Odisha news

ବ୍ରାଉନ ସୁଗାର ନିଶାଡୀ ଙ୍କ କବଳରେ କୋଣାର୍କ, କୋଡ଼ ୱାର୍ଡ ରେ ଚାଲିଛି ନିଶାକାରବାର

0
ମାଧିପୂର ଛକ ଓ ସୂର୍ଯ୍ୟ ମନ୍ଦିରବେଢା ପାଲଟିଛି ନିଶାଡିଙ୍କ ଆଡା ସ୍ଥଳୀ।

କୋଣାର୍କ :Sangram keshari mohapatra :  ବିଶ୍ୱ ପଯ୍ୟଟନ ସ୍ଥଳି କୋଣାର୍କରେ ବ୍ରାଉନସୁଗାର ନିଶା ତାର କାୟା ବିସ୍ତାର କରିବାକୁ ଲାଗିଥିଲାବେଳେ ଏହାର କବଳରେ ଯୁବ ଗୋଷ୍ଠି ମାନେ କବଳିତ ହେବାର ଦେଖା ଦେଇଛି।ଯାହା କୋଣାର୍କ ଅଂଛଳରେ ଆତଙ୍କର ବାତାବରଣ ସ୍ତୁଷ୍ଟି କରିଛି। ଚୋରି ଡକାୟତ, ରାହଜାନି ଭଳି ବିଭିନ୍ନ ଅସାମାଜିକ କାର୍ଯ୍ୟ ରେ ଏହି ନିଶାଖୋର ଯୁବ ଗୋଷ୍ଠି ମାନେ  ଲିପ୍ତ ରହୁଥିବାର ପରିଲକ୍ଷିତ ହେଉଛି।ମହାମାରୀ ଭଳି ବ୍ୟାପି ଚାଲିଥିବା ଯୁବଗୋଷ୍ଟିଙ୍କ ମଧ୍ୟ ରେ ଏହି ନିଶା କାରବାରକୁ ନେ ଇସାଧାରଣ ରେ ଆଲୋଡନ ସୃଷ୍ଟି କରିଛି।
ରାତାରାତି କୋଟିପତି ହେବାର ଲୋଭରେ ନିଶା ବେପାରି ମାନେ ଏହି ଯୁବଗୋଷ୍ଟିକୁ ସ୍ଵପ୍ନ ଦେଖାଇ ନିଶା ଖୁଆଇବା ସହ ନିଶା ବ୍ୟବସାୟରେ ନିୟୋଜିତ କରି ବେସ ମୋଟା ଅଙ୍କରମୁନାଫା କମା ଉଥିବା ଚର୍ଚ୍ଚା ହେଉଛି।କୋଣାର୍କ ଅଞ୍ଚଳର ଯୁବଗୋଷ୍ଠି କଲେଜ ଛାତ୍ର ଙ୍କ ସହ କିଛି ଗ୍ରାମର କମ ବୟସର ଯୁବକ ମାନେ ଏହି ଵ୍ୟବସାୟ ଓ ନିଶା କବଳରେ ପଡି ସେମାନଙ୍କର ଭବିଷ୍ୟତ ନଷ୍ଟ କରୁଥିବା ଦେଖିବାକୁ ମିଳୁଥିବାବେଳେ ଏହା ଅଞ୍ଚଳ ପାଇଁ ଚିନ୍ତାର କାରଣ ପାଲଟିଛି।
ଏନେଇ ବିଭିନ୍ନ ସମୟରେ ପୋଲିସ ଓ ଅବକାରୀ ବିଭାଗନିକଟରେ ଅଭିଯୋଗ ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ ନିରବ ଦ୍ରଷ୍ଟା ସାଯିବା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।କୋଣାର୍କ ପରି ଏକ ଆନ୍ତର୍ଜାତିକ ପର୍ଯ୍ୟଟନ ସ୍ଥଳୀ ରେ ଏହି ବ୍ରାଉନସୁଗାର ନିଶାଡୀ ଓ ବେପାରି ମାନେ ପୋଲିସକୁ ଓ ଅବକାରୀ ବିଭାଗକୁ ଚାଲେଞ୍ଜ କରି ଦିନରେ ଖୋଲମ ଖୋଲା ସୂର୍ଯ୍ୟ ମନ୍ଦିର ବେଢା ଓ ମାଧୀପୁର ଛକ ରେ ଆଡା ଜମାଇ ନିଶା କାର ବାର ସହିତ ବ୍ରାଉନସୁଗାର ଖାଇ ଆଡା ଜମାଇଥିବାର ଦେଖାଯାଇଥାଏ  ।
ବିଭିନ୍ନ ସମୟରେ ଏହି ନିଶାଡୀ ମାନେ ନିଶା ଗ୍ରସ୍ତ ହୋଇ ସ୍କୁଲ, କଲେଜ ଛାତ୍ରୀ ମାନଙ୍କୁ ପ୍ରତେକ ଦିନ କମେଣ୍ଟ କରି ଅଶ୍ଲଇଲ  ଇଙ୍ଗିତ ପ୍ରଦଶନ କରୁଛନ୍ତି ।ଏନେଇ କୋଣାର୍କ ଜନସାଧାରଣ ଙ୍କର ଚିନ୍ତା ର କାରଣ ପାଲଟିଛି। କୌଣସି ବଡ ଅଘଟଣ ହେବା ପୂର୍ବରୁ କୋଣାର୍କ ପୋଲିସ ଓ ଅବକାରୀ ବିଭାଗ ସଜାଗ ହୋଇ ଉକ୍ତ ନିଶାଡୀ ଓ ବେପାରୀଙ୍କୁ ନିଜ କବଜା କୁ ନେବାକୁ ସାଧାରଣରେ ଦବୀହେଉଛି।

Leave A Reply