Odisha news

ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଘରକୁ ଘର ନିମନ୍ତ୍ରଣ

0

ତିହିଡି,୧୦/୦୧(ଯଦୁମଣି ପାଣିଗ୍ରାହୀ) ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ବିଜେପି ପକ୍ଷରୁ ଘରେ ଘରେ ଅକ୍ଷତ ମୁଠି ସହ ନିମନ୍ତ୍ରଣ ପତ୍ର ଦିଆଯାଉଛି । ସଦର ଭାଟପଡା ପଞ୍ଚାୟତ ଓ ଫତେପୁର ପଞ୍ଚାୟତରେ ବିଜେପି ପକ୍ଷରୁ କୀର୍ତ୍ତନମଣ୍ଡଳୀ ସହିତ ଘରକୁ ଘର ବୁଲି ଅକ୍ଷତ ମୁଠି ଓ ନିମନ୍ତ୍ରଣ ପତ୍ର ଦିଆଯାଉଛି । ଭାଟପଡାରେ ସରପଞ୍ଚଶୁଭ୍ରନାରାୟଣ ସେଠୀ, ସୀତାକାନ୍ତ ନାୟକ, ପ୍ରତାପ ଜେନା, ଯଯାତି ଦାସ, କିଶୋର ନାୟକ, ଭୂବନାନନ୍ଦ ମିଶ୍ର ଓ ପ୍ରଦୀପ ଜେନା ପ୍ରମୁଖଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଫତେପୁରରେ ସରପଞ୍ଚ ପ୍ରଦୀପ ବଳ ଓ ପୂର୍ବତନ ସରପଞ୍ଚ ଝରଣା ଯେନା, ପ୍ରଶାନ୍ତ ବାରିକ, ପ୍ରଫୁଲ୍ଲ ମହାପାତ୍ର, ବିଶ୍ୱଜିତ ମିଶ୍ର, ମନୋରମା ବାରିକ, କାଳନ୍ଦୀ ପାଣିଗ୍ରାହୀ, ବିମ୍ବାଧର ବେହେରା, ରବିନ୍ଦ୍ର ଜେନା, ପ୍ରଦୀପ ନାୟକ, ଅନନ୍ତ ନାୟକ ଓ ନିରାକାର ବେହେରାଙ୍କ ନେତୃତ୍ୱରେ କର୍ମୀ ମାନେ ଘରକୁ ଘର ବୁଲି ନିମନ୍ତ୍ରଣ କରିଥିଲେ ।

Leave A Reply