ରଣଜୀ ଟMର : ସଭିସେସ୍ ଇନିଂସ୍ ଅଗ୍ରଣୀ
ଭୁବନେଶ୍ୱର: ରଣଜୀ ଟ୍ରଫି ଏଲିଟ୍ ଗ୍ରୁପ-ସି’ ଓଡ଼ିଶା ବିପକ୍ଷ ମ୍ୟାଚରେ ସଭିସେସ୍ ପ୍ରଥମ ଇନିଂସ୍ ଅଗ୍ରଣୀ ହାସଲ କରିଛି । ପ୍ରଥମ ଇନିଂସରେ ଓଡ଼ିଶା ୧୭୭ରନ୍ କରିଥିବା ବେଳେ ଦ୍ୱିତୀୟ ଦିବସ ଷ୍ଟମ୍ପ ଅପସାରଣ ବେଳକୁ ସର୍ଭିସେସ୍ ୭୪ ଓଭରରେ ୪ ୱିକେଟ୍ ହରାଇ ୧୮୩ରନ୍ କରିଛି ।
ଦ୍ୱିତୀୟ ଦିନ ଅସମାପ୍ତ ଇନିଂସ୍ ୨/୦ରୁ ସର୍ଭିସେସ୍ ବ୍ୟାଟିଂ ଆରମ୍ଭ କରିଥିଲା । ମନଦୀପ ସିଂ ୬୪ରନ୍ ଓ ରବୀ ଚୌହ୍ୱାନ ୪୮ରନ୍ କରି ଦଳକୁ ଦୃଢ଼ ଆରମ୍ଭ ଦେଇଥିଲେ । ପରେ ପରେ ମୋହିତ ଆହ୍ଲାୱତ ୨୫ ଓ ଜି ରାହୁଲ ସିଂ ୧୧ରନ୍ କରି ପାଭିଲିୟନ ଫେରିଥିଲେ । ଅଧିନାୟକ ପାଲିୱାଲ ୨୨ ଓ ହାଥୱାଲା ୯ରନ୍ କରି ଅପରାଜିତ ଥିଲେ । ସର୍ଭିସେସର ଭଲ ବ୍ୟାଟିଂ ସମ୍ମୁଖରେ ଓଡ଼ିଶା ବୋଲରଙ୍କ ଅସହାୟତା ଦେଖିବାକୁ ମିଳିଥିଲା । ଗୋବିନ୍ଦ ପୋଦ୍ଦାର ଓ ଅନୁରାଗ ଷଡଙ୍ଗୀ ଗୋଟିଏ ଲେଖାଏଁ ତଥା ଅଭିଷେଖ ରାଉତ ୨ଟି ୱିକେଟ୍ ସଫଳତା ପାଇଛନ୍ତି । ଖରାପ ପାଗ କାରଣରୁ ଦ୍ୱିତୀୟ ଦିନ କେବଳ ୭୩ ଓଭର ଖେଳ ସମ୍ଭବ ହୋଇଥିଲା ।