Odisha news

ମୟୂରଭଞ୍ଜ ଜିଲ୍ଲାରେ ୧୪ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : ମୟୂରଭଞ୍ଜରେ ୩୪୦ ଛୁଇଁଲା କରୋନା

0

ବାରିପଦା : ଆଜି ମୟୂରଭଞ୍ଜ ଜିଲ୍ଲାରେ ୧୪ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ କରୋନା ସଂଖ୍ୟା ୩୪୦କୁ ଛୁଇଁଛି । ରବିବାର ମୋଟ୍ ୧୪ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୦ଜଣ ସ୍ଥାନୀୟ ଅଞ୍ଚଳର ଓ ୩ଜଣ କୋଭିଡ୍ ଯୋଦ୍ଧା ହୋଇଥିବାରୁ ଚିନ୍ତାର ବିଷୟ ପାଲଟିଛି । ମିଳିଥିବା ସୂଚନା ଅନୁଯାୟୀ ଏହି ସ୍ଥାନୀୟ କରୋନା ଆକ୍ରାନ୍ତମାନେ ହେଲେ ରରୁଆଁ ବ୍ଲକରୁ ୬ଜଣ, ତିରିଂ ବ୍ଲକରୁ ୨ଜଣ, ଖୁଣ୍ଟା ଓ କୁସୁମୀ ବ୍ଲକରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବାବେଳେ କାର୍ଯ୍ୟରତ ଥିବା ୩ଜଣ କୋଭିଡ୍ ଯୋଦ୍ଧା ତିରିଂ ବ୍ଲକରୁ ଦୁଇଜଣ ଓ ରରୁଆଁ ବ୍ଲକରୁ ଜଣେ ଚିହ୍ନଟ ହୋଇଛନ୍ତି । ଏହି ସ୍ଥାନୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରହୁଥିବା ଜଣେ କରୋନା ଆକ୍ରାନ୍ତ କୁଳିଅଣା ବ୍ଲକରୁ ଚିହ୍ନଟ ହୋଇଥିବାବେଳେ ତେଲେଙ୍ଗାନା ଫେରନ୍ତା ବୋଲି ଜଣାଯାଇଛି । ବର୍ତ୍ତମାନ ସୁଦ୍ଧା ୩୪୦ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୬୦ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୮୦ଜଣ ବର୍ତ୍ତମାନ ସୁଦ୍ଧା ଚିକିସôିତ ହେଉଛନ୍ତି । ରରୁଆଁରେ ଏକାଥରକେ ସ୍ଥାନୀୟ ୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାରୁ ରରୁଆଁ ସରପଞ୍ଚ ଜିତେନ୍ଦ୍ର ନାଏକ ସାରା ପଞ୍ଚାୟତକୁ ୧୩ତାରିଖ ସକାଳ ୬ଟାରୁ ୧୭ତାରିଖ ରାତି ପର୍ଯ୍ୟନ୍ତ ସଟ୍ଡାଉନ୍ ଘୋଷଣା କରିଛନ୍ତି । ଏହି ୫ଦିନିଆ ସଟ୍ଡାଉନ୍ର ପ୍ରଥମ ୨ଦିନ କେବଳ ଔଷଧ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ, ସରକାରୀ ଅଫିସ୍ ବନ୍ଦ ରହିବ । ପରବର୍ତ୍ତୀ ୩ଦିନରେ ସକାଳ ୭ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ଗ୍ରସୋରୀ ଓ କ୍ଷୀର ଦୋକାନ ଖୋଲା ରହିବ । ଏଥିସହିତ ଅତ୍ୟାବଶ୍ୟକ ସେବା ନିମନ୍ତେ ବିଭିନ୍ନ ସରକାରୀ ପ୍ରତିଷ୍ଠାନ ଖୋଲିବାକୁ ଅନୁମତି ଦିଆଯାଇଛି । ଅନୁରୂପଭାବେ ରବିବାର ଘାଗରବେଡା ପଞ୍ଚାୟତରେ ୫ଜଣ ସଂକ୍ରମିତ ଚିହ୍ନଟ କରିବା ପରେ ସରପଞ୍ଚ ଅଜିତ ତିରିଆ ସମଗ୍ର ପଞ୍ଚାୟତକୁ ୫ଦିନିଆ ସଟ୍ଡାଉନ୍ କରିଛନ୍ତି । ବର୍ତ୍ତମାନ କରୋନା ମହାମାରୀ କାୟା ବିସ୍ତାର କରି ଗ୍ରାମାଞ୍ଚଳରେ ପହଞ୍ଚିଲାଣି । ଫଳରେ ଲୋକଙ୍କ ଜୀବନ ଜୀବିକା ଖୁବ୍ ପ୍ରଭାବିତ୍ ହେବାରେ ଲାଗିଛି । ସାପ୍ତାହିକ ୨ଦିନ ସଟ୍ଡାଉନ୍ ନସରୁଣୁ ୫ଦିନ ପୁଣି ସପ୍ତାହାନ୍ତ ୨ଦିନକୁ ମିଶାଲ ମୋଟ୍ ୯ଦିନ ପାଳିବେ ଅଞ୍ଚଳ ବାସିନ୍ଦା ।

Leave A Reply