁଠୁ ବଡ଼ ନିବେଶ । ମିଜୋରାମ୍‌
ଏହାର ପ୍ରତିଫଳନ । ପିଲାଙ୍କ ପଠନ ଅଭ୍ୟାସ ବଢ଼ାଇବାରେ ଏହା ନିହାତି ସାହାଯ୍ୟ
କରିବା ସହ ମାଗଣାରେ ବହି ଏକ୍ସଚେଞ୍ଜ କରିବାର ସୁବିଧା ଦେଉଛି ଏଇ ମିନି ରୋଡ୍‌ସାଇଡ୍‌
ଲାଇବ୍ରେରି । ଏଭଳି ଏକ ନୂଆ ପରିକଳ୍ପନା ତଥା ଅଭିଯାନକୁ ନେଟିଜେନ୍‌ମାନେ ବେଶ୍‌ ପସନ୍ଦ
କରିଛନ୍ତି । କିଛି ବର୍ଷ ତଳେ ନାଗାଲାଣ୍ଡର ଦିମାପୁରରେ ପ୍ରଥମ ପବ୍ଲିକ୍‌ ଲାଇବ୍ରେରୀ ଖୋଲିଥିଲା ।

Leave A Reply