Odisha news

ଭଡା ଘରୁ ଯୁବତୀଙ୍କର ମୃତ ଦେହ ଉଦ୍ଧାର।

0

ଆଜି ପୋଲସରା ପୋଲିସ ଥାନା ଠାରୁ ପ୍ରାୟ ୫ କିଲୋମିଟର ଦୁର କୋଙ୍କରଡା  ଗୋଟିଏ ଭଡା ଘରୁ ଜଣେ ଯୁବତୀ ର ଶବ ଉଦ୍ଧାର କରିଛି। ସମ୍ପୃକ୍ତ ଯୁବତୀ କୁ ଯୋଜନାବଦ୍ଧ ଭାବେ ହତ୍ଯା କରାଯାଇଥିବା ଯୁବତୀ ର ବାପା ଦଣ୍ଡପାଣି ପ୍ରଧାନ ଅଭିଯୋଗ କରିଥିବା ଜଣା ଯାଇଛି। ଘଟଣାର ବିବରଣୀ ଅନୁସାରେ ପୋଲସରା ଥାନା ଅଧିନସ୍ଥ କୋଙ୍କରଡା ଗ୍ରାମର ବଡ ସାହି ନିବାସୀ ଦଣ୍ଡପାଣି ପ୍ରଧାନ ଙ୍କ ଝିଅ ମଞ୍ଜୁସା ପ୍ରାୟ ଦୁଇ ବର୍ଷ ପୂର୍ବେ ଜଣେ ଗୁଜରାଟୀ ଯୁବକ ସହିତ ଫେରାର ହୋଇଯାଇଥିଲା।

ତେବେ ଗତ ୬ ମାସ ପୂର୍ବେ ଗ୍ରାମ କୁ ଫେରିଥିଲେ ମଧ୍ୟ ପରିବାର ଲୋକ ମାନେ ତାକୁ ଗ୍ରହଣ ନ କରିବାରୁ ଗ୍ରାମରେ ଗୋଟିଏ ଘର ଭଡା ନେଇ ରହୁଥିଲା।  କିନ୍ତୁ ଆଜି ଭୋର ୪ ଚାରି ଘଣ୍ଟ ସମୟରେ ମଞ୍ଜୁସା ର ମୃତ୍ୟୁ ହୋଇ ଯାଇଥିବା ତାର ବାପା ଦଣ୍ଡପାଣି ଖବର ପାଇଥିଲେ। ଫଳରେ ସେ ସ୍ଥାନୀୟ ଥାନାରେ ଜଣାଇଥିଲେ। ଖବର ପାଇ ଥାନି ଅଧିକାରୀ ଜିତେନ୍ଦ୍ର କୁମାର ମଳିକ ଓ ପୋଲିସ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ ପଠାଇ ଘଟଣାର ଅନୁସନ୍ଧାନ କରୁଛନ୍ତି।

Leave A Reply