ରାଜନଗର, (ସ ଵ୍ୟୁ)୨୫/୨ ଦିଲ୍ଲୀ ଅଂଚଳର ଜଣେ ଯୁବକ ଜଣେ ଯୁବତୀଙ୍କୁ ନେଇ ବର୍ଷେ ତଳୁ ଫେରାର ହୋଇଯାଇଥିବା ବେଳେ ରାଜନଗରରେ ରହିଥିବା ଓ ରାଜନଗରର ଜଣେ ଯୁବକଙ୍କ ନାଁରେ ଥିବା ସିମ୍କାର୍ଡ ବ୍ୟବହାର କରି କଥା ହେଉଥିବା ଜାଣିବା ପରେ ଦିଲ୍ଲୀ ପୁଲିସ ରାଜନଗରରେ ପହଁଚିଛି। ଦିଲ୍ଲୀ ପୁଲିସ ରାଜନଗରରେ ପହଁଚି ଦିଲ୍ଲୀ ଅଂଚଳର ଯୁବକ ରହିଥିବା ବିଭିନ୍ନ ଲୋକେସନରେ ଚଢାଉ କରିବା ପରେ ସେମାନଙ୍କୁ ପାଇନଥିଲେ। ଦିଲ୍ଲୀ ଅଂଚଳର ଯୁବକ ରାଜନଗର ହାଇସ୍କୁଲର କ୍ଲର୍କ ଚନ୍ଦନ କୁମାର ପାତ୍ରଙ୍କ ନାଁରେ ଥିବା ସିମ୍କାର୍ଡରେ ବିଭିନ୍ନ ସମୟରେ କଥା ହୋଇଥିବା ବେଳେ ସେହି ନମ୍ବରରୁ ଯୁବକ ଜଣଙ୍କ ତା ଭାଇକୁ ଫୋନ କରିଥିଲା। ଦିଲ୍ଲୀ ପୁଲିସ ରାଜନଗର ଥାନାରେ ପହଁଚିବା ପରେ ରାଜନଗର ପୁଲିସ ଚନ୍ଦନଙ୍କୁ ଫୋନ୍ କରି ଥାନାକୁ ଡକାଇଥିଲେ। ଚନ୍ଦନ ଥାନାକୁ ଆସିବା ପରେ ତାଙ୍କ ନାଁରେ ଥିବା ଏୟାରଟେଲ ମୋବାଇଲ ନମ୍ବର- ୮୦୯୩୫୩୫୯୪୦ କାହାକୁ ଦେଇଛ ବୋଲି ପୁଲିସ ପଚାରିଥିଲା। ସେପରି ନମ୍ବର ତାଙ୍କର ନାହିଁ, ସେ ଏ ନେଇ ଜାଣିନଥିବା ନେଇ କହିଥିଲେ। ଖୋଳତାଡ ପରେ ଚନ୍ଦନ ଚଳିତମାସ ୧ ତାରିଖ ଦିନ ରାଜନଗର ଥାନା ଅଂଚଳର ସାନବଡଗୋପାଳପୁର ବଜାର ଉପରେ ଥିବା ଏକ ମୋବାଇଦୋକାନରୁ ରୁ ଏୟାରଟେଲ ସିମ ନମ୍ବର ୮୦୯୩୪୫୫୭୬୯ ଆଣିଥିବା କହିଥିଲେ। ସେ ସିମ୍ ପାଇଁ ଯାଇଥିବା ବେଳେ ମୋବାଇଲ ଦୋକାନୀ ତାଙ୍କର ଆଧାରକାର୍ଡ ନେବା ସହ ତାଙ୍କ ଫଟୋ ଉଠାଇଥିଲେ। ତାଙ୍କ ମୋବାଇଲକୁ ଏକ ଓଟିପି ଆସିଥିଲା। ଚନ୍ଦନ ଓଟିପି ଦେବା ପରେ ହେଲାନି କହି ପୁନଃର୍ବ।ର ଫଟୋ ଉଠାଇବା ସହ ଆଉ ଏକ ଓଟିପି ତାଙ୍କ ଠାରୁ ନେଇଥିଲା। ଚନ୍ଦନ ଗୋଟିଏ ସିମକାର୍ଡ ନେଇ ଆସିବା ସହ ସେହିଦିନରୁ ସେହି ନମ୍ବର ବ୍ୟବହାର କରି ଆସୁଛଛି। ମାତ୍ର ଥରେ ହେଲାନି କହି ଆଉଥରେ ଫଟୋ ଉଠାଇ ଓଟିପି ନେବା ବାହାନାରେ ମୋବାଇଲ ଦୋକାନୀ ଚନ୍ଦନ କୁମାର ପାତ୍ରଙ୍କ ଆଧାରକାର୍ଡକୁ ବ୍ୟବହାର କରି ଆଉ ଏକ ସିମ୍ କାଢି ତାକୁ ଦିଲ୍ଲୀ ଅଂଚଳର ଫେରାର୍ ଯୁବକଙ୍କୁ କଳାବଜାରରେ ବିକ୍ରି କରିଥିବା ଜଣାପଡିଛି। ଦିଲ୍ଲୀ ପୁଲିସ ଠାରୁ ତାଙ୍କ ନାଁରେ କେହି ସିମକାର୍ଡ ନେଇ ମୋବାଇଲ ଚଳାଉଥିବା ଜାଣିବା ପରେ ଚନ୍ଦନ ଆଜି ସଂଧ୍ୟାରେ ଏ ନେଇ ରାଉତ ମୋବାଇଲ୍ସର ମାଲିକ ଦୀପକ କୁମାର ରାଉତଙ୍କ ନାଁରେ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଦିଲ୍ଲୀରୁ ଆସିଥିବା ୪ଜଣିଆ ପୁଲିସ ଟିମ୍ ତଦନ୍ତ କରି ଫେରିଯାଇଛନ୍ତି। ଦୋକାନର ସିସିଟିଭି ଯାଂଚ ପାଇଁ ପହଁଚିବା ପରେ ପାସ୍ୱାର୍ଡ ଜାଣିନଥିବା, ସିସିଟିଭିର ବ୍ୟାକ୍ଅପ୍ ନଥିବା ଏବଂ ସିମ୍ ବିକ୍ରି କରିଥିବା ନେଇ କୌଣସି ରେଜିଷ୍ଟର କିମ୍ବା କୌଣସି ଡକ୍ୟୁମଂଟେ ଫାଇଲ ପୁଲିସକୁ ଦେଖାଇ ପାରିନଥିଲେ। ଅପରପକ୍ଷରେ ସୂଚନା ମୁତାବକ ୧ ଫେବୃୟାରୀ ୨୦୨୪ରେ ଲଗଇନ୍ ଆଇଡି ସିଏଏଫ ଏ୧୫ଏଓଡି୨ଏଫ୍ଓ୬ରେ ୨ଟା ୧୬ ପିଏମରେ ଏୟାରଟେଲ ସିମ୍ ନଂ ୮୦୯୩୪୫୫୭୬୯ ଇସ୍ୟୁ ହୋଇଥିବା ବେଳେ ସମାନ ଲଗ୍ଇନ୍ ଆଇଡିରେ ସିଏଏଫ ଏ୧୫ଏଓଡି୨ଏଫଓଡବ୍ଲୁୟରେ ୨ଟା ୧୯ ପିଏମ୍ରେ ୮୦୯୩୫୩୫୯୪୦ ନମ୍ବର ଇସ୍ୟୁ ହୋଇଛି। ଗୋଟିଏ ଦିନରେ ଗୋଟିଏ ଆଧାରକାର୍ଡରେ ଦୁଇଟି ନମ୍ବର ଇସ୍ୟୁ ହୋଇଥିବା ଜଣାପଡିଛି। କେବଳ ଚନ୍ଦନଙ୍କ ଆଧାରକାର୍ଡକୁ ବ୍ୟବହାର କରି ନକଲି ସିମ୍ ମୋବାଇଲ ଦୋକାନୀ କଳାବଜାରରେ ବିକ୍ରି କରିଛନ୍ତି ନାଁ ଆହୁରି ଅନେକ ଲୋକ ଏପରି ଠକେଇର ଶିକାର ହୋଇଛନ୍ତି, ତାହାକୁ ନେଇ ରାଜନଗର ଅଂଚଳରେ ଚର୍ଚ୍ଚ। ଆରମ୍ଭ ହୋଇଛି। ଏ ସଂପର୍କରେ ଆଇଆଇସି ଅଜୟ କୁମାର ଜେନାଙ୍କୁ ପଚାରିବାରୁ ଏ ଘଟଣା ନେଇ ତଦନ୍ତ ଚାଲିଛି ବୋଲି କହିଛନ୍ତି।
